କରୋନା ମୁକାବିଲା ପାଇଁ ସହାୟତା

ବଡ଼ସାହି,୧୬।୪(ସ୍ବପ୍ର)- କରୋନା ମହାମାରୀର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ବେଲପାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ରାଶି ବଡ଼ସାହି ବିଡ଼ିଓ ଦିଲୀପ କୁମାର ମହାରଣାଙ୍କ ଜରିଆରେ ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି। ସାରା ବିଶ୍ବରେ କରୋନା ଭୂତାଣୁ ମହାମାରୀ ଭାବେ ନିଜର କାୟା ବିସ୍ତାର କରି ଚାଲିଛି। ଏହାର ମୁକାବିଲା ପାଇଁ ଭାରତ ସରକାରଙ୍କ ରିଲିଫ ଫଣ୍ଡକୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ କାର୍ଯ୍ୟରତ ସମସ୍ତ ଗୁରୁମା ଗୁରୁଜୀ ଓ କର୍ମଚାରୀମାନେ ଦିନକର ଦକ୍ଷିଣା ଦେବାକୁ ସ୍ଥିର କରିଥିଲେ। ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଶିଶୁ ମନ୍ଦିର ସହିତ ଜଡ଼ିତ ଥିବା କର୍ମକର୍ତ୍ତାମାନେ ମିଳିତ ଭାବେ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ପରିଚାଳନା କମିଟିର ସମ୍ପାଦକ ନୀଳାଦ୍ରି ବିହାରୀ ଦଣ୍ଡପାଟଙ୍କ ନେତୃତ୍ୱରେ ଉପସଭାପତି ରସାନନ୍ଦ ବଳା, ପ୍ରଧାନ ଆଚାର୍ଯ୍ୟ ଶାଶ୍ବତୀ ଦାସ ମହାପାତ୍ର, ଗୁରୁମା ଏମ ପୁଲସ୍ତମୀ ପ୍ରମୁଖ ଉପସ୍ଥିତ ରହି ଏହି ସହାୟତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ଝଡ଼ବର୍ଷା, ବିଜୁଳି ଯୋଗାଣ ବନ୍ଦ

ଜି.ଉଦୟଗିରି,୨୬ା୨(ଡି.ଏନ.ଏ.)-ଜି.ଉଦୟଗିରି ସହର ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୯ଟାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ହେବାର ଘଣ୍ଟାଏ ପୂର୍ବରୁ ସହରକୁ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାାଣ ବନ୍ଦ...

୧୩୧ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ

ଭଦ୍ରକ ଅଫିସ,୧ା୪- ଭଦ୍ରକ ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜିଲାର ୧୩୧ଟି ପଞ୍ଚାୟତରେ ସୋମବାର ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ରାଜ୍ୟ...

ବିନା ଭକ୍ତରେ ପାଳନ ହେଲା ସ୍ନାନଯାତ୍ରା

ଜି.ଉଦୟଗିରି,୫ା୬(ଡି.ଏନ.ଏ.)- ଜି.ଉଦୟଗିରି ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଓ ପୂଜକ ଅଚ୍ୟୁତ ପଣ୍ଡାଙ୍କ...

ବାହାଜାଂଗଲ ମାଜି କମେଇ ଖାଏବାର ମଜା ଅଲଗ

ଗୁଡଭେଲା,୧୯।୧୧(ଡି.ଏନ୍‌.ଏ.)- ‘ଆମ୍‌କୁ ଛତିଗଡ଼ ଆର ଓଡ଼ିଶା ସରକାର ଯାହା ବି ଦେଇଛନ୍‌ ସେଥ୍‌ରେ ଆମେ ଖୁସ୍‌ ଅଛୁଁ। ଛତିଶଗଡ଼ରେ ଚାଷ୍‌ବାସ କରୁଛୁଁ, ବାକି ଫୁରସତ୍‌ ସମିଆରେ...

କୋରାପୁଟ ଜିଲାରେ ୬୦୦.୬ ମିଲିମିଟର ବର୍ଷା ରେକର୍ଡ

କୋରାପୁଟ,୫ା୮(ସ୍ବ.ପ୍ର.) : କୋରାପୁଟ ଜିଲାରେ ଦିନକରେ ୬୦୦.୬ ମିଲିମିଟର ବର୍ଷା ହୋଇଥିବା ଜିଲା ଜରୁରୀ ବିଭରାଗ ପକ୍ଷରୁ ଜଣାଯାଇଛି। ବୁଧବାର ଜିଲାରେ ୬୦୦.୬ ମିମି ବର୍ଷା...

ଆଶାକର୍ମୀଙ୍କ ପୁଅକୁ ପିଟିଲେ ସରପଞ୍ଚ

ଏରସମା,୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ସରପଞ୍ଚ ଜଣେ ଆଶାକର୍ମୀଙ୍କ ପୁଅକୁ ପିଟିଥିବା ଶନିବାର ରାତିରେ ଏରସମା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ଏରସମା...

୭ ଶିକାରୀ ଗିରଫ: ହରିଣ ମାଂସ, ଚମଡ଼ା ଜବତ

ଅନୁଗୋଳ ଅଫିସ,୨୯।୭: ଅନୁଗୋଳ ସାତକୋଶିଆ ବାଘ୍ର ଅଭୟାରଣ୍ୟରେ ଥିବା ପୁରୁଣାକୋର୍ଟ ରିଜର୍ଭ କମ୍ପାର୍ଟମେଣ୍ଟ-୬ରୁ ସୋମବାର ୭ଜଣ ଜନ୍ତୁ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୮.୫କିଗ୍ରା...

ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ, ଜିଲାବାସୀ ଆତଙ୍କିତ

ବୌଦ୍ଧ, ୪ା୫ (ସ୍ବ.ପ୍ର.) ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ...

Advertisement

BGU

Archives

Model This Week

Why Dharitri