କରୋନା ମୁକାବିଲା ପାଇଁ ଶିକ୍ଷକ ଦମ୍ପତିିଙ୍କ ସହାୟତା

ବିଶୋଇ,୧୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ମଧ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଅଧୀନ ମନ୍ଦିରସାହି ବାସିନ୍ଦା ଚଟାଣି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ବଳରାମ ସାହୁ ଓ ବିଶୋଇ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ତାଙ୍କ ସହଧର୍ମିଣୀ ସଞ୍ଜୁଲତା ସାହୁ ସରକାରଙ୍କ ନିକଟକୁ ସହାୟତା ରାଶି ପଠାଇଛନ୍ତି। ଗୁରୁବାର ଉଭୟ ବିଶୋଇ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ଏମଡି ଫିରଜ ଖାନଙ୍କ ଜରିଆରେ ଏହି ସହାୟତା ପ୍ରଦାନ କରିଥିଲେ। ଶିକ୍ଷକ ସାହୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦ ହଜାର ଓ ଶିକ୍ଷୟିତ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଏହି ସହାୟତା ନିମନ୍ତେ ତାଙ୍କୁ ପ୍ରଶାସନ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଗଦିରେ ଶୋଉଥିଲେ ITDA ଯନ୍ତ୍ରୀ, ଏତିକି ନଗଦ ଟଙ୍କା ସହ ଗିରଫ କଲା ଭିଜିଲାନ୍ସ

ବାଲିଗୁଡ଼ା,୭ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କୁ…

ଘରେ ଦାଦନ ଖଟିବାକୁ ଯାଉଛି କହି ବାହାରିଥିଲେ ଶବ ହୋଇ ଫେରିଲେ: କାନ୍ଦ ବୋବାଳିରେ ଫାଟିପଡ଼ୁଛି ଗାଁ ଦାଣ୍ଡ

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମ ପଶ୍ଚିମ ସାହି ର କେଦାର ଜେନା ଙ୍କ ସାନ ପୁଅ ସାଗର…

ବିଲରେ ଚରୁଥିବାବେଳେ ମଇଁଷିପଲଙ୍କ ଉପରେ ବଜ୍ରପାତ, ଚାଲିଗଲା ଜଗୁଆଳଙ୍କ ସହ…

ମହାକାଳପଡ଼ା,୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତ ଘୋଡ଼ାବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ମଇଁଷିପଲ ଚରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ…

ବାଘଛାଲ କିଣାବିକା ନେଇ ଚାଲିଥିଲା ଡିଲ୍‌ ମାଡ଼ିବସିଲା ପୋଲିସ: ଛାଲ ଜବତ, ୮ ଗିରଫ

କଲ୍ୟାଣସିଂହପୁର,୭।୬ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନ ରିଭଲକଣାରେ ବାଘଛାଲ କିଣାବିକା ନେଇ ଡିଲ୍‌ ଚାଲିଥିବାବେଳେ ବନ ବିଭାଗ ସେଠାରେ ପହଞ୍ଚତ୍ ତାହାକୁ…

ଲିଖିତ ପ୍ରତିଶ୍ରୁତି ଦେଇ ହଟହଟା ହେଲେ ଯନ୍ତ୍ରୀ: ଥାନାରେ ନ ଥିବା ଦେଖି ତାତିଲେ ଅଞ୍ଚଳବାସୀ

ତୁମୁଡିବନ୍ଧ,୭।୬(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଅଞ୍ଚଳରେ ମେ ୨୯ ତାରିଖ ଶନିବାର ହୋଇଥିବା କାଳବୈଶାଖୀର ତାଣ୍ଡବରେ ବହୁ ଘର କ୍ଷତିଗ୍ରସ୍ତ ହେବା ସହ ବଡ଼…

କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ: ୫ ଜଣଙ୍କୁୁ କାବୁ କରିନେଲା ପୋଲିସ

ବଲାଙ୍ଗୀର, ୭।୬ (ସୁନିଲ କୁମାର ମହାନ୍ତି): ଏକ କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ ହୋଇଛି। ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପାଞ୍ଚ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଘର, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରିଆମାଳ ୭|୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅଞ୍ଚଳରେ ଶନିବାର ସନ୍ଧ୍ୟା ୬ ଟା ୩୦ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବହୁ ଘର…

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri