Posted inଖେଳ

କରୋନା ଭାଇରସ ପ୍ରଭାବ: ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ

ନୂଆଦିଲ୍ଲୀ,୭।୨(ପି.ଟି.)- କରୋନା ଭାଇରସ ଯୋଗୁ ଭାରତୀୟ ମହିଳା ହକି ଦଳର ଚାଇନା ଗସ୍ତ ବାତିଲ କରାଯାଇଛି। ଏଥିଯୋଗୁ ହକି ଇଣ୍ଡିଆ (ଏଚ୍‌ଆଇ) ସମସ୍ୟାରେ ଘେରି ହୋଇଯାଇଛି। ଅଲିମ୍ପିକ୍ସ ପୂର୍ବରୁ ମହିଳା ଦଳର ପ୍ରସ୍ତୁତି ପାଇଁ ଏଚ୍‌ଆଇକୁ ଏବେ ନୂଆ ପ୍ରତିଦ୍ୱନ୍ଦ୍ୱୀ ଖୋଜିବାକୁ ପଡ଼ିବ। ଭାରତୀୟ ମହିଳା ଦଳ ମାର୍ଚ୍ଚ ୧୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଇନା ଗସ୍ତ କରିବାର ଥିଲା। କିନ୍ତୁ କରୋନା ଭାଇରସ ଯୋଗୁ ଚାଇନାରେ ୬୩୬ ଜଣଙ୍କ ମୃତ୍ୟୁ ହୋଇସାରିଛି। ଭାଇରସ କାରଣରୁ ଆମେ ଚାଇନା ଗସ୍ତ କରିବୁ ନାହିଁ। ବହୁ ଦଳ ଏବେ ପ୍ରୋ ହକି ଲିଗ୍‌ରେ ଭାଗ ନେଉଥିବାରୁ ସେମାନେ ଉପଲବ୍ଧ ନାହାନ୍ତି। ଏଚ୍‌ଆଇ ଓ ଆମ କୋଚ୍‌ମାନେ କେଉଁ ଦଳ ସହ ଆମେ ଖେଳିପାରିବୁ, ସେ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଭାରତୀୟ ଅଧିନାୟିକା ରାଣୀ ରାମ୍‌ପାଲ କହିଛନ୍ତି। ଆର୍ଜେଣ୍ଟିନା, ବେଲଜିୟମ, ଅଷ୍ଟ୍ରେଲିଆ, ଚାଇନା, ଗ୍ରେଟ ବ୍ରିଟେନ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଆମେରିକା ଭଳି ଟପ୍‌ ଦଳ ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ରେ ଭାଗନେଇପାରିବେ। ଅଲିମ୍ପିକ୍ସକୁ ଆଉ ମାତ୍ର ୫ ମାସ ବାକିଥିବାବେଳେ ଅଭ୍ୟାସର ଗୁରୁତ୍ୱ ବଢ଼ୁଛି। ଭଲ ପ୍ରସ୍ତୁତି ଲାଗି ଆମକୁ ଶକ୍ତିଶାଳୀ ଦଳ ସହ ଖେଳିବା ଦରକାର ବୋଲି ରାଣୀ କହିଛନ୍ତି। ଗତବର୍ଷ ଭାରତୀୟ ଦଳ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆମେରିକାକୁ ହରାଇ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଥିଲା। ଭାରତୀୟ ମହିଳା ହକି ଦଳ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ରେକର୍ଡ ଭାଙ୍ଗିଥିବାରୁ ଖୁସି

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- “ମୁଁ ଜାତୀୟ ରେକର୍ଡ ଭାଙ୍ଗିବା ପାଇଁ ବ୍ୟଗ୍ର ଥିଲି। ମୁଁ ଏହା ପୂର୍ବରୁ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ମଧ୍ୟ...

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀ ଚାମ୍ପିୟନ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍‌ଜୁନିୟର ବିଭାଗରେ ସାଇ ଏକାଡେମୀ ଚାମ୍ପିୟନ...

କନ୍ୟା ସନ୍ତାନର ଜନନୀ ହେଲେ ସ୍ତୋସୁରଙ୍କ ପାର୍ଟନର

ମେଲବୋର୍ନ, ୧୪ା୭ (ଏ.ପି.)-ୟୁଏସ୍‌ ଓପନ ୨୦୧୧ ଚାମ୍ପିୟନ ସାମନ୍ଥା ସ୍ତୋସୁରଙ୍କ ପାର୍ଟନର ଲିଜ୍‌ ଗତ ମାସରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହେଲେ ସେ...

ପିତାଙ୍କ ମୃତ୍ୟୁ ପରେ ମା’ ବସ୍‌ କଣ୍ଡକ୍ଟର କାମ କରି ପୁଅକୁ କଲେ କ୍ରିକେଟର,ଏବେ ଭାରତୀୟ ଦଳରେ ମିଳିଲା ସ୍ଥାନ

ମୁମ୍ବାଇ, ୧।୯:ଶ୍ରୀଲଙ୍କାରେ ହେବାକୁ ଥିବା ୟୁଥ୍‌ ଏସିଆ କପ୍‌ ଟୁର୍ନାମେଣ୍ଟ ପାଇଁ ଅଣ୍ଡର-୧୯ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସାମିଲ୍‌ ହୋଇଛନ୍ତି ଜଣେ...

ଇଂଲଣ୍ଡ ୨-୦ରେ ସିରିଜ ବିଜୟୀ

ଗାଲେ, ୨୬ା୧- ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ଇଂଲଣ୍ଡ ୬ ଉଇକେଟରେ ଜିତି ନେଇଛି। ଏହା ଦ୍ୱାରା ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜକୁ...

ରୋହିତଙ୍କୁ ଦିନିକିଆ କ୍ରିକେଟର ପୁରସ୍କାର; କୋହଲିଙ୍କୁ ‘ସ୍ପିରିଟ୍‌ ଅଫ୍‌ ଦି କ୍ରିକେଟ’ ସମ୍ମାନ

ଦୁବାଇ,୧୬।୧(ପି.ଟି.)- ଭାରତୀୟ ତାରକା ଓପନର ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ‘୨୦୧୯ ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର’ ବିବେଚିତ ହୋଇଛନ୍ତି। ଗତବର୍ଷ...

ବିବାହ କରିବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର୍‌

ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ...

ଦ୍ୱିତୀୟଥର ବିବାହ କଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୦।୯: ପାକିସ୍ତାନ କ୍ରିକେଟର ଶାହିନ ଶାହା ଆଫ୍ରିଦି ତାଙ୍କ ସ୍ତ୍ରୀ ଅନ୍ସା ଆଫ୍ରିଦିଙ୍କୁ ପୁଣି ଥରେ ବିବାହ କରିଛନ୍ତି। ଦୁହେଁ ପ୍ରଥମେ ପାରମ୍ପରିକ ଆଫ୍ରିଦି ରୀତିନୀତି...

Advertisement
Archives

Model This Week