କରୋନା ସଂକ୍ରମଣ: ଇଟାଲୀକୁ ପଛରେ ପକାଇ ଆଉ ଗୋଟିଏ ପାହାଚ ଉପରକୁ ଗଲା ଭାରତ

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ୨୪ ଘଣ୍ଟାରେ ୧୦ ହଜାର ଛୁଇଁବାକୁ ଗଲାଣି ସଂକ୍ରମିତଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୮୮୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୩୬,୬୫୭ରେ ପହଞ୍ଚିଛି। ଅନ୍ୟପଟେ ଏବେ ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୨.୩୪ ଲକ୍ଷ ଥିବା ବେଳେ ସଂକ୍ରମଣ କ୍ଷେତ୍ରରେ ଭାରତ ଇଟାଲୀକୁ ପଛରେ ପକାଇ ଦେଇଛି। ଏହାସହ ସବୁଠାରୁ ଅଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ୬ ନମ୍ବର ସ୍ଥାନକୁ ଚାଲି ଯାଇଛି। ତେବେ ଦେଶରେ ଗତ ୨୪ ଘଣ୍ଟାରେ ୨୯୪ ଜଣଙ୍କ ମୃତ୍ୟୁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬,୬୪୨ରେ ପହଞ୍ଚି ଥିବା ବେଳେ ୧,୧୫,୯୪୨ ଜଣଙ୍କର ଚିକିତ୍ସା ଚାଲିଛି। ସେହିପରି ୧,୧୪,୦୭୩ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୮୦,୨୨୯ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୪୨,୨୨୪ ଜଣଙ୍କ ଚିକିତ୍ସା ଚାଲିଛି। ତେବେ ଇଟାଲୀରେ ଦିନକରେ ଯେତିକି ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିଲା ଏବେ ତା’ଠାରୁ ଅଧିକ ସଂକ୍ରମିତଙ୍କୁ ଭାରତରେ ଚିହ୍ନଟ କରାଯାଇଛି। ଜନ୍ସ ହପକିନ୍ସ ୟୁନିଭସିଟିର ସୂଚନା ଅନୁଯାୟୀ, ଏବେ ବିଶ୍ୱରେ ୬୬.୬୪ ଲକ୍ଷ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩.୯୧ ଲକ୍ଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇ ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବାବୁଙ୍କୁ ଉପହାର ମନା

ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସରକାରୀ ବାବୁଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଆଇନ ଲାଗୁ କରିବା ଜାରି ରଖିଛନ୍ତି। ପ୍ରଥମେ ସରକାରୀ...

ନିର୍ବାଚନ ରାଲିରେ ଲାଗିଲା ‘ଆମକୁ ପିଓକେ ଦରକାର’ ନାରା: ପ୍ରତିରକ୍ଷା ମନ୍ତ୍ରୀ କହିଲେ, ଧୈର୍ଯ୍ୟ ଧର

ଶିମ୍‌ଲା,୩।୧୧: ହିମାଚଳ ପ୍ରଦେଶର ଜୟସିଂହପୁରରେ ଏକ ନିର୍ବାଚନ ରାଲିରେ ଲୋକମାନେ ‘ଆମକୁ ପିଓକେ ଦରକାର’ ସ୍ଲୋଗାନ ଦେଇଥିଲେ। ଲୋକଙ୍କ ଏହି ସ୍ଲୋଗାନକୁ ଜବାବ ଦେଇ ପ୍ରତିରକ୍ଷା...

ସହଯୋଗର ହାତ ବଢ଼ାଇଲା ପ୍ରଶାସନ

ଭୋପାଳ : କରୋନା ମହାମାରୀ ଯୋଗୁ ବସ୍‌ ସେବା ବନ୍ଦ ରହିଛି। ଏହି ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ବିଶେଷ ଅସୁବିଧାର ସମ୍ମୁଖୀନ...

ଗୋଗୋଇଙ୍କ ବିରୋଧରେ ତଦନ୍ତ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୨।୮(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ବିଚାରପତି ଥିବାବେଳେ ତାଙ୍କ ବ୍ୟବହାରର ତଦନ୍ତ ଲାଗି ତିନିଜଣିଆ ବିଚାରପତି କମିଟି...

୫ରେ ଇଲେକ୍ଟୋରାଲ ବଣ୍ଡ୍‌ ଶୁଣାଣି

ନୂଆଦିଲ୍ଲୀ ,୨୩।୧୧(ପି.ଟି.): ସାଧାରଣ ନିର୍ବାଚନ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ବର୍ଷରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ସମୟସୀମା ଆଉ ୧୫ ଦିନ...

ଖୋଲିବନି କି ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ,୮ା୬: ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନରେ ଜୁନ୍‌ ୮ ଅର୍ଥାତ୍‌ ସୋମବାରଠାରୁ ଦେଶରେ ବିଭିନ୍ନ ଧାର୍ମିକ ତଥା ଉପାସନା ସ୍ଥଳ ଖୋଲିବାକୁ ଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ...

କଂଗ୍ରେସର ବିକଳ୍ପ ହେବ କି ଆମ୍‌ ଆଦମୀ ପାର୍ଟି, କେଜ୍‌ରିଓ୍ବାଲ ଦେଲେ ଜବାବ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ କ୍ୟାମ୍ପ୍‌ ମୁହାଁମୁହିଁ ହୋଇଛି। ଗେହଲଟ କ୍ୟାମ୍ପର ବିଧାୟକମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ...

ବିହାର ଛାଡିବେନି ନୀତିଶ

ପାଟନା,୧।୪: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ରାଜନୀତିରେ ସନ୍ତୁଷ୍ଟ ନାହାନ୍ତି। ଗତ କିଛି ଦିନ ହେବ ସେ ଉପରାଷ୍ଟ୍ରପତି କିମ୍ବା ରାଜ୍ୟ ସଭାକୁ ଯିବେ...

Advertisement
Archives

Model This Week