କର୍ତ୍ତବ୍ୟରତ ଜିଆରଏସ୍‌ଙ୍କୁ ପୋଲିସର ଲାଠିମାଡ଼

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୨୭ା୪:  ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ବ୍ୟାଙ୍କ ଛକ ନିକଟରେ ସୋମବାର ବରୀ ଥାନାର ଜଣେ କନଷ୍ଟେବଳ ବରୀ ବ୍ଲକ କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ ଜିଆରଏସଙ୍କୁ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଜିଆରଏସ ବରୀ ଥାନାରେ ପ୍ରସନ୍ନଜିତ ବରାଳ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଜିଆରଏସ ସୋମବାର ପୂର୍ବାହ୍ନରେ କଳାମାଟିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବାବେଳେ ଡ୍ୟୁଟିରେ ଥିବା କନଷ୍ଟେବଳ କୁଆଡେ ଯାଉଛ ବୋଲି ପଚାରିଥିଲେ। ଜିଆରଏସ ବରାଳ ନିଜର ପରିଚୟ ପତ୍ର ଦେଖାଇ କାର୍ଯ୍ୟାଳୟକୁ ଯାଉଛି ବୋଲି ଉତ୍ତର ଦେଇଥିଲେ। ହେଲେ ଅଭିଯୁକ୍ତ କନଷ୍ଟେବଳ କିଛି ଖାତିର ନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବାଡ଼େଇ ଚାଲିଥିଲେ। ଏନେଇ ଜିଆରଏସ ବରାଳ ପ୍ରଥମେ ବରୀ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ଥାନରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ଶାଶ୍ୱତ କୁମାର ଜେନାଙ୍କୁ ପଚାରିବାରେ, ଜିଆରଏସ୍‌ଙ୍କୁ ପୋଲିସ ଆକ୍ରମଣ କରିଛି। ଏନେଇ ଥାନାରେ ଅଭିଯୋଗ କରାଯାଇଛି ବୋଲି କହିଛନ୍ତି। ବରୀ ଥାନାଧିକାରୀ ମାର୍କଣ୍ଡ ମିଶ୍ର ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ବୋମା ଉଦ୍ଧାର

ଚିତ୍ରକୋଣ୍ଡା, ୧୮ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ଖଞ୍ଜା ଯାଇଥିବା ଏକ ଜୀବନ୍ତ ବୋମାକୁ...

ନିଯୁକ୍ତି ସତ୍ତ୍ୱେ ନିଅଣ୍ଟ

ବଇଣ୍ଡା,୫ା୭: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ୨୭ ଡାକ୍ତର ପଦବୀ ଖାଲି ଥିଲା। କରୋନା ସମୟରେ ଏତେ ସଂଖ୍ୟକ ଡାକ୍ତର ନଥିବା ଯୋଗୁ ଆଠମଲ୍ଲିକ ଓ କିଶୋରନଗର...

ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ

ପୁରୀ ଅଫିସ,୧୩।୧: ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ...

ଲକ୍ଷାଧିକ ଟଙ୍କାର ଧାନ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତ ଗିରଫ, କ୍ଷତିପୂରଣ ଦାବି

ଭବାନୀପାଟଣା,୧।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଲ ପଞ୍ଚାୟତ ଅଜରାଇ ଗାଁର ଚାଷୀମାନେ ଖଳାରେ ଧାନ ରଖିଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ...

ସୀମାନ୍ତରେ ଗୁଳି ବିନିମୟ: ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶହୀଦ

ମାଲକାନଗିରି,୧୩।୨ (ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ସିଆରପିଏଫ ଯବାନ ଶହୀଦ୍‌...

ଲଘୁଚାପ ବର୍ଷାରେ ବେହାଲ ନୀଳଗିରି

ସଜନାଗଡ,୨୭।୮(ଡି.ଏନ.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ବାଲେଶର ଜିଲା ନୀଳଗିରିରେ ଲଗାତର ବର୍ଷାରେ ସୋନନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁ ନଦୀ ପାର୍ଶ୍ୱ ଗାଁରେ ଲୋକମାନେ...

ଓପିଜିସି ପ୍ରକଳ୍ପରେ ଦୁର୍ଘଟଣା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଗଞ୍ଜାମର ଠିକା ଶ୍ରମିକ, କ୍ଷତିପୂରଣ ଦାବି

ଲଖନପୁର,୧୮।୯(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ୟୁନିଟ ଇଏସ୍‌ପି ହପର୍‌ ଖସି ପଡିବା ଫଳରେ ଗରମ ପାଉଁଶ...

କଓ୍ବୋଇସି ଅପ୍‌ଡେଟ୍‌ ନାଁରେ ୫୦ ହଜାର ଠକେଇ

ପାଟକୁରା,୧୨।୧(ଡି.ଏନ୍‌.ଏ.): ପାଟକୁରା ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗଁାର ନାନକ କୁମାର ସାହୁ (୪୧) ସାଇବର ଠକେଇର ଶିକାର ହୋଇଛନ୍ତି। ମୋବାଇଲ୍‌ରେ ୧୦ ଟଙ୍କା ରିଚାର୍ଜ କରି...

Advertisement
Archives

Model This Week