କରୋନା ଲଢ଼େଇର ମହାନାୟକମାନେ

ଅନିଲ କୁମାର ବିଶ୍ୱାଳ

କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ ା ସାରା ବିଶ୍ୱରେ ଏକ କଳାବାଦଲ ଛାଇ ଯାଇଛି ା ସମସ୍ତେ ଏବେ ସନ୍ଦିହାନରେ ା ଏଠି ଜୀବିକା ନୁହେଁ, ବର୍ତ୍ତମାନ ଜୀବନ ବଞ୍ଚାଇବା ପାଇଁ ଲଢ଼େଇ ଚାଲିଛି ା ଆଖିକୁ ଦେଖାଯାଉ ନ ଥିବା ଏକ ଭୂତାଣୁ ଗୋଟିଏ ପରେ ଗୋଟିଏ ମଣିଷକୁ ମାରିଚାଲିଛି ା ତଥାପି ମଣିଷ ଡରିଯାଇନି ା ଲଢ଼େଇ ଜାରି ରଖିଛି ଏହି ପ୍ରାଣଘାତକ ଭୂତାଣୁ ବିରୋଧରେ ା ଏମିତି କେତେ ମହାମାରୀ ଦେଖିଛି ଏ ମଣିଷ ସମାଜ ା
କେବେ ଦୁର୍ଭିକ୍ଷ, କେବେ ଭୂମିକମ୍ପ, କେବେ ପ୍ଲେଗ ତ କେବେ ଦେଶ ଦେଶ ଭିତରେ ଯୁଦ୍ଧ, ଏସବୁ ଦିନେ ମଣିଷ ସମାଜକୁ ଛିନ୍ନଭିନ୍ନ କରିଥିଲା ା ହେଲେ ମଣିଷ ପୁଣି ସେ ପରିସ୍ଥିତିକୁ ସାମ୍ନା କରି ଅଣ୍ଟା ସଳଖି ଠିଆ ହୋଇଛି ା ଏବେ ଏହି କରୋନା ବିରୋଧରେ ଚାଲିଥିବା ଲଢ଼େଇ ବି ସେମିତି ମଣିଷ ଜିତିବ ା ଏବେ ସାରା ବିଶ୍ୱର ଅଧା ଲକ୍‌ଡାଉନ୍‌ରେ ଅଛି ା ଭାରତ ସମେତ ଅନେକ ଦେଶର ଲୋକମାନେ ଏବେ ୨୪ ଘଣ୍ଟା ପୂରାପୂରି ଘର ଭିତରେ ା ଆଉ ଏତିକି ବେଳେ କରୋନା ବିରୋଧରେ ଚାଲିଥିବା ଏହି ମହାସଂଗ୍ରାମରେ ଦାୟିତ୍ୱ ନିଭାଉଛନ୍ତି କିଛି ମହାନାୟକ।
ସର୍ବପ୍ରଥମେ ହେଉଛନ୍ତି ଚିକିତ୍ସା କରୁଥିବା ଡାକ୍ତରମାନେ ଓ ସେମାନଙ୍କୁ ସାହାଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ା ଛୁଇଁଲାମାନେ ସଂକ୍ରମଣର ସମ୍ଭାବନା ଥିବା, କାଶିଲେ, ଛିଙ୍କିଲେ ସଂକ୍ରମଣର ସମ୍ଭାବନା ଥିବା ଏହି ବିପଦପୂର୍ଣ୍ଣ ସମୟରେ ବି ସେମାନେ ନିଜର ଜୀବନକୁ ପାଣିଛଡାଇ ରୋଗୀଙ୍କ ସେବାରେ ଲାଗିଛନ୍ତି ା
ମୁଁ ଏଠାରେ ଖାଲି ଯେ କରୋନା ରୋଗୀଙ୍କୁ ଚିକିସ୍ତ୍ରା କରୁଥିବା ଡାକ୍ତରଙ୍କ କଥା ବା କେବଳ ସରକାରୀ ଡାକ୍ତରଖାନାରେ କାମ କରୁଥିବା ଡାକ୍ତରଙ୍କ କଥା କହୁନାହିଁ ବରଂ ସାରା ରାଜ୍ୟରେ, ସାରା ଦେଶରେ କାମ କରୁଥିବା ସମସ୍ତ ଡାକ୍ତରଙ୍କ କଥା କହୁଛି ା