କରୋନା ସମ୍ପର୍କରେ ଜାଣିବା ପାଇଁ ୭୪ ପ୍ରତିଶତ ଭାରତୀୟ ଅଗ୍ରଣୀ ଗଣମାଧ୍ୟମ ଉପରେ କରୁଛନ୍ତି ନିର୍ଭର !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇଥିବାରୁ ଭାରତ ସରକାର ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଘରେ ବନ୍ଦ ଥିବା ୧୩୦ କୋଟି ଭାରତୀୟଙ୍କ ମଧ୍ୟରୁ ୯୬ କୋଟି ୩୩ ଲକ୍ଷ କରୋନା ସମ୍ପର୍କରେ ଜାଣିବା ପାଇଁ ମୁଖ୍ୟତଃ ଅଗ୍ରଣୀ ଗଣମାଧ୍ୟମ ଉପରେ ହିଁ ନିର୍ଭର କରୁଛନ୍ତି। ଅଗ୍ରଣୀ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରକାଶିତ ଅବା ପ୍ରସାରିତ ହେଉଥିବା ତଥ୍ୟ ସାଧାରଣତଃ ଠିକ ହେଉଥିବାରୁ ଲୋକେ ଏସବୁକୁ ବିଶ୍ୱାସ କରୁଛନ୍ତି। ଆଇଏଏନ୍‌ଏସ୍‌ ସି-ଭୋଟର ଗେଲପ୍‌ ଆସୋସିଏଶନ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଦେଶର ୭୪.୧ ପ୍ରତିଶତ ଲୋକ କରୋନା ମହାମାରୀ ସମ୍ପର୍କିତ ଖବର ଲାଗି ଗଣମାଧ୍ୟମ ଉପରେ ଭରସା କରୁଛନ୍ତି। ସୋସିଆଲ୍‌ ମିଡ଼ିଆରେ ପ୍ରକାଶିତ କେତେକ ତଥ୍ୟ ଗୁଜବ ସୃଷ୍ଟି କରୁଥିବାରୁ ଲୋକେ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ତଥ୍ୟକୁ ହିଁ ବିଶ୍ୱାସ କରୁଛନ୍ତି। ତେବେ ୧୮.୫ ପ୍ରତିଶତ ଲୋକ ସୋସିଆଲ୍‌ ମିଡ଼ିଆରୁ କରୋନା ସମ୍ପର୍କରେ ଜାଣୁଛନ୍ତି। ଅପରପକ୍ଷରେ ୫.୨ ପ୍ରତିଶତ ଲୋକ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ହୋଇ କରୋନା ସମ୍ପର୍କରେ ଅଧିକ କିଛି ଜାଣିବାର ପ୍ରୟାସ କରୁଥିବା ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରତିହତ ପାଇଁ ସହରରେ ସାନିଟାଇଜର ସ୍ପ୍ରେ କଲା ଏନ୍‌ଏସି

ବିଜେପୁର, ୩୧।୩(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବ୍ୟକ୍ତିଗତ ସଚେତନତା ହିଁ ଏକମାତ୍ର ବିକଳ୍ପ। ତେଣୁ ସରକାର ଲକ୍‌ଡାଉନ ଘୋଷଣା କରି ସାମାଜିକ ଦୂରତ୍ୱ...

ଟ୍ରକ୍‌ରେ ପିଟିହେଲା ବରଯାତ୍ରୀ ଗାଡି: ଚାଲିଗଲା ୮ ଜୀବନ

ଜୟପୁର,୭।୬: ରାଜସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାରମେର୍‌ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ...

ଅଗୁସ୍ତା ଓ୍ବେଷ୍ଟଲାଣ୍ଟ ମନି ଲଣ୍ଡରିଂ ମାମଲାରେ ରତୁଲ ପୁରୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨।୧୧: ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଆଶ୍ୱସ୍ତି ମିଳିଛି। ସୋମବାର ଦିଲ୍ଲୀର...

ସମାଲୋଚକଙ୍କୁ ନିର୍ବାଚନ ଲଢ଼ିବା ମନା

ମସ୍କୋ, ୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଶୁକ୍ରବାର ଏକ ନୂଆ ବିଲ୍‌ରେ ସ୍ବାକ୍ଷର କରିଛନ୍ତି। କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ ଉକ୍ତ ଆଇନ...

ବିଧାନସଭା ପରିଚାଳନା କରିବେ ୨୦୦ ସ୍କୁଲ ପିଲା

ଜୟପୁର,୧୨।୧୧: ନଭେମ୍ବର ୧୪ରେ ଶିଶୁ ଦିବସ ଅବସରରେ ଶିଶୁଙ୍କୁ ରାଜସ୍ଥାନ ସରକାରଙ୍କ ଭେଟି ଦେଇଛନ୍ତି । ଏନେଇ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ୨୦୦ ପିଲାଙ୍କୁ ଚୟନ...

୧୨ ଆସନରେ ଭାଜପା ଆଗରେ ଥିବାରୁ ବିଜୟେନ୍ଦ୍ରଙ୍କୁ ମିଠା ଖୁଆଇଲେ ୟେଦୁରପ୍ପା

ବେଙ୍ଗାଲୁରୁ,୯।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବେ ଟିକେ ଖୁସିଥିବା ଦେଖାଯାଇଛି। ସୋମବାର କର୍ନାଟକର ୧୫ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା...

ଅଭିଯୁକ୍ତଙ୍କୁ ଗିରଫ ବେଳେ ଏସ୍‌ଓପି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଜଣେ ୩୬ ବର୍ଷୀୟ କନଷ୍ଟେବଳଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତତ୍ପର ହୋଇଉଠିଛି କମିଶନରେଟ ପୋଲିସ। ଏବେ କୌଣସି ଅଭିଯୁକ୍ତଙ୍କୁ ଗିରଫ...

ଭୁବନେଶ୍ୱରରୁ ଆଜି ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୧୭୫...

Advertisement
Archives

Model This Week