କରୋନା ଭୟ: ଗାଁ ଜଗିଛନ୍ତି ଚାନ୍ଦିପୋଷର ଚାନ୍ଦମଣି

ରାଉରକେଲା ଅଫିସ, ୧ା ୪ – ଆଦିବାସୀ ବହୁଳ ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଏରଗେଡା ବାସିନ୍ଦା ଚାନ୍ଦମଣି ସାଣ୍ଡିଲ। ଚାଷୀ ପରିବାରର ଏହି ଉଚ୍ଚ ଶିକ୍ଷିତ ଝିଅ ବେଶ ସ୍ବାସ୍ଥ୍ୟ ସଚେତନ। ଗ୍ରାମାଞ୍ଚଳରେ ଯେମିତି କରୋନା ଭୂତାଣୁ ନ ପଶେ ସେଥିପାଇଁ ସେ ଅଣ୍ଟା ଭିଡିଛନ୍ତି । ଆଦିବାସୀ ଗଁାର ଅନେକ ସୀମାନ୍ତ ଅଞ୍ଚଳ ତଥା ଜଙ୍ଗଲ ମୁଲକରୁ ରାଜ୍ୟ ବାହାରେ କାମ କରୁଥିବା ଯୁବତୀଯୁବକଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଏବେ ଏମାନଙ୍କ ମଧ୍ୟରୁ କରୋନା ଭୟରେ ଅନେକେ ଗଁାକୁ ଫେରି ଆସିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ ନାମ ପଞ୍ଜୀକରଣ କରୁ ନାହାନ୍ତି, କିମ୍ବା ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଉ ନାହାନ୍ତି ଏମାନଙ୍କ ଠିକଣା ସଂଗ୍ରହ କରୁଛନ୍ତି ଚାନ୍ଦମଣି। ଡାକ୍ତର ଡାକି ପରୀକ୍ଷା କରାଉଛନ୍ତି। ଗଁା ଲୋକଙ୍କ ମନରୁ ଭୟ ଦୂର କରୁଛନ୍ତି। ଆବଶ୍ୟକ ପଡିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ କ୍ୱାରାଣ୍ଟାଇନରେ ରହିବାକୁ କହୁଛନ୍ତି। ନିକଟରେ ଚେନ୍ନାଇରୁ ଫେରିଥିବା ଜଣେ ଯୁବତୀ ଓ ଯୁବକଙ୍କୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ପରେ ୧୪ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଅନୁରୂପଭାବେ ସେହି ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କୁ ଘରେ ରହିବାକୁ ପରାମର୍ଶ ସତ୍ତ୍ୱେ ସେ ଏହାକୁ ପାଳନ ନ କରି ଗଁାରେ ଖୋଲା ବିଚରଣ କରିଥିଲେ, ଯାହାକୁ ନେଇ ଗଁାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ଚାନ୍ଦମଣି ଡାକ୍ତରୀ ଟିମ୍‌ ଡାକି ସମ୍ପୃକ୍ତ ଯୁବକଙ୍କୁ ଆଇସୋଲେଶନ ସେଣ୍ଟରକୁ ପଠାଇଥିଲେ। ଜଙ୍ଗଲ ମୁଲକରେ ବସବାସ କରୁଥିବା ଲୋକେ କରୋନା ନେଇ ସେତେଟା ସଚେତନ ନୁହନ୍ତି। ଏମିତି ଅବସ୍ଥାରେ ଚାନ୍ଦମଣି ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି। ଏହା କେବଳ ମୋର ଦାୟିତ୍ୱ ନୁହେଁ, ଏନେଇ ସମସ୍ତଙ୍କୁ ସଚେତନ ହେବାକୁ ପଡିବ। ସରକାରଙ୍କ ନୀତି ନିୟମ ମାନିବାକୁ ପଡିବ। ତେବେ ଯାଇ ଆମେ କରୋନା ଭଳି ଭୟାବହ ସଂକ୍ରମଣକୁ ପ୍ରତିରୋଧ କରି ପାରିବା ବୋଲି କହିଛନ୍ତି ଚାନ୍ଦମଣି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ ସେଣ୍ଟରକୁ ବାହାରୁ ଯାଉଛି ଖାଦ୍ୟ, ଭିଡିଓ ଭାଇରାଲ

ଭଞ୍ଜନଗର,୭।୫(ଡି.ଏନ.ଏ.)- ଗଞ୍ଜାମରେ ସୁରଟ ଫେରନ୍ତା ଚିନ୍ତା ବଢାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକେ ନିୟମ ମାନୁ ନାହାନ୍ତି। ଗଞ୍ଜାମ ଜିଲା ବେଲଗୁଣ୍ଠା...

୩ ଦିନ ହେଲା ଯାତାୟାତ ଠପ୍‌: ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ବରମଳିହାସାହି ଲୋକେ ଯାତାୟାତ କରୁଥିବା ରାସ୍ତାକୁ ଗ୍ରାମର କେତେଜଣ ବ୍ୟକ୍ତି ବନ୍ଦ କରିଦେଇଥିବାରୁ ୩ ଦିନ...

ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର...

ଅକ୍ଟୋବର ୧୬ରେ ଓସିଏସ୍‌ ପ୍ରିଲିମ୍‌: ୨ଟି ସିଟିଂରେ ହେବ ପରୀକ୍ଷା

କଟକ ଅଫିସ, ୨୧।୯: ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ୨୦୨୧ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ ା ଏ ନେଇ ଓଡ଼ିଶା ଲୋକସେବା...

ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣା: ବହୁ ସାମଗ୍ରୀ ଜବତ

ମାଲକାନଗିରି,୧୭।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାପଡ଼ା ଓ ସମ୍ବଲପୁର ଗ୍ରାମ ଜଙ୍ଗଲରେ ରବିବାର ପୂର୍ବାହ୍ନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ପୋଲିସ ବାରାକ୍‌ ଭିତରେ କ୍ରାଇମବ୍ରାଞ୍ଚ ଜେରା

ବ୍ରଜରାଜନଗର,୬।୨(ଡି.ଏନ୍‌.ଏ.): ରବିବାର ଦ୍ୱିତୀୟ ରିମାଣ୍ଡର ପ୍ରଥମ ଦିନ ଗୋପାଳଙ୍କୁ ପୋଲିସ ବାରକ୍‌ ଭିତରେ କ୍ରାଇମବ୍ରାଞ୍ଚ ଜେରା କରିଛି। କଟକ ଏସ୍‌ସିବିରୁ ଏକ ୪ଜଣିଆ ଡାକ୍ତର ଦଳ...

ଜୁଲାଇ ଶେଷରେ ମାଟ୍ରିକ୍‌ ପରୀକ୍ଷା ଫଳ

କଟକ ଅଫିସ,୩୦।୬: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜୁନ ୩୦ରେ ଖାତାଦେଖା ଶେଷ ହେବ...

ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶିଶୁ ଗୁରୁତର

ବଣାଇଁ,୧୬।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ଭାବେ ହତ୍ୟା କରାଯାଇଛି। ମୃତ...

Advertisement
Archives

Model This Week