କାରଣ ଯାହାର ଦେହ ଖରାପ ହେଲା ସେ ଆସିଲେ ଡାକ୍ତର ପାଖକୁ ା ସେଥିରୁ କାହାକୁ କରୋନା ହୋଇଛି, କିଏ ସଂକ୍ରମିତ ହୋଇଛି ତାହା ଜାଣିବା ମୁସ୍କିଲ ା ଡାକ୍ତରମାନେ ହିଁ ହେଉଛନ୍ତି କରୋନାକୁ ପ୍ରଥମେ ସାମ୍ନା କରିବା ଲୋକ ା ସେମାନଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍‌ ହେବ ା ହେଲେ ବଡ ଦୁଃଖର କଥା ଯାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏବେ ବି ରାଜ୍ୟ ସରକାର ବହୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ କରୋନା ନିରୋଧୀ କିଟ୍‌ ଯୋଗାଇ ନାହାନ୍ତି ା ଏପରି କି ଯେଉଁ ଏନ୍‌୯୫ ମାସ୍କ ପିନ୍ଧିବା କଥା ତାହା ବି ଅନେକଙ୍କୁ ସରକାର ଦେଇପାରିଲେ ନାହିଁ ା ଅଧିକାଂଶ ସ୍ବାସ୍ଥ୍ୟ କର୍ମଚାରୀମାନେ ନିଜ ବ୍ୟବସ୍ଥାରେ ଏନ୍‌୯୫ ମାସ୍କ ଓ କରୋନାର ଆଗୁଆ ପ୍ରତିକାର ଭାବେ ଔଷଧର ବ୍ୟବସ୍ଥା କରିଛନ୍ତି ା ସରକାର ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଯେଉଁ ୪ ମାସର ଦରମା ଆଗୁଆ ଦେବା ପାଇଁ ଘୋଷଣା କଲେ ସେତେବେଳେ ବୁର୍ଲା ଡାକ୍ତରଖାନାର ଡାକ୍ତରମାନଙ୍କର ଏକ ଚିଠି ସେମାନଙ୍କର ମହନିୟତାକୁ ଆହୁରି ପ୍ରଜ୍ୱଳିତ କରିଛି ା ସେମାନେ କହିଛନ୍ତି ସରକାର ସେମାନଙ୍କୁ ୪ ମାସର ଦରମା ଆଗୁଆ ନ ଦେଇ ସେହି ଅର୍ଥକୁ କରୋନା ପାଇଁ ଚିକିସ୍ତ୍ରାରେ, ଭୋକିଲା ରହୁଥିବା ଦିନମଜୁରିଆଙ୍କ ଖାଇବା ପିଇବାରେ ଖର୍ଚ୍ଚ କରନ୍ତୁ ା ଏହା ସହିତ ରାଜ୍ୟରେ ସ୍ବାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର, ସେବିକା, ଫାର୍ମାସିଷ୍ଟ, ଲାବରେଟୋରିର କର୍ମଚାରୀ ଏ ସମସ୍ତଙ୍କୁ କରୋନା ନିରୋଧୀ କିଟ୍‌ ଯୋଗାଇ ଦିଅନ୍ତୁ ା
ଆଶା ସରକାର ସେମାନଙ୍କର ସେହି ପ୍ରସ୍ତାବକୁ ପୂରଣ କରିଥିବେ ା ଖାଲି ଡାକ୍ତର ବା ସ୍ବାସ୍ଥ୍ୟସେବା ଯୋଗାଉଥିବା ମଣିଷମାନେ ନୁହଁ ବରଂ ସେମାନଙ୍କର ପରିବାରମାନଙ୍କୁ ମଧ୍ୟ ଧନ୍ୟବାଦ ା କାରଣ ବିନା ପରିବାରର ସହଯୋଗରେ ସେ ମନୋବଳ ଆସିବ ନାହିଁ।
