Posted inଜାତୀୟ

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଏସିଆନ ସିକ୍ୟୁରିଟି କନଫରେନ୍ସ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ଏହାକୁ ନେଇ କେତେକ ଦେଶରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଲାଣି। ସେହିପରି ରାଜଧାନୀ ଦିଲ୍ଲୀରେ ଆସନ୍ତା ୧୨-୧୩ ତାରିଖରେ ଆୟୋଜିତ ହେବାକୁ ଥିବା ୨୧ତମ ଏସିଆନ ସିକ୍ୟୁରିଟି କନଫରେନ୍ସକୁ ମଧ୍ୟ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କରୋନା ଭାଇରସରେ ଏବେ ବିଶ୍ୱର ପ୍ରାୟ ୮୨ ଦେଶ ପ୍ରଭାବିତ ହୋଇଥିବା ବେଳେ ଭାରତରେ ଏପର୍ଯ୍ୟନ୍ତ ପ୍ରାୟ ୨୯ ଜଣଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଉଛି। କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗକୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡିକୁ ବନ୍ଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ମମତା: ଦୋଷୀ ସାବ୍ୟସ୍ତ ହେଲେ ମିଳୁ ଆଜୀବନ କାରାଦଣ୍ଡ

କୋଲକାତା,୨୫।୭: ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ(ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପୋଲିସ ଶନିବାର ଗିରଫ କରିଛି। ରାଜ୍ୟ...

୨୪ରେ ମୋଦି-ବାଇଡେନ ଆଲୋଚନା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ଆମେରିକା ଗସ୍ତରେ ଯାଉଥିବାବେଳେ ଶୁକ୍ରବାର (ସେପ୍ଟେମ୍ବର ୨୪ରେ) ସେ ଓ୍ବାଶିଂଟନରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ବୈଠକରେ...

ଏନ୍‌କାଉଣ୍ଟର ହତ୍ୟା ଘଟଣାରେ ନୀରବ ଦ୍ରଷ୍ଟା ସାଜିଛନ୍ତି ମାନବାଧିକାର କମିଶନ, ବିଚାରପତି ଲୋକୁର…

ନୂଆଦିଲ୍ଲୀ,୧।୧୧: ଦେଶରେ ବିଭିନ୍ନ ସମୟରେ ହେଉଥିବା ଏନ୍‌କାଉଣ୍ଟର ହତ୍ୟା ଘଟଣାରେ ଜାତୀୟ ତଥା ରାଜ୍ୟ ମାନବାଧିକାର କମିଶନ କେବଳ ନୀରବଦ୍ରଷ୍ଟା ସାଜିଛନ୍ତି। ଏଭଳି ସଂସ୍ଥାର କୌଣସି...

‘ମୁଁ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ’

ମୁମ୍ବାଇ,୧।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସଞ୍ଜୟଙ୍କ ଗିରଫ ପରେ ଶିବସେନା ମୁଖ୍ୟ...

ପରାଜୟ ସ୍ବୀକାର କଲେ ରାୱତ

ନୂଆଦିଲ୍ଲୀ,୧୦।୩: ୨୦୧୭ ପରେ ୨୦୨୨ରେ ମଧ୍ୟ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ସିଂ ରାୱତଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।...

କଡ଼କଡ଼ଡ଼ୋମା କୋର୍ଟରେ ପୋଲିସଙ୍କୁ ପିଟିଲେ ଆଇନଜୀବୀ

ନୂଆଦିଲ୍ଲୀ,୪।୧୧: ତିସ୍‌ ହଜାରୀ କୋର୍ଟରେ ପୋଲିସ ଏବଂ ଆଇଜୀବୀଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ସୋମବାର ଆଇନଜୀବୀମାନେ ହରତାଳ କରିଛନ୍ତି। ସ୍ଥାନୀୟ କଡ଼କଡ଼ଡ଼ୋମା କୋର୍ଟରେ କେତେକ ଆଇନଜୀବୀ...

ଦୈନିକ ମୃତ୍ୟୁ ସଂଖ୍ୟା ୬୬୬ ଛୁଇଁଲା…

ନୂଆଦିଲ୍ଲୀ,୨୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି...

ଯାନ୍ତ୍ରିକ ତ୍ରୁଟି ଯୋଗୁ ଯୁଦ୍ଧ ବିମାନ ମିଗ୍‌-୨୯ ଦୁର୍ଘଟଣାଗ୍ରସ୍ତ

ଚଣ୍ଡିଗଡ଼,୮।୫: ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ପଞ୍ଜାବରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ପଞ୍ଜାବ ନଓ୍ବାନଶହର ଜିଲାର ଚହାଡ଼ପୁରରେ ଶୁକ୍ରବାର ଯୁଦ୍ଧ ବିମାନ ମିଗ୍‌-୨୯ ଦୁର୍ଘଟଣାଗ୍ରସ୍ତ ହୋଇଥିବା...

Advertisement
Archives

Model This Week