କରୋନା ଭାଇରସ୍‌ ବିରୋଧରେ ଲଢ଼ିବା ପାଇଁ ସହାୟତାର ହାତ ବଢ଼ାଇଲେ କାର୍ତ୍ତିକ, ବାଦଶାହ

ମୁମ୍ବାଇ: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ପାଇଁ ବିଭିନ୍ନ ସ୍ତରରୁ ସହାୟତାର ହାତ ବଢ଼ୁଛି। ଇତିମଧ୍ୟରେ ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସେ ଏକ କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏନେଇ କାର୍ତ୍ତିକ ଟୁଇଟ କରି କହିଛନ୍ତି, ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ଏକାଠି ହେବାର ସମୟ ଆସିଛି। ସେ ଆଜି ଯାହା ବି ଅଛନ୍ତି ଓ ଯାହା ଆୟ କରିଛନ୍ତି କେବଳ ଭାରତ ଲୋକଙ୍କ ପାଇଁ। ତେଣୁ ଲୋକଙ୍କ ସହାୟତା ପାଇଁ ଏହି ଦାନ କରୁଛି ବୋଲି କାର୍ତ୍ତିକ କହିଛନ୍ତି। ଏଥିସହ ସହାୟତା କରିବା ପାଇଁ ସେ ସମସ୍ତ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଗାୟକ ତଥା ର଼୍ୟାପର୍ସ ବାଦଶାହ ମଧ୍ୟ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଏନେଇ ସେ ଟୁଇଟ କରି କହିଛନ୍ତି, କରୋନା ବିରୋଧରେ ଜାରି ରହିଥିବା ସଂଘର୍ଷରେ ଦେଶ ପାଇଁ ତାଙ୍କ ପକ୍ଷରୁ ଏକ ଛୋଟ ଯୋଗଦାନ।


Enter your email to get our daily news in your inbox.

All Right Reserved By Dharitri.Com

ମଲାଇକା, କରିନାଙ୍କୁ ଟପିଲେ ଓ୍ବାରିନା

ଖୁବ୍‌ଶୀଘ୍ର ପରଦାକୁ ଅରସୁଛି ସଲମାନ ଖାନଙ୍କ ଅଭିନୀତ ଦବଙ୍ଗ-୩। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ରିଲିଜ୍‌ ହେବା ପୂର୍ବରୁ ଫିଲ୍ମର ଗୀତଗୁଡିକ...

ଅଙ୍କିତାଙ୍କ ପ୍ରକୃତ ନାଁ କ’ଣ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ସେ ଜଣେ ପପୁଲାର...

ଅଭିନୟ କରିବେ ବୋଲି ପିଜା ଖାଇବା ଛାଡି ଦେଇଥିଲେ ପରିଣିତି

ମୁମ୍ବାଇ: ବଲିଉଡ୍ କୁଇନ୍ ପରିଣିତି ଚୋପ୍ରା ଅନେକ ୟଙ୍ଗଷ୍ଟରଙ୍କର ପ୍ରଥମ ପସନ୍ଦ ନାୟିକା ବୋଲି କୁହାଯାଏ । ଅଭିନୟରେ ସେ ଯେମିତି ପାରଙ୍ଗମ ପାଠପଢାରେ ବି...

ରାଜ୍ୟରେ ୯,୦୦୮ କୋଭିଡ୍‌ ବେଡ୍‌

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହୁହୁ ବଢ଼ୁଛି। ଅନୁରୂପ ଭାବେ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ବେଡ୍‌ ଅଭାବ...

ଅଭିନେତା ସୈଫ ଅଲି ଖାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଅଭିନେତା ସୈଫ ଅଲି ଖାନ ବଲିଉଡରେ ଛୋଟେ ନବାବ ଭାବରେ ଜଣାଶୁଣା। ଫିଲ୍ମ ବ୍ୟତୀତ ସୈଫ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାନ୍ତି। ତାଙ୍କୁ...

୫ ରାଜ୍ୟରେ ରାତି କର୍ଫ୍ୟୁ

ଲକ୍ଷ୍ନୌ/ମୁମ୍ବାଇ/ଚଣ୍ଡିଗଡ଼, ୨୫।୧୨: କୋଭିଡ୍‌-୧୯ ଏବଂ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ ହରିୟାଣାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି...

କାଟ୍ରିନାଙ୍କ ଆଖିକୁ ନିଦ ନାହିଁ

ମୁମ୍ବାଇ: ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି କାଟ୍ରିନା କୈଫ୍‌ ଅଭିନୀତ ବଲିଉଡ୍‌ ଚଳଚ୍ଚିତ୍ର ‘ଭାରତ’। ଏଥିଲାଗି ତାଙ୍କ ଆଖିରେ ନିଦ ନ ଥିବା କାଟ୍ରିନା...

ହସ ଆଣିଦେଲା ସୋସିଆଲ ମିଡିଆ

ଇରୋଡ୍‌(ତାମିଲନାଡ଼ୁ): ସମ୍ପ୍ରତି ଅନେକ ଯୁବଗୋଷ୍ଠୀ ସୋସିଆଲ ମିଡିଆର ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଯଦି ମହତ୍‌ ଉଦ୍ଦେଶ୍ୟରେ...

Advertisement
Archives

Model This Week