ଏବେ ସାରା ଦେଶରେ ଲକ୍‌ଡାଉନ୍‌ ସ୍ଥିତିରେ ପୋଲିସର ଭୂମିକା ବହୁଗୁଣିତ ହୋଇଯାଇଛି ା
ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ମହତ୍‌ ଓ ଚିକିସ୍ତ୍ରା ବିଜ୍ଞାନସମ୍ମତ ଅଛି ା କାରଣ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣକୁ ରୋକିବା ହିଁ ସବୁଠାରୁ ବେଶି ଆବଶ୍ୟକ, ନ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ା ସରକାରଙ୍କ ଏହି ଲକ୍‌ଡାଉନ୍‌ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବାରେ ସବୁଠାରୁ ପ୍ରମୁଖ ଭୂମିକା ହେଉଛି ପୋଲିସର ା ଯେଉଁଭଳି ଭାବରେ କିଛି ଲୋକ ଏହି ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ମାନୁନାହାନ୍ତି ସେତେବେଳେ ପୋଲିସର ଦାୟିତ୍ୱ ବଢିଯାଉଛି ା ଟିଭି ଖୋଲିଲେ, ଖବରକାଗଜ ଖୋଲିଲେ ପୋଲିସର ତପତ୍ରତାର ଖବର ଆସୁଛି ା କେଉଁଠି ପୋଲିସକୁ ଲକ୍‌ଡାଉନ୍‌ ଉଲ୍ଲଂଘନକାରୀମାନଙ୍କୁ ଉଠବସ କରାଇବାକୁ ପଡୁଛି ତ କେଉଁଠି ଲାଠିଚାର୍ଜ କରିବାକୁ ା ପୋଲିସକୁ କ’ଣ ଖୁସି ଲାଗୁଛି କି ସେମାନେ ଏପରି କରୁୁଛନ୍ତି ା ଆମେମାନେ ଯେଉଁମାନେ ସରକାରଙ୍କ ନିଷ୍ପତ୍ତିକୁ ମାନୁନେ ସେମାନେ ତାଙ୍କୁ ଏପରି କରିବା ପାଇଁ ବାଧ୍ୟ କରୁଛେ ା ସେମାନେ ଯଦି ଏପରି କଠୋର ନ ହେବେ ତା’ହେଲେ କରୋନା ବ୍ୟାପିଯିବ ା
ଲୋକମାନଙ୍କର ଧନ ଜୀବନର ସୁରକ୍ଷା କରିବା ହେଉଛି ପୋଲିସର କାମ, ଯାହା ସେମାନେ ସୁଚାରୁ ରୂପେ କରୁଛନ୍ତି ା ଏବେ ସଟ୍‌ଡାଉନ୍‌ ଏପଟେ ସରକାର ଘୋଷଣା କରୁକରୁ ସେପଟେ ବଜାରରେ ଭିଡ ା ଆରେ ବାବୁ ୨ ଦିନ ସଟ୍‌ଡାଉନ୍‌ ା ତାକୁ ନେଇ ଏତେ ବ୍ୟସ୍ତ ହେଇକି ବଜାରରେ ଭିଡ ଜମାଇବାର ଆବଶ୍ୟକତା କ’ଣ ଅଛି ା ଯେଉଁଥିପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରୁଛନ୍ତି ଆମେମାନେ ତ ତା’ର ବିପରିତ କାମ କରୁଛେ ା ସରକାର ସାମାଜିକ ଦୂରତ୍ୱର କଥା କହୁଛନ୍ତି