କରୋନା ପଜିଟିଭ୍‌ ପରେ ବି କମି ନାହିଁ ମନୋବଳ: ଯୋଗ, ବ୍ୟାୟାମ କରୁଛନ୍ତି ପୋଲିସକର୍ମୀ

ନୂଆଦିଲ୍ଲୀ,୨୪।୪: ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇପଡ଼ିଛି। ସମସ୍ତେ ଏହି ସଂକ୍ରମଣକୁ ନେଇ ଭୟଭୀତ ହୋଇପଡ଼ିଥିବା ବେଳେ ଏହାରି ଭିତରେ ଦିଲ୍ଲୀ ପୋଲିସର ମନୋବଳ ବେଶ୍‌ ପ୍ରଶଂସନୀୟ। କରୋନା ପଜିଟିଭ୍‌ ହେବା ପରେ ବି ସେମାନଙ୍କ ଉତ୍ସାହରେ ନା ଉଣା ହୋଇଛି ନା ମନରେ କିଛି ଭୟ ଅଛି। ବିନ୍ଦାସ ମୁଡ଼ରେ ସେମାନେ ଯୋଗ ଓ ବ୍ୟାୟାମ କରୁଥିବା ନଜର ଆସିଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀର ଆରଏମ୍‌ଏଲ୍‌ ହସ୍ପିଟାଲରେ। କିଛି ଦିନ ତଳେ ଚାନ୍ଦିନୀମହଲ ଥାନାର ୮ଜଣ ପୋଲିସକର୍ମୀ କରୋନାରେ ସଂକ୍ରମିତ ହେବାରୁ ସେମାନଙ୍କୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୁସ୍ଥ ରହିବା ପାଇଁ ସଂକ୍ରମିତ ପୋଲିସମାନେ ସକାଳୁ ଉଠି ନିଜ ଓ୍ବାର୍ଡରେ ଯୋଗ ଓ ବ୍ୟାୟାମ କରୁଛନ୍ତି।

ଯାହାଦ୍ୱାରା ସେମାନଙ୍କ ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇବା ସହ କୌଣସି ବିଷାଦ ଗ୍ରସ୍ତ ହେବେ ନାହିଁ ଏବଂ ଶୀଘ୍ର ସୁସ୍ଥ ହୋଇଯିବେ। ସାରା ବିଶ୍ୱରେ କରୋନା ରୋଗୀଙ୍କ ଭିତରେ ଏଭଳି ଉତ୍ସାହ କେହି କେବେ ଦେଖି ନ ଥିବା ବେଳେ ପୋଲିସଙ୍କ ଏହି ଭିଡିଓ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ପୋଲିସକର୍ମୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ କରୋନା ଯୋଦ୍ଧା ହୋଇ କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସ ଏବେ ସଂକ୍ରମଣ ଶୀକାର ହେଉଛନ୍ତି। ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୯ଜଣ ପୋଲିସ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁମତି ପତ୍ର ଚିରିଲେ, ପଣ୍ଡିତଙ୍କୁ ମାରିଲେ ଚାପୁଡ଼ା; ବନ୍ଦ ରହିଲା ବାହାଘର

ଅଗରତାଲା,୨୮।୪: କରୋନା ମହାମାରୀ ସମୟରେ ବିବାହକୁ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମାତ୍ର କିଛି ଲୋକ ଏହାକୁ ଉଲ୍ଲଂଘନ କରୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପରି...

ଭିକ୍ଷାବୃତ୍ତିକୁ ନିଷିଦ୍ଧ ଘୋଷଣା କରିଥିବା ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୦।୦୨: ବିଭିନ୍ନ ରାଜ୍ୟରେ ଭିକ୍ଷାବୃତ୍ତିକୁ ବେଆଇନ କରାଯାଇଛି। ଏ ସମ୍ପର୍କରେ ଦାଖଲ କରାଯାଇଥିବା ଏକ ଯାଚିକାର ଶୁଣାଣି କରିବାକୁ ରାଜି ହୋଇଯାଇଛନ୍ତି ସୁପ୍ରିମକୋର୍ଟ। ଅଶୋକ ଭୂଷଣ...

ଈଶ୍ୱରୀୟ ବୃକ୍ଷ

ଭାରତୀୟ ସଂସ୍କୃତିେରେ ନଡ଼ିଆ ବା ଶ୍ରୀଫଳର ଗୁରୁତ୍ୱ ଅବର୍ଣ୍ଣନୀୟ। ନିତି ଦିନିଆ ଜୀବନ ଶୈଳୀଠାରୁ ଆରମ୍ଭ କରି ପୂଜା ପାର୍ବଣ ଆଦି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ...

ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତିଙ୍କଠାରେ ଥାଏ ଏହି ସବୁ ଲକ୍ଷଣ

ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଶେଷ ଗୁଣ ରହିଥାଏ, ଯେଉଁ ଗୁଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ତେବେ ଏହି...

୨ ସପ୍ତାହରେ ସୁସ୍ଥ ହେଲା ପକ୍ଷାଘାତ ମୂଷା

ବର୍ଲିନ୍‌,୨୩।୧: ପକ୍ଷାଘାତ ରୋଗ ଚିକିତ୍ସା କ୍ଷେତ୍ରରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିିଛି। ମୂଷାଙ୍କ ଉପରେ ହୋଇଥିବା ଗଷେଣାରେ ପକ୍ଷାଘାତ ମୂଷା ୨ ସପ୍ତାହ ମଧ୍ୟରେ ଚାଲିବାକୁ...

ପଡ଼ିଶା ଘର ଟ୍ରଙ୍କରୁ ମିଳିଲା ନିଖୋଜ ଝିଅର ମୃତଦେହ

ଲକ୍ଷ୍ନୌ,୪।୧୨: ଦୁଇ ଦିନ ହେଲା ନିଖୋଜ ଥିବା ୬ ବର୍ଷୀୟା ଝିଅର ମୃତଦେହ ମିଳିଛି ପଡ଼ିଶା ଘରର ଟ୍ରଙ୍କରୁ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁର...

ଲୋକଗୀତ ଗାଇ ପୁଅକୁ ଶେଷ ବିଦାୟ ଦେଲେ ମା’

ରାଜନନ୍ଦଗାଁ,୩।୧୧: ମା’ ସବୁବେଳେ ମା’। କୁହାଯାଏ ସେ ସର୍ବଂସହା। ସନ୍ତାନ ପାଇଁ ମା’ ସବୁକିଛି କରିପାରେ। ଏମିତିକି ନିଜ ଜୀବନକୁ ବାଜି ବି ଲଗାଇପାରେ। ଛତିଶଗଡ଼...

ନାଗାଲାଣ୍ଡ-ତ୍ରିପୁରାରେ ଭାଜପା, ମେଘାଳୟରେ ଝୁଲା

ନୂଆଦିଲ୍ଲୀ, ୨୮ା୨:ତିନି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଲାଗି ମତଦାନ ଶେଷ ହେବା ସହ ବିଭିନ୍ନ ଗଣମାଧ୍ୟମ ସଂସ୍ଥା...

Advertisement
Archives

Model This Week