କରୋନା ଲଢ଼େଇରେ ଡ୍ରୋନ୍‌, ରୋବୋ

ନୂଆଦିଲ୍ଲୀ,୧୪ା୪(ପି.ଟି.): କରୋନା ବିରୋଧୀ ଲଢ଼େଇରେ ଶସ୍ତା ପୋର୍ଟେବଲ୍‌ ଭେଣ୍ଟିଲେଟରଠାରୁ ଆରମ୍ଭ କରି ଡ୍ରୋନ୍‌, ରୋବୋ ଏବଂ ସ୍ବତନ୍ତ୍ର ଷ୍ଟେଥୋସ୍କୋପ୍‌ ବ୍ୟବହାର କରାଯାଉଛି। ସାନିଟାଇଜେଶନରେ ଡ୍ରୋନ୍‌କୁ ବ୍ୟବହାର କରାଯାଇଥିବାବେଳେ ଖାଦ୍ୟ ଓ ଔଷଧ ଯୋଗାଣରେ ରୋବୋ ଏବଂ ଦୂରତା ରକ୍ଷା କରି ରୋଗୀଙ୍କୁ ଯାଞ୍ଚ କରିବାରେ ସ୍ବତନ୍ତ୍ର ଷ୍ଟେଥୋସ୍କୋପ୍‌ର ସହାୟତା ନିଆଯାଉଛି। କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ବିଭିନ୍ନ ଅନୁଷ୍ଠାନ ଓ ଷ୍ଟାର୍ଟଅପ୍‌ମାନେ ଭିନ୍ନ ଭିନ୍ନ ଇନୋଭେଶନ ସହିତ ଆଗେଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ହସ୍ପିଟାଲରେ ବ୍ୟବହାର ପାଇଁ ସ୍ବତନ୍ତ୍ର ସଂକ୍ରମଣ ନିରୋଧୀ କପଡ଼ା, ଶସ୍ତା କରୋନା ପରୀକ୍ଷା ଉପକରଣ, ସଂକ୍ରମିତଙ୍କ ପାଇଁ ଆଇସୋଲେଶନ ପଡ୍‌, ପାରମ୍ପରିକ ଅକ୍ସିଜେନ୍‌ ମାସ୍କ ବଦଳରେ ବବଲ୍‌ ହେଲମେଟ୍‌ ଏବଂ ସାମାଜିକ ଦୂରତ୍ୱର ଉଲ୍ଲଂଘନ ହେଲେ ସତର୍କ କରିବା ଲାଗି ପେଣ୍ଡାଣ୍ଟ। ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ଖୋଜି ବାହାର କରିବା, ସେମାନଙ୍କ ପ୍ରତି ସଂକ୍ରମଣର କେତେ ବିପଦ ରହିଛି, ତାହା ଆକଳନ କରିବା ଲାଗି ‘ଗୋ କରୋନା ଗୋ’ଠାରୁ ଆରମ୍ଭ କରି ‘ସମ୍ପର୍କ-ଓ-ମିଟର’ ମୋବାଇଲ ଆପ୍ଲିକେଶନ୍‌ର ବିକାଶ କରାଯାଇଛି। ଦେଶର କେତେକ ଆଇଆଇଟି ଏବଂ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଏହି ଆପ୍ଲିକେଶନ ପ୍ରସ୍ତୁତ କରିଛନ୍ତି।
କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତିରେ ୨୦ରୁ ଅଧିକ ବୈଷୟିକ ଓ ବିଜ୍ଞାନ ଅନୁଷ୍ଠାନ ନିୟୋଜିତ ହୋଇଛନ୍ତି। ପ୍ରମୁଖ ଆଇଆଇଟିଗୁଡ଼ିକ ସ୍ବତନ୍ତ୍ର କୋଭିଡ୍‌-୧୯ ଗବେଷଣା କେନ୍ଦ୍ର ସ୍ଥାପନ କରିଛନ୍ତି। କରୋନା ବିରୋଧୀ ଲଢ଼େଇରେ ବ୍ୟବହାର ପାଇଁ ଆଇଆଇଟି ଗୁଆହାଟୀ ପକ୍ଷରୁ ବିଭିନ୍ନ ପ୍ରକାର ଡ୍ରୋନ୍‌ର ବିକାଶ କରାଯାଇଛି। ଗୋଟିଏ ପ୍ରକାର ଡ୍ରୋନରେ ବ୍ୟାପକ ଅଞ୍ଚଳକୁ ବିଶୋଧନ କରାଯାଇପାରୁଥିବାବେଳେ ଅନ୍ୟ ଡ୍ରୋନ୍‌ରେ ଇନ୍‌ଫ୍ରାରେଡ୍‌ କ୍ୟାମେରା ଲାଗିଛି। ଏହା ଏକସଙ୍ଗେ ଏକାଧିକ ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିପାରିବ। ଏହି ଶିକ୍ଷାନୁଷ୍ଠାନର ଅନ୍ୟ ଏକ ଟିମ୍‌ ଦୁଇଟି ରୋବୋ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଏସିରେ ପରିସ୍ଥିତି ଅତ୍ୟନ୍ତ ଜଟିଳ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଭାରତ-ଚାଇନା ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୋମବାର ବିଳମ୍ବିତ ରାତିରେ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା ସେନା ମଧ୍ୟରେ ଗୁଳି...