ହେଲେ ଆମେମାନେ ଟିକିଏ ସୁଯୋଗ ପାଇଲା ମାନେ ବଜାରରେ ଭିଡ କରିବା ପାଇଁ ପଛାଉନେ ା ଏପରି ମାନସିକତାରୁ ବାହାରିବାକୁ ପଡିବ ା ପୋଲିସର ବି ଜୀବନ ଅଛି ା ସେମାନେ ବିନା ବିଶ୍ରାମରେ କାମ କରୁଛନ୍ତି ା ଆମ ସୁରକ୍ଷା ପାଇଁ କରୋନା ପ୍ରଭାବିତ ଅଞ୍ଚଳରେ ବାହାରେ ବୁଲୁଛନ୍ତି ା
ସେମାନଙ୍କର ବି ପରିବାର ଅଛି ା ସେମାନଙ୍କର ବି ପିଲାଛୁଆ ଅଛନ୍ତି ା ସେମାନଙ୍କର କିଛି ହୋଇଗଲେ କିଏ ତା’ ବାପାମାଆକୁ ହରାଇବା, କିଏ ପୁଅ ବା ଝିଅକୁ ହରାଇବ ା ଆମକୁ ସେସବୁକୁ ବୁଝିବା ଦରକାର ା
ଯଦି ରାସ୍ତାରେ ଠିଆ ହୋଇ ନିଜ ଜୀବନକୁ ପ୍ରତି ମୁହୂର୍ତ୍ତରେ ବିପଦ ପକାଉଥିବା ସେ ପୋଲିସ, କରୋନା ରୋଗୀଙ୍କ ଚିକିତ୍ସା କଲାବେଳେ ପ୍ରତି ମୁହୂର୍ତ୍ତରେ ନିଜ ମନ ଭିତରେ ଭୟ ପାଉଥିବା ସେ ଡାକ୍ତର ବା କରୋନା ବିଷୟରେ ଘଣ୍ଟାକୁ ଘଣ୍ଟାକୁ ଖବର ଦେଉଥିବା ସାମ୍ବାଦିକମାନଙ୍କ କଥା ମନେପଡନ୍ତା ତା’ହେଲେ ହୁଏତ ଲୋକମାନେ ଏପରି ଭିଡ କରନ୍ତେ ନାହିଁ ା
କରୋନା ବିଷୟରେ ଅହରହ ଖବର ଯୋଗାଉଥିବା ଗଣମାଧ୍ୟମର ରିପୋର୍ଟରଙ୍କଠାରୁ ଆରମ୍ଭ କରି ଡେସ୍କରେ କାମ କରୁଥିବା ସମସ୍ତେ ଆଜିର ସମୟରେ ଏହି ଲଢ଼େଇରେ ସେନାପତି କହିଲେ ଅତ୍ୟୁକ୍ତି ହେବନାହିଁ ା ସୂଚନା ଦେବାରେ ଓ ସୂଚାନ ପାଇବାରେ ଯଦି ଅସୁବିଧା ହେବ ତା’ହେଲେ ମହାବିଭ୍ରାଟ ହୋଇଯିବ ା ତାକୁ ଗଣମାଧ୍ୟମ ଦୂର କରିଛି ା
କେତେବେଳେ କରୋନା ବିଷୟରେ ସଚେତନତା କରିଛି ତ କେତେବେଳେ ଲକ୍‌ଡାଉନ୍‌ରେ ଭୋକିଲା ପେଟର ଦୁଃଖ ସରକାରଙ୍କ ପାଖରେ ପହଞ୍ଚାଇଛି ା ସରକାରଙ୍କର ସମସ୍ତ ବାର୍ତ୍ତାକୁ ଲୋକଙ୍କ ପାଖରେ ଏକ ସକାରାତ୍ମକ ଢଙ୍ଗରେ ଯେଉଁଭଳି ଭାବେ ଗଣମାଧ୍ୟମ ଦେଖାଇଛି ଓ ଲୋକଙ୍କୁ କରୋନାକୁ ଡରିବା ପାଇଁ ନୁହେଁ ବରଂ କରୋନା ବିରୋଧରେ ଲଢ଼ିବା ପାଇଁ ସାହସ ଦେଇଛି, ସେଥିପାଇଁ ଗଣମାଧ୍ୟମକୁ ବହୁତ ଶୁଭେଚ୍ଛା।
