କରୋନା ପ୍ରତିରୋଧ ବ୍ୟବସ୍ଥା ଲାଗି ୩୦ ଜିଲାକୁ ୪୪.୫୦ କୋଟି: ଔଷଧ ଯୋଗାଣକାରୀ ସଂସ୍ଥାକୁ ଦିଆଯିବ ଇନ୍‌ସେନ୍‌ଟିଭ୍‌

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଘାତକ କରୋନା ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ରାଜ୍ୟ ସରକାର ଏହାକୁ ମୁକାବିଲା କରିବାକୁ ସମସ୍ତ ପ୍ରସ୍ତୁତି କରୁଛନ୍ତି। ଏଥିରେ ଡାକ୍ତର ତଥା ଅନ୍ୟ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ ତଥା ଧନ୍ୟବାଦ ଜଣାଇବା ଲାଗି ୪ ମାସର ଦରମା ଯୋଗାଇ ଦିଆଯିବ ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ଏହାବ୍ୟତିତ ବାଗ୍‌ଚୀ କହିଛନ୍ତି, ଆଗାମୀ ଦିନରେ କରୋନା ସହ ଲଢ଼ିବା ପାଇଁ ଜନବଳ, ମନୋବଳ, ଧନବଳର ଆବଶ୍ୟକତା ରହିଛି। ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାରଙ୍କ ସାଧନକୁ ବଢ଼ାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଓଏମ୍‌ସି ୫୦୦ କୋଟି ଟଙ୍କା ଏବଂ ସ୍ବତନ୍ତ୍ର ଭାବେ ୨୫୦ କୋଟି ଦାନ କରିଛନ୍ତି। କରୋନା ପ୍ରତିରୋଧ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ୩୦ଜିଲାକୁ ୪୪.୫୦ କୋଟି ଟଙ୍କା ପଠାଇଛନ୍ତି। ଏଥିସହ ସମସ୍ତ ଚିକିତ୍ସାଳୟକୁ ଆବଶ୍ୟକ ସ୍ବାସ୍ଥ୍ୟ ସାମଗ୍ରୀ ଯୋଗାଇ ଦେବାରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ଔଷଧ ସେବା ନିଗମକୁ ଔଷଧ ଯୋଗାଣକାରୀ ସଂସ୍ଥାକୁ ଇନ୍‌ସେଣ୍ଟିଭ୍‌ ଦିଆଯିବାକୁ ବ୍ୟବସ୍ଥା ହୋଇଛି। ଯୋଗାଣ ସୂଚାରୁରୂପେ ଏବଂ ୭ ଦିନ ପୂର୍ବରୁ ଦେଲେ ୫୦% ଅଧିକ ଟଙ୍କା ମିଳିବ। ଯଦି ସେମାନେ ୧୫ ଦିନ ଆଗରୁ ଯୋଗାନ୍ତି ତେବେ ୨୫%, ୩୦ ଦିନ ପୂର୍ବରୁ ହେଲେ ୧୦% ଦିଆଯିବ। ଅନ୍ୟ ବ୍ୟବସ୍ଥା ସହ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ଟଙ୍କା ଯୋଗାଇ ଦିଆଯିବ। ୨୧ ଦିନ ଲକ୍‌ଡାଉନ୍‌ରେ ମାଲବାହୀ ଯାନବାହନ ବିନା ବାଧାରେ ଯାତାୟତ କରିପାରିବ। ଏଥିରେ ପ୍ରତିବନ୍ଧକ ଆଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପହଞ୍ଚିବ ଔଷଧ

ନୂଆଦିଲ୍ଲୀ,୨୭ା୩: ଦେଶରେ କରୋନା ଭାଇରସ୍‌ ସଂକ୍ରମ ବଢ଼ିବାରେ ଲାଗିଥିବାରୁ ଔଷଧଗୁଡ଼ିକର ହୋମ୍‌ ଡେଲିଭରିକୁ କେନ୍ଦ୍ର ସରକାର ଗୁରୁବାର ଅନୁମତି ଦେଇଛନ୍ତି। ଫଳରେ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ...

ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ: ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି

ଭୁବନେଶ୍ୱର,୩୧ା୫(ବ୍ୟୁରୋ):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଥିବା ଜବରଦଖଲକୁ ନେଇ ଦାଏର ଦୁଇଟି ପିଟିଶନ ଉପରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଶୁଣାଣି...

କରୋନା ଭୟ: ରଥଖଳାରୁ ଆଉ ୧୦ ପଜିଟିଭ୍‌ ଚିହ୍ନଟ

ପୁରୀ ଅଫିସ,୨୧।୫: ପୁରୀ ରଥଖଳାରୁ ଆଉ ୧୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଏ ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା...

ସାଙ୍ଗକୁ କାଠଫାଳିଆରେ ପିଟି ହତ୍ୟା

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ମଣ୍ଡପ ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଛି। ମଦ ନ ଦେବାରୁ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ଏକ...

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ

ପୁରୀ ଅଫିସ,୩୧।୫: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀର ମରାମତି ହେବ। ତେବେ ମରାମତି ହେବା ନେଇ ଏଏସ୍‌ଆଇ ସହ ଆଲୋଚନା ହୋଇଛି ବୋଲି ପୁରୀ ଜିଲାପାଳ...

ଶ୍ରୀମନ୍ଦିରରେ ପଣାସଂକ୍ରାନ୍ତି ନୀତି: ଆଜିଠୁ ନୂତନ ପାଞ୍ଜି ପ୍ରଚଳନ

ପୁରୀ ଅଫିସ,୧୩ା୪: ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ନୀତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତି,...

ଜିଲାବାସୀଙ୍କୁ ଦର୍ଶନ ଅନୁମତ

ଢେଙ୍କାନାଳ ଅଫିସ, ୨୫।୨ ଦୀର୍ଘ ଦୁଇବର୍ଷ ପରେ କପିଳାସ କ୍ଷେତ୍ରାଧିପତି ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଦେଖିବାର ସୌଭାଗ୍ୟ ଲାଭ କରିବେ ଢେଙ୍କାନାଳ ଜିଲାବାସୀ।...

Advertisement
Archives

Model This Week