Posted inଭଦ୍ରକ

କରୋନା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ୱାର୍ଡ

ଭଦ୍ରକ ଅଫିସ, ୨।୨- ଦେଶ ଓ ରାଜ୍ୟରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ଜନିତ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଶନିବାରଠାରୁ ଭଦ୍ରକ ଜିଲା ଚିକିତ୍ସାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ଓ୍ବାର୍ଡ ଓ କଣ୍ଟ୍ରୋଲରୁମ୍‌ ଖୋଲାଯାଇଛି। କଣ୍ଟ୍ରୋଲରୁମ୍‌ରେ ଦୁଇଟି ଟେଲିଫୋନ ନମ୍ବର ୦୬୭୮୪୨୫୦୮୬୪ ଓ ମୋବାଇଲ ୯୪୩୯୯୯୪୬୨୧ ଜାରି କରାଯାଇଛି। ଯେକୌଣସି ବ୍ୟକ୍ତି ଏହି ନମ୍ବର ମାଧ୍ୟମରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ସୂଚନା ପାଇପାରିବେ। ଖୋଲା ଯାଇଥିବା ସ୍ବତନ୍ତ୍ର ୱାର୍ଡରେ ୪ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଆବଶ୍ୟକ ପଡ଼ିଲେ ଏହି ୱାର୍ଡରେ ରୋଗୀ ରହି ଚିକିତ୍ସିତ ହୋଇପାରିବେ ବୋଲି ଜିଲା ଅତିରିକ୍ତ ଚିକିତ୍ସାଧିକାରୀ(ମେଡିକାଲ) ଡ. ପ୍ରଦୀପ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଏହାବ୍ୟତୀତ ଆଉଟ୍‌ଡୋରରେ ରୋଗୀ ଦେଖୁଥିବା ଡାକ୍ତରମାନେ ଏବେ ମାସ୍କ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଏଭଳି ସଚେତନତାତ୍ମକ ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ଦର୍ଶନ ବନ୍ଦ

ଆରଡ଼ି,୨୮।୧୨(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୩ ଦିନ ପାଇଁ ବନ୍ଦ ରହିବ। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏହି...

ଜାଗାବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ

ଭଣ୍ଡାରିପୋଖରୀ,୧୪।୧୧(ସ୍ବ.ପ୍ର.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରାଜେନ୍ଦ୍ରପୁର ପଞ୍ଚାୟତ କୋଟସିରା ଗ୍ରାମରେ ସୋମବାର ଜାଗାବାଡ଼ିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଉଭୟ...

ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

ଭଦ୍ରକ ଅଫିସ,୩୧।୮: ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ...

ନିର୍ମାଣ ସରିନି, ରାସ୍ତା ଖାଲଖମାରେ ଭର୍ତ୍ତି

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ଧାମନଗର ବ୍ଲକର ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର ପାଳସାହି ଛକଠାରୁ ରଇପୁର ପଞ୍ଚାୟତର କଣ୍ଟିକା ବାଙ୍କସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି।...

ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର

ତିହିଡ଼ି,୧୧।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନନ୍ଦପୁର ବଜାର ଓ ତିହିଡ଼ି ପୁରୁଣାହାଟ ମଧ୍ୟସ୍ଥଳରେ ଥିବା ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ରାତିରେ ତିହିଡ଼ି...

ବାଲି ମାଫିଆଙ୍କ ସହ ବାର୍ତ୍ତାଳାପର ଅଡିଓ ଭାଇରାଲ:ବଦଳିଲେ ଭଣ୍ଡାରିପୋଖରୀ ଥାନାଧିକାରୀ

ଭଦ୍ରକ ଅଫିସ, ୨୫ା୮- ବାଲି ମାଫିଆଙ୍କୁ ସୁହାଇଲା ଭଳି ଥାନାଧିକାରୀଙ୍କ କଥାବାର୍ତ୍ତାର ଅଡିଓ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ବିବାଦୀୟ...

ଯୋଜନା ପରଖିଲେ ଭଦ୍ରକ ଜିଲାପାଳ

ଭଦ୍ରକ ଅଫିସ,୧୯।୪: କରୋନା ମୁକାବିଲା ଲାଗି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ଗରିବ ତଥା ଶ୍ରମିକ ଶ୍ରେଣୀୟ ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ଘରୁ ବାହାରିଲେ ମାଳ ମାଳ ନାଗ ସାପ

ଭଦ୍ରକ ଅଫିସ,୨୬।୬-ଗୋଟିଏ କି ଦୁଇଟି ନୁହିଁ। ଏକାବେଳେ ୪୦ରୁ ଊର୍ଦ୍ଧ୍ୱ ସାପ ଉଦ୍ଧାର ହୋଇଛି। ଏଭଳି ଘଟଣା ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ରଙ୍ଗରାଜପୁର ଗ୍ରାମରେ...

Advertisement
Archives

Model This Week