କରୋନା ମହାମାରୀ ଆଜି ବିଶ୍ୱର ସବୁଦେଶକୁ ଆତଙ୍କିତ ଅବସ୍ଥାକୁ ନେଇଯାଇଛି ା ଧନୀ, ଗରିବ, ବୃଦ୍ଧା, ଯୁବକ ସମସ୍ତେ ଏବେ ଗୋଟିଏ ଅନିଶ୍ଚିତତା ଆଉ ଭୟର ବାତାବରଣରେ ା ପୂରା ବିଶ୍ୱ ଉଭୟ ଆର୍ଥତ୍କ ଓ ସାମାଜିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ା ମହାମାରୀକୁ ରୋକିବା ପାଇଁ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ ହେଉଛି ସାମାଜିକ ଦୂରତ୍ୱ ରଖିବା ା ଏହି ଭୂତାଣୁ ହାତରୁ, ଛିଙ୍କରୁ, ଅନ୍ୟର ଶରୀରକୁ ଯାଇପାରେ ା ଯିଏ ସଂକ୍ରମିତ ହୋଇଛି ତାକୁ ଯଥାସମ୍ଭବ ଅନ୍ୟମାନଙ୍କଠାରୁ ଦୂରେଇ ରଖିବା ହେଉଛି ସବୁଠାରୁ ଭଲ ପ୍ରତିଷେଧକ ବ୍ୟବସ୍ଥା ା
ଏହାଦ୍ୱାରା ମହାମାରୀ ବ୍ୟାପିବାର ଶୃଙ୍ଖଳା ଭାଙ୍ଗି ଥାଏ ଓ ଏହି ମହାମାରୀ ଭୂତାଣୁ ଅନ୍ୟକୁ ଆକ୍ରାନ୍ତ କରିବାରୁ ରୋକି ହୋଇଥାଏ ା ସୋସିଆଲ ଡିଷ୍ଟାନ୍‌ସିଙ୍ଗ ହେଉଛି ମହାମାରୀ ବିସ୍ତାରକୁ ରୋକିବାର ଏକ ସଫଳ ଉପାୟ ା ଯଦି ଦେଶର ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର ଦେଶର ସରକାରଙ୍କ ସହିତ ଠିଆ ହୁଅନ୍ତି ତା’ହେଲେ ଏହି ମହାମାରୀକୁ ଆମେ ରୋକିପାରିବା ା
ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ପାଳନ କରିବା ହେଉଛି ସବୁଠାରୁ ଆବଶ୍ୟକୀୟ କାମ ା ଜଳବାୟୁ ପରିବର୍ତ୍ତନ, ଭୂମିକମ୍ପ, ବାତ୍ୟା ଆଦି କିଛି ଅଞ୍ଚଳକୁ କିଛି ସମୟ ପାଇଁ ଅସ୍ତବ୍ୟସ୍ତ କରିଦେଇଥାଏ ା
କିନ୍ତୁ କରୋନା ସମଗ୍ର ବିଶ୍ୱ ପାଇଁ କାଳ ସାଜିଛି ା ଜନମାନସକୁ ପୂରା ବିପତ୍ତିରେ ପକାଇଛି ା ଏଭଳି ପରିସ୍ଥିତିରେ କେବଳ ସଚେତନତା ହିଁ ମାନବ ସମାଜକୁ ରକ୍ଷା କରିପାରିବ ା ଆମେ କିଭଳି ଏହାର ମୁକାବିଲା କରିପାରିବା ସେଥିନେଇ ସମସ୍ତେ ଯତ୍ନବାନ ଓ ପ୍ରୟାସ କରିବା ଉଚିତ ା ସାରା ମାନବ ସମାଜ ଏବେ ସବୁଠାରୁ କଷ୍ଟକର ସମୟ ଦେଇ ଗତିକରୁଛି ା ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧଠାରୁ ବି ଏହି ସମୟ ବେଶି କଠିନ ା

ହରିରାଜପୁର, ପୁରୀ
ମୋ: ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri