Posted inଜାତୀୟ

କର୍ନାଟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୦ ବିଧାୟକ

ବେଙ୍ଗାଲୁରୁ, ୧୦।୭: କର୍ନାଟକ କ୍ଷମତା ରାଜନୀତି ଦିନକୁଦିନ ଉଗ୍ର ରୂପ ଧାରଣ କରିଛି। ପ୍ରଥମେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ ବାଚସ୍ପତି ରମେଶ କୁମାରଙ୍କ ନିଷ୍ପତ୍ତି ଏଥିରେ ନୂଆ ମୋଡ ଆଣିଛି। ଇସ୍ତଫା ପତ୍ର ଗ୍ରହଣ କରୁ ନ ଥିବାରୁ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ୧୦ ବିଧାୟକ। ବାଚସ୍ପତି ନିଜ ଦାୟିତ୍ୱ ପାଳନ କରୁନାହାନ୍ତି। ଜାଣିଶୁଣି ଇସ୍ତଫା ପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାର ଶୁଣାଣି ଗୁରୁବାର ହେବ ବୋଲି ସୂଚନା ମିଳିଛି। ସେପଟେ ବାଚସ୍ପତି ରମେଶ କୁମାର କହିଛନ୍ତି, ବିଧାୟକଙ୍କ ଇସ୍ତଫାପତ୍ର ଗୁଡିକ ଠିକ ଅର୍ଡରରେ ନାହିଁ। ମୋର କିଛି ନିୟମ ଅଛି। ମୁଁ ସେହି ଅନୁସାରେ କାମ କରିବି। ତା’ପରେ ଯାଇ ଯାହା ନିଷ୍ପତ୍ତି ନେବି ବୋଲି ସେ କହିଛନ୍ତି। ୧୩ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କର ଇସ୍ତଫା ପତ୍ର ଠିକ ଅଛି, ସେମାନେ ବ୍ୟକ୍ତିଗତ ଭାବେ ଆସି ତାଙ୍କୁ ଦେଖା କରିବାକୁ ବାଚସ୍ପତି କହିଛନ୍ତି। ସେ କହିଛନ୍ତି ବାକି ୮ ଜଣ ପୁଣି ଥରେ ଠିକ ଫର୍ମାଟରେ ଇସ୍ତଫାପତ୍ର ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ୧୯ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା: ଡେପସଙ୍ଗ-ଡେମୋଚୋକରୁ ସୈନ୍ୟ ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ…

ଲେହ,୧୪।୮ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଅବରୋଧକୁ ନେଇ ସୋମବାର ୧୯ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି।...

‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୨୫ ।୯: ରାଷ୍ଟ୍ରୀୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ନେତୃତ୍ୱରେ ଗୁରୁବାର ୧୫ ରାଜ୍ୟରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା । ଏହି...

ନଭି ମୁମ୍ବାଇ ପାୱାର ପ୍ଲାଣ୍ଟରେ ବ୍ଲାଷ୍ଟ , ଇଞ୍ଜିନିୟର ସମେତ ୩ ଆହତ

ମୁମ୍ବାଇ,୯ ।୧୦: ମହାରାଷ୍ଟ୍ରର ନଭି ମୁମ୍ବାଇର ଉରନରେ ସ୍ଥିତ ପାୱାର ପ୍ଲାଣ୍ଟରେ ରବିବାର ଅର୍ଥାତ୍ ୯ ଅକ୍ଟୋବରରେ ଏକ ବ୍ଲାଷ୍ଟ ହୋଇଛି । ଏଥିରେ ୩...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୪୧୫

ନୂଆଦିଲ୍ଲୀ,୨୩।୩: କରୋନା ଭାଇରସ ଥମିବାର ନାଁ ନେଉନି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ୧୮୮ ଦେଶକୁ ତା’ କବଳକୁ ନେଇ ସାରିଥିବା ବେଳେ...

ଜାନୁୟାରୀରେ ରିଲିଜ୍‌ ହେବ ମଲାଲାଙ୍କ ବାୟୋପିକ୍‌

ମୁମ୍ବାଇ,୨୯।୧୨: ନୋବେଲ ବିଜେତା ମଲାଲା ୟୁଶୁଫଜାଇଙ୍କ ବାୟୋପିକ୍‌ ‘ଗୁଲ୍‌ ମକାଇ’କୁ ଏବେ ମିଳିଛି ଏହାର ରିଲିଜ୍‌ ଡେଟ୍‌। ଆସନ୍ତା ବର୍ଷ ଜାନୁୟାରୀ ୩୧ରେ ଏହା ରିଲିଜ୍‌...

ଶରଦ ପାଓ୍ବାରଙ୍କ ଇସ୍ତଫା: ପରିବାର ସଦସ୍ୟ ହେବେ ନାହିଁ ଅଧ୍ୟକ୍ଷ, ଏନସିପି ସୂତ୍ରର ଦାବି

ମୁମ୍ବାଇ,୩।୫: ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ସେତେବେଳେ ଏକ ଭୂକମ୍ପ ସୃଷ୍ଟି ହୋଇଥିଲା, ଯେତେବେଳେ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଦଖଲ ରଖିଥିବା ଏନସିପିର ଅଧ୍ୟକ୍ଷ ଶରଦ ପାଓ୍ବାର...

କରୋନା ପ୍ରସ୍ତୁତି ମକ୍‌ ଡ୍ରିଲ୍‌ ଡିସେମ୍ବର ୨୭ରେ…

ନୂଆଦିଲ୍ଲୀ,୨୪।୧୨ : ଚାଇନା ସମେତ ବିଶ୍ୱର ୧୦ଟି ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ କରୋନା ମୁକାବିଲା ପାଇଁ କେତେଦୂର ପ୍ରସ୍ତୁତ ତାହା...

ଦେଶରେ ସ୍ଥାପିତ ହେବ ୪୨୦ ଇ-ହସ୍ପିଟାଲ

ନୂଆଦିଲ୍ଲୀ,୧୦।୨: ଦେଶରେ ଡିଜିଟାଲ ଇଣ୍ଡିଆ ପ୍ରୟାସ ଅନ୍ତର୍ଗତ ୪୨୦ ଇ- ହସ୍ପିଟାଲ ସ୍ଥାପନ କରାଯିବ। କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଏହା ପରିଚାଳିତ ହେବ ବୋଲି...

Advertisement
Archives

Model This Week