Posted inଖେଳ

କରୋନା ସଙ୍କଟ ମଧ୍ୟରେ ଆଇପିଏଲ୍‌କୁ ନେଇ ବଡ଼ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୬।୪: ଭାରତରେ ବଢୁଥିବା କରୋନା ସଙ୍କଟ ମଧ୍ୟରେ ଆଇପିଏଲ ୨୦୨୧ର ସୁରକ୍ଷିତ ବାୟୋ ବବୁଲରେ ଖେଳାଳିଙ୍କୁ ଚିନ୍ତାରେ ପକାଇଛି। ଭାରତର ଅଭିଜ୍ଞ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବ୍ୟତୀତ କିଛି ଅଷ୍ଟ୍ରେଲୀୟ ଖେଳାଳି ମଧ୍ୟଭାଗରେ ଲିଗ ଛାଡିଛନ୍ତି। କିନ୍ତୁ ଖେଳ ଜାରି ରହିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ଆର ଅଶ୍ୱିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବା ପରେ ଟୁଇଟ୍‌ କରି ଏହି ସିଜିନର ଆଇପିଏଲରୁ ବିରତି ନେଉଥିବା କହିଛନ୍ତି। ଭାରତରେ କରୋନା ମାମଲା ବୃଦ୍ଧି ହେତୁ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଆଣ୍ଡ୍ରିୟୁ ଟାଇ ଆଇପିଏଲ ମଧ୍ୟଭାଗରୁ ବିଦାୟ ନେଇଛନ୍ତି। ଅଷ୍ଟ୍ରେଲିଆରୁ ଅନେକ କ୍ରିକେଟର ଏହି ନିଷ୍ପତ୍ତି ନେଇପାରିବେ ବୋଲି ଦାବି କରାଯାଉଛି। ଏଥି ସହିତ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କେନ ରିଚାର୍ଡସନ ଏବଂ ଆଦାମ ଜାମ୍ପା ମଧ୍ୟ ବ୍ୟକ୍ତିଗତ କାରଣରୁ ଲିଗ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସତ୍ତ୍ୱେ ଲିଗ ଜାରି ରହିବ ବୋଲି ବିସିସିଆଇ କହିଛି। ଜଣେ ଅଧିକାରୀ କହିଛନ୍ତି, ଆଇପିଏଲ ଜାରି ରହିବ। ଯଦି କେହି ବିଦାୟ ନେବାକୁ ଚାହାଁନ୍ତି, ତା’ହେଲେ ଏଥିରେ କୌଣସି କ୍ଷତି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଡ୍ରାଭିଡ୍‌ଙ୍କୁ ଦିଆଯାଇପାରେ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୪।୧୦: ଆସନ୍ତା ଟି୨୦ ବିଶ୍ୱକପ୍‌ ପରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବା ନିଶ୍ଚିତ। ତାଙ୍କ ପଦବି ପୂରଣ କରିବା...

ବିସିସିଆଇ ଏଜିଏମ୍‌: ୧୩ରେ ରାଜ୍ୟ ୟୁନିଟ୍‌ଗୁଡ଼ିକ ଏକାଠି ହେବେ

ପୁଣେ,୧୨।୧୦(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁବନ୍ଧିତ ଆସୋସିଏଶନ ଗୁଡିକ ରବିବାର ଏକ ଅନୌପଚାରିକ ବୈଠକରେ ଏକାଠି ହେବେ। ଏହି ବୈଠକରେ ଆସୋସିଏଶନଗୁଡିକ ସେମାନଙ୍କ...

ସ୍ପେନ୍‌ରେ ମହିଳା ଫୁଟବଲକୁ ପେସାଦାର ମାନ୍ୟତା

ମାଡ୍ରିଡ,୧୧।୬(ଏପି): ସ୍ପେନ୍‌ରେ ମହିଳା ସକର ବା ଫୁଟବଲ୍‌କୁ ପେସାଦାର ମାନ୍ୟତା ମିଳିଛି। ଦେଶର ଦୁଇଟି ଶ୍ରେଷ୍ଠ ସକର ଡିଭିଜନ୍‌କୁ ମର୍ଯ୍ୟାଦା ପ୍ରଦାନ କରାଯାଇଛି ବୋଲି ସ୍ପାନିଶ୍‌...

ଅଷ୍ଟ୍ରେଲିଆ ଛାଡ଼ିଲେ ଜୋକୋଭିଚ୍‌

ମେଲବୋର୍ନ,୧୭।୧: ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ତଥା ସର୍ବିୟା ସୁପରଷ୍ଟାର ନୋଭାକ ଜୋକୋଭିଚ୍‌ ରବିବାର ଫେଡେରାଲ କୋର୍ଟରେ ଭିଜା ରଦ୍ଦ ତଥା ପ୍ରତ୍ୟର୍ପଣ ନିର୍ଦ୍ଦେଶ...

ରାଜ୍ୟସ୍ତରକୁ ୧୦ ଖେଳାଳିଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ସ୍କୁଲ୍ସ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଆନ୍ତଃସ୍କୁଲ ଚେସ୍‌ ଚାମ୍ପିୟନଶିପ୍‌ ୟୁନିଟ-୮ ସରକାରୀ ବାଳକ ହାଇସ୍କୁଲ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।...

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ୧୭ରେ

ନୂଆଦିଲ୍ଲୀ, ୧୦ା୧୦ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନ୍‌ସିଲ ବୈଠକ ଅକ୍ଟୋବର ୧୭ରେ ହେବ। ଏହା ଅନ୍‌ଲାଇନ୍‌ରେ ହେବ। କୋଭିଡ୍‌ର ବର୍ତ୍ତମାନ...

ପ୍ରଥମ ବାମହାତୀ ବୋଲର୍‌ ଭାବେ ଏମିତି କାରନାମା କଲେ କୁଲଦୀପ

କଲମ୍ବୋ,୧୩।୯: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ କୁଲଦୀପ ଯାଦବ ଚମତ୍କାର ବୋଲିଂ କରିଛନ୍ତି। ସେ ୯.୩ ଓଭରରେ ୪୩ ରନ ଦେଇ ୪ ଉଇକେଟ ନେଇଥିଲେ। ଭଲ...

ଲୁକାସ ହକି କୋଚ୍‌ ଓ ଭିଡିଓ ଆନାଲିଷ୍ଟ

ନୂଆଦିଲ୍ଲୀ, ୬ା୯ (ପି.ଟି.): ହକି ଇଣ୍ଡିଆ ମଙ୍ଗଳବାର ବେଲଜିୟମର ଆର୍ଟର ଲୁକାସଙ୍କୁ କୋଚ୍‌ ଓ ଭିଡିଓ ଆନାଲିଷ୍ଟ ଭାବେ ନିଯୁକ୍ତି ଦେଇଛି। ଲୁକାସଙ୍କ ସହିତ ହୋଇଥିବା...

Advertisement
Archives

Model This Week