Posted inବୌଦ୍ଧ

କରୋନା ସଚେତନତା ପାଇଁ ବାଇକ ଶୋଭାଯାତ୍ରା

ବୌଦ୍ଧ,୩୦ା୫(ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଜିଲାରୁ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ଏହା କରୋନା ମୁକାବିଲା ଦିଗରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଅଧିକ ଉତ୍ସାହିତ କରିଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଏକ ବାଇକ୍‌ ଓ ଅଟୋ ରିକ୍ସା ରାଲି କରାଯାଇ ଲୋକଙ୍କୁ କରୋନା ଠାରୁ ସତର୍କ ରହିବା ପାଇଁ ସଚେତନ କରାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ମହାନଦୀ ବ୍ରିଜ ଛକଠାରେ ଏହି ବାଇକ୍‌ ରାଲିକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ସହର ପରିକ୍ରମା କରି ସାମାଜିକ ଦୂରତା, ମାସ୍କ ପରିଧାନ,ସାବୁନରେ ହାତ ଧୋଇବା ନେଇ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ଏସପି ଭି. ରଘୁନାଥ ରାଓ, ଉପଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ,ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶିଶିର ସାହୁ ଓ ଯୁବ ରେଡକ୍ରସର ପରାମର୍ଶଦାତା ପ୍ରବୀର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ ଶତ୍ରୁତାକୁ ନେଇ କନଷ୍ଟେବଳଙ୍କୁ ଜାଳିଦେଇଥିଲେ ୨ ଭାଇ

ବାଉଁଶୁଣୀ,୩ା୩: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମଲ୍ଲିକପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତା ଯୋଗୁ ସାନଭାଇ କନଷ୍ଟେବଳଙ୍କୁ ନିଆଁରେ ପୋଡି ହତ୍ୟା କରିବା ଘଟଣାରେ ପୋଲିସ...

ଓଲଟିଲା କୋଇଲା ବୋଝେଇ ଟ୍ରଲର୍‌

ହରଭଙ୍ଗା, ୭।୯(ଡି.ଏନ.ଏ.): ବୌଦ୍ଧ ଜିଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ ନିକଟରେ ସୋମବାର ସକାଳୁ ଏକ...

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଉତ୍ତେଜନା

ଜହ୍ନାପଙ୍କ,୧୯।୮(ଡି.ଏନ.ଏ.) – ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗରରେ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ...

୮ଦିନରେ ବଦଳିଗଲା ବ୍ଲଡ୍‌ଗ୍ରୁପ

ବୌଦ୍ଧ,୧୯।୬ (ସ୍ବ.ପ୍ର.): ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷାଗୁଡିକ ଖାମଖିଆଲିଭାବେ କରାଯାଉଛି। ଏହାର ଏକ ଉଦାହରଣ ଶନିବାର ଦେଖିବାକୁ ମିଳିଛି। ଏହି ହସ୍ପିଟାଲରେ ବୌଦ୍ଧ ବ୍ଲକ...

ରାସ୍ତା ଅବରୋଧ କଲେ ଚାଷୀ

କଣ୍ଟାମାଳ,୧୭ା୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ- ମନମୁଣ୍ଡା ରାସ୍ତା ଚାଷୀଙ୍କ ଦ୍ବାରା ଅବରୋଧ ହୋଇଛି । ସକାଳ ୮ଟାରୁ ସିମିଳିପଦର ପେକ୍ସରେ ଧାନ ନ ଉଠିବାରୁ ଚାଷୀ...

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ,୯।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା କୁଣ୍ଡାମାଲ ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଅଚ୍ୟୁତ...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ବୌଦ୍ଧ ଗସ୍ତ: ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିବାକୁ ଯାଇ ଖାଇଥିଲେ ଖାଦ୍ୟ

ବୌଦ୍ଧ,୧୧।୧୦(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ବୌଦ୍ଧ ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ...

ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ: ନକଲି ଶିକ୍ଷକ ଛାନିଆ

ବୌଦ୍ଧ,୧୧।୯(ସ୍ବ.ପ୍ର): ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଶିକ୍ଷକତା କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଏ ନେଇ ସାରା ରାଜ୍ୟରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର...

Advertisement
Archives

Model This Week