ଭାରତରେ ଆରମ୍ଭ ହେଲା ଟୁଇଟର ବ୍ଲୁ. ମାସକୁ ଦେବାକୁ ପଡ଼ିବ ୯୦୦ ଟଙ୍କା…

ନୂଆଦିଲ୍ଲୀ,୯।୨ : ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର ଶେଷରେ ଭାରତରେ ଏହାର ପ୍ରିମିୟମ ସବସ୍କ୍ରିପଶନ ସେବା ଟୁଇଟର ବ୍ଲୁ ଲଞ୍ଚ କରିଛି। ବ୍ଲୁ ଟିକ ପାଇବାକୁ...

ସେନା ଶିବିରରେ ଆତ୍ମଘାତୀ

ଶ୍ରୀନଗର/ନୂଆଦିଲ୍ଲୀ,୧୨ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦର ତୃତୀୟ ବର୍ଷ ପୂର୍ତ୍ତିକୁ ୬ ଦିନ ବିତିଛି ଏବଂ ଦେଶ ସ୍ବାଧୀନତାର ୭୬ତମ ବର୍ଷ...

୩ ଦିନରେ ଇସ୍ତଫା ଦେଲେଣି ୧୧ ବିଧାୟକ

ଲକ୍ଷ୍ନୌ,୧୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦେବା ଧାରା ଜାରି ରହିଛି। ଏହି ଧାରାରେ ଯୋଡ଼ି ହୋଇ ଯୋଗୀ ଆଦିତ୍ୟନାଥଙ୍କ...

ବନ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍‌ ଅଛନ୍ତି ମୁଖ୍ୟମନ୍ତ୍ରୀ: ବିରୋଧୀ

ହାଇଦ୍ରାବାଦ,୨।୭: ତେଲେଙ୍ଗାନାରେ ବିରୋଧୀ କଂଗ୍ରେସ ଓ ଭାଜପା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଘେରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କର୍ମୀମାନେ ଯେଉଁଭଳି ଭାବେ ଜଣେ...

ଶ୍ରୀ ହଜୁର ଶାହିବରୁ ଫେରିଥିବା ୫ ଜଣଙ୍କ ରିପୋର୍ଟ କରୋନା ପଜିଟିଭ

ଚଣ୍ଡିଗଡ଼,୨୮।୪: ମହାରାଷ୍ଟ୍ର ନାନ୍ଦେଡର ଶ୍ରୀ ହଜୁର ଶାହିବରୁ ପଞ୍ଜାବର ତନ ତରନ ଜିଲାକୁ ଫେରିଥିବା ୫ ଶ୍ରଦ୍ଧାଳୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କଠାରେ କରୋନା...

ଡିସେମ୍ବର ସୁଦ୍ଧା ଭାଙ୍ଗିବ ମମତାଙ୍କ ସରକାର, ଶୁଭେନ୍ଦୁଙ୍କ ଦାବି…

କୋଲକାତା, ୧୮।୮ : ପଶ୍ଚିମବଙ୍ଗର ଭେଟେରାନ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏକ ବଡ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ଡିସେମ୍ବର ମାସ...

ଜନ୍ମଦିନ ଶୁଭେଚ୍ଛା ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସି ପହଞ୍ଚୁଛି। ତେବେ...

Advertisement
Archives

Model This Week