କରୋନା ଭାଇରସ: ସାଇବାବା ସଂସ୍ଥାନ ଟ୍ରଷ୍ଟ ଦାନ କଲା ୫୧ କୋଟି ଟଙ୍କା

ସିରିଡି,୨୭।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବେଳକୁ ବେଳ ବଢିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଏବେ ସମସ୍ତେ ଏକାଠି ହୋଇଛନ୍ତି। ମହାରାଷ୍ଟ୍ର ଓ କେରଳରେ ସବୁଠାରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଏହି କରୋନା ସହ ଲଢିବାକୁ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୫୧ କୋଟି ଟଙ୍କା ଦାନ କରିଛି। ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ଚିଫ୍‌ ଏକଜିକ୍ୟୁଟିଭ ଅଫିସର ଅରୁଣ ଡୋଙ୍ଗରେ ଏହା ପ୍ରକାଶ କରିଛନ୍ତି। ଶ୍ରୀ ଡୋଙ୍ଗରେ କହିଛନ୍ତି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ସବୁବେଳେ ଦେଶର ଆବଶ୍ୟକତା ସମୟରେ ସହଯୋଗର ହାତ ବଢାଇଥାଏ। ଏହି ଟ୍ରଷ୍ଟ ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୫କୋଟି ଟଙ୍କା ଦାନ କରିଥିବା ବେଳେ ପୁଲଓ୍ବାମା ଶହୀଦଙ୍କ ପାଇଁ ୧୨ କୋଟି ଟଙ୍କା ଦାନ କରିଥିବା ନଜିର ରହିଛି। ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତ୍ତି, କୋଭାକ୍ସିନ୍‌-କୋଭିଶିଲ୍ଡ ମିଶ୍ରିତ ଡୋଜ୍‌ ଉପରେ ଗବେଷଣା ପାଇଁ ଅନୁମତି…

ନୂଆଦିଲ୍ଲୀ, ୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି।...

ଲୋକ ସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ,୭ା୧୨(ପି.ଟି.): ଉନ୍ନାଓ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହୁଥିବାବେଳେ ଦୁଇ କଂଗ୍ରେସ ଏମ୍‌ପି ତାଙ୍କ ପ୍ରତି ଧମକପୂର୍ଣ୍ଣ ଆକ୍ଷେପ କରିବାରୁ ଭାଜପା ଓ ଅନ୍ୟ ଦଳର...

କରୋନା ଯୋଗୁ ସ୍ତ୍ରୀଙ୍କ ପାଖକୁ ଯାଇପାରୁନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ, କଲେ ଦୁଃଖପ୍ରକାଶ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜାମ୍ମୁରେ ଏକ ପୁସ୍ତକ ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ।...

ଲକ୍‌ଡାଉନ ପାଇଁ ଚିନ୍ତାରେ ଅଟୋ ଚାଳକ

କେଗାଁ,୧୦ା୫(ଡି.ଏନ.ଏ.): ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଥିବା ଅଟୋ ଚାଳକ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଅଟୋ ଚଳାଇ ପରିବାର ପ୍ରତିପୋଷଣ...

ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜମି ଦେଲା ପାକିସ୍ତାନ

ନୂଆଦିଲ୍ଲୀ,୧୮-୧୦:ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜାଗା ଦେଇ ଭାରତର ଚିନ୍ତା ବଢ଼ାଇଦେଇଛି ପାକିସ୍ତାନ। ଗୁଜରାଟ ସୀମାନ୍ତ ହାରାମି ନାଲାରେ ଚାଇନାର ଏକ କମ୍ପାନୀକୁ...

ଦିଦିଙ୍କ ବଙ୍ଗାଳି ଛବି ବିଗାଡିବାକୁ ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଆୟୋଜନ କରିପାରେ ଭାଜପା

କୋଲକାତା,୨୪।୬: ପଶ୍ଚିମବଙ୍ଗରେ ଗତ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ଖୁବ୍‌ ଉତ୍ସାହିତ ଥିବା ଦେଖାଯାଇଛି। କାରଣ ଏଥର...

୨୨ ଦିନ ପରେ ନୀଳଗିରି ଧରମପୁରରୁ ପୁଣି ଆଉ ଜଣେ କରୋନା ପଜିଟିଭ୍‌

ସଜନାଗଡ଼,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ବାଉଁଶପାଳ ଗାଁରୁ ମଙ୍ଗଳବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ...

ପଣ୍ଡିତ ନେହେରୁଙ୍କ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ...

Advertisement


Archives

Model This Week