କରୋନା ମୁକାବିଲା: ଡେରାବିଶ ବ୍ଲକ ପ୍ରଶାସନର ତତ୍ପରତା

ଡେରାବିଶ, ୧୧।୪ (ସ୍ବ.ପ୍ର.)-ମହାମାରୀ କରୋନା ପାଇଁ ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ବ୍ଲକ ଅଧୀନ ୩୧,୬୭୦ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ (୧୫, ୦୯୪ କୁଇଣ୍ଟାଲ ଚାଉଳ) ଓ ସମସ୍ତ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏହାଛଡ଼ା ୨୬ଟି ପଞ୍ଚାୟତ ଅଧୀନ ୩,୫୮୧ ଜଣ ନିରାଶ୍ରୟଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ବ୍ଲକ ଅଧୀନ ୫,୫୬୦ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିବା ବିଡିଓ ଗୋପବନ୍ଧୁ ଭୋସାଗର ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ପଞ୍ଚାୟତସ୍ତରରେ କରାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ୧,୮୨୦ଟି ବେଡ୍‌ ପକାଯାଇ, ବିଦ୍ୟୁତୀକରଣ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରତ୍ୟେକ ବଜାର ଓ ହାଟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ନଜର ରଖାଯାଉଥିବା ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ସାଇକେଲରୁ ପଡ଼ି କର୍ମଚାରୀଙ୍କ ଜୀବନ ଗଲା

କୃଷ୍ଣପ୍ରସାଦ,୨୭ା୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସିଅଣ୍ଡି ପଞ୍ଚାୟତରେ ଜଣେ ସଫେଇ କରୋନା ଯୋଦ୍ଧାଙ୍କ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ତାଙ୍କ ନାମ ଶରତ...

ଲୋକଙ୍କୁ ସେବା ଯୋଗାଇ ଆସ୍ଥା ଭାଜନ ହୁଅ- ରାଜସ୍ବ ମନ୍ତ୍ରୀ

ବାରିପଦା ଅଫିସ,୬।୮- ମୟୂରଭଞ୍ଜ ଜିଲାର ବାରିପଦା ତହସିଲକୁ ରାଜ୍ୟର ଏକ ଆଦର୍ଶ ତହସିଲରେ ପରିଣତ କରାଯିବ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ଓ...

ବିଶ୍ୱାଳ ଭ୍ରାତା ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଲା

ଜଗତ୍‌ସିଂହପୁର ଅଫିସ, ୨୯ା୬: ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ନେଇ...

ଖେଳ ଶେଷ ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

କଟକ ଅଫିସ, ୧୧ା୬: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ଏନେଇ ରାଜ୍ୟ ପୋଲିସ...

ସିଦ୍ଧମଠ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ୍‌ ପଥର ଜବତ

ଯୋଡ଼ା,୭।୧: କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ ଅନ୍ତର୍ଗତ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ପଥର ବନବିଭାଗ ଜବତ କରିଛି। ଜବତ ହୋଇଥିବା ସ୍ଥାନଟି...

ମା’ଙ୍କ ଗଳାକୁ ବ୍ଲେଡରେ କାଟି ମାରିଦେଲା ପୁଅ

ବରପାଲି,୧୯।୪(ଡିଏନଏ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ମଙ୍ଗଳବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା...

ଏଯାଏ ଆସିନାହିଁ ବୋର୍ଡ ସାର୍ଟିଫିକେଟ: ଯୁକ୍ତ ୨ ନାମଲେଖା ନେଇ ଛାତ୍ରୀଛାତ୍ର ଚିନ୍ତିତ

କଣିହାଁ,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା କୌଣସି ହାଇସ୍କୁଲକୁ ୧୦ମ ବୋର୍ଡ ପରୀକ୍ଷା ଦେଇ ପାସ କରିଥିବା ଛାତ୍ରୀଛାତ୍ରଙ୍କ ବୋର୍ଡ ସାର୍ଟିଫିକେଟ ଆସିନାହିଁ। ଏଥିଯୋଗୁ...

ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ

ପୁରୀ ଅଫିସ,୨୨।୩:ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ହୋଇଛି। ସୋମବାର ନାଟମଣ୍ଡପ କାନ୍ଥରେ ୪ଟି ଫାଟ ଦେଖିବାକୁ ମିଳିଛି। ଏଥିମଧ୍ୟରେ ୩ଟି ଛୋଟ ଓ ଗୋଟିଏ ବଡ଼ ଫାଟ...

Advertisement
Archives

Model This Week