କରୋନା ଲଢ଼େଇରେ ଆଉ ଜଣେ ଯୋଦ୍ଧା

ଝାରସୁଗୁଡ଼ା ଅଫିସ,୧୮ା୪- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସରକାର ସମଗ୍ର ଦେଶବାସୀଙ୍କ ସହଯୋଗ ଲୋଡୁଥିବା ବେଳେ ଏହି ଲଢ଼େଇରେ ସାମିଲ ହୋଇଛନ୍ତି ଝାରସୁଗୁଡ଼ାର ଡା.ସିଲଓ୍ବନ୍ତି ଜୋଜୋ ା ସମସ୍ତଙ୍କ ପାଖରେ ଜୋଜୋ ମ୍ୟାଡମ୍‌ ଭାବେ ପରିଚିତ ଥିବା ଏହି ମହିଳା ଏବେ ଝାରସୁଗୁଡ଼ା ରକ୍ତ ଭଣ୍ଡାରର ଅଧିକାରୀ ଭାବେ କାର୍ଯ୍ୟରତ। ଝାରସୁଗୁଡ଼ା ଜିଲାରୁ ଅଦ୍ୟାବଧି ୧୮୪ ଜଣ କରୋନା ସନ୍ଦୀଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେହି ବ୍ୟକ୍ତିଙ୍କ ଠାରୁ ନମୁନା ସଂଗ୍ରହ କାର୍ଯ୍ୟରେ ଡା. ଜୋଜୋ ଗତ ମାର୍ଚ୍ଚ ୨୭ରୁ ନିୟୋଜିତ ଥିଲେ । ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟ କରି ଏବେ ହୋମକ୍ୱାରାଣ୍ଟାଇନରେ ଅଛନ୍ତି।
ସୁନ୍ଦରଗଡ ଜିଲା ବନ୍ଧମୁଣ୍ଡା ଗ୍ରାମର ସ୍ବର୍ଗତ ଯୋସେଫ୍‌ ଜୋଜୋ ଓ ସ୍ବର୍ଗତା ଜୋସେଫିନ ଜୋଜୋଙ୍କ ଝିଅ ଡା.ସିଲଓ୍ବନ୍ତି । ସେ ବ୍ରହ୍ମପୁର ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସାରିବା ପରେ ଏସ୍‌ସିବି ମେଡିକାଲ କଲେଜରେ ପ୍ୟାଥୋଲୋଜିରେ ପିଜି କରିଥିଲେ। ଡା.ସିଲଓ୍ବନ୍ତି ୧୯୯୬ରେ ସୁନ୍ଦରଗଡ ଜିଲା ପଙ୍କଡିହି ଗ୍ରାମର ଟି.କାନ୍ଦୁଲନାଙ୍କୁ ବିବାହ କରିଥିଲେ। ତେବେ ୨୦୧୫ରେ ଟି.କାନ୍ଦୁଲାନାଙ୍କ ପରଲୋକ ଘଟିଥିଲା। ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ହସ୍ପିଟାଲ କ୍ୱାର୍ଟର୍ସରେ ନିଜ ଭାଣଜୀଙ୍କ ସହ ରହୁଥିବା ଡା.ସିଲଓ୍ବନ୍ତି କୁହନ୍ତି, ପ୍ରତିଦିନ ହସ୍ପିଟାଲର ଏକ ଗାଡି ତାଙ୍କୁ ନେବା ଆଣିବା କରୁଥିଲା। ସକାଳ ୯ ଟା ବେଳେ ସେ ନମୁନା ସଂଗ୍ରହ କେନ୍ଦ୍ରକୁ ଯାଉଥିବା ବେଳେ ସେଠାରୁ କାମ ସାରି ସିଧା ଘରକୁ ଆସୁଥିଲେ। ଘରେ ପହଞ୍ଚତ୍ବା ପରେ ସେ ଗାଧୋଇ ସାରି ଅନ୍ୟ କାମ କରୁଥିଲେ। ସନ୍ଦୀଗ୍ଧ ବ୍ୟକ୍ତିଙ୍କଠାରୁ ନମୁନା ସଂଗ୍ରହ ବେଳେ କିଏ କରୋନାରେ ଆକ୍ରାନ୍ତ ଜାଣିବା ସମ୍ଭବ ନ ଥାଏ ା ଏଥିପାଇଁ ଖୁବ୍‌ ସତର୍କତା ଅବଲମ୍ବ କରିବାକୁ ପଡିଥାଏ ବୋଲି ଡା.ସିଲଓ୍ବନ୍ତି କୁହନ୍ତି ା ଏଥିପାଇଁ ସେ ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ ଗତ ୧୪ରୁ ହୋମ କ୍ୱାରାଣ୍ଟାଇନରେ ଅଛନ୍ତି। ବର୍ତ୍ତମାନ ଅନ୍ୟଜଣେ ଡାକ୍ତର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ଡା.ସିଲଓ୍ବନ୍ତି କହିଛନ୍ତି ା ଏହି ଅବସରରେ ଡା.ସିଲଓ୍ବନ୍ତି କୁହନ୍ତି, ସରକାରଙ୍କ ଗାଇଡଲାଇନକୁ ମାନି ସମସ୍ତେ ଚଳିବା ଉଚିତ୍‌ ା ଅଯଥାରେ ବାହାରେ ବୁଲା ବୁଲି ନ କରି ଘରେ ରହିବା ଆବଶ୍ୟକ। କରୋନାକୁ ନେଇ ଭୟଭୀତ ନ ହେବା ଆବଶ୍ୟକ ା ସତର୍କତା, ସାମାଜିକ ଦୂରତା ସହିତ ସମସ୍ତେ ମାସ୍କ ବ୍ୟବହାର କରିବା ଜରୁରୀ, ଏଭଳି କଲେ ଆମେ କରୋନାକୁ ଜିତି ପାରିବା ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷର ପ୍ରେମ ସମ୍ପର୍କ ସତ୍ତ୍ୱେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ପ୍ରେମିକ, ମହିଳା ଥାନାର ଦ୍ୱାରସ୍ଥ ହେଲେ ରାଣୀ

ଭୁବନେଶ୍ୱର,୧୨।୪: ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେବେ ବିବାଦ ତ କେବେ ଦୁଃଖିମାନଙ୍କର ଦରଦୀ ବନ୍ଧୁ ଭାବେ ରାଣୀ ଚର୍ଚ୍ଚାରେ ରହିଥାନ୍ତି ।...

ସୁନା ଦର ଛୁଇଁଲା ୭୪ ହଜାର

ଭୁବନେଶ୍ୱର,୧୨।୪: ବଢିଚାଲିଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨...

”ହିଂଜିଳିରୁ ଲଢ଼ିବାକୁ ଇଛାଥିଲା, ମିଳିଲାନି ଟିକେଟ୍”: ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୧୨।୪: ଚିଲିକା ବିଧାୟକ ତଥା ଭାଜପା ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣି ଦେଇଛନ୍ତି ବିସ୍ପୋରକ ବୟାନ। ‘ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଂଜିଳିରୁ ଆସନରୁ ସେ ଲଢ଼ିବାକୁ...

୧୫ ସୁଦ୍ଧା ଟିକେଟ୍‌: ଶରତ

ଭୁବନେଶ୍ୱର,୧୨ା୪: ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ୨ ପର୍ଯ୍ୟାୟ ଟିକେଟ୍‌ ଆସିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଶୁକ୍ରବାର ସେ ଦିଲ୍ଲୀ...

କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ

ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ...

ନିଜକୁ ପ୍ରାର୍ଥୀ ଘୋଷଣା କରି ମାହାଙ୍ଗାରୁ ନିର୍ବାଚନ ଲଢ଼ିବାକୁ କଲେ ଘୋଷଣା

ଭୁବନେଶ୍ୱର,୧୨।୪: ଦଳ ଟିକେଟ ଦେବା ପୂର୍ବରୁ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ପିସିସି ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ। ଏକ ସାଧାରଣ ସଭାରେ କଟକ...

ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼

ଭୁବନେଶ୍ୱର,୧୨।୪: ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼। ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା।...

ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri