କରୋନା ଚିକିତ୍ସା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ଯେଉଁସବୁ ନିୟମ ରହିଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହାକୁ ନେଇ  ନୂଆ ନିୟମ ଜାରି କରାଯାଇଛି। ଏହି ନିୟମ ଆଧାରରେ ଯେଉଁମାନେ କରୋନାରେ ସାମାନ୍ୟ ସଂକ୍ରମିତ ହୋଇଥିବେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ପୂର୍ବରୁ ପରୀକ୍ଷା କରିବାର ଆବଶ୍ୟକତା ପଡି ନ ପାରେ। ଯଦି ରୋଗୀଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉନି ଓ ରୋଗୀ ସୁସ୍ଥ ଅନୁଭବ କରୁଛନ୍ତି ତେବେ ତାଙ୍କୁ ୧୦ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ପାରିବ। ଡିସଚାର୍ଜ ହେବା ପରେ ଏବେ ରୋଗୀଙ୍କୁ ୧୪ ଦିନ ପରିବର୍ତ୍ତେ ୭ ଦିନ ଆଇସୋଲେଶନରେ ରହିବାକୁ ପଡିବ। ୧୪ ଦିନରେ ଟେଲି କନଫରେନ୍ସିଂ ଜରିଆରେ ରୋଗୀର ଫଲୋ ଅପ୍‌ କରାଯିବ। ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ରଖାଯିବା ସହ ସେମାନଙ୍କର ଚିକିତ୍ସା କରାଯିବ। ୩ ଦିନ ମଧ୍ୟରେ ଜ୍ୱର କମିଗଲେ ତାଙ୍କୁ ୧୦ ଦିନ ପରେ ଡିସଚାର୍ଜ କରିଦିଆଯାଇ ପାରିବ। ଏହାପରେ ୭ ଦିନ ସେ ହୋମ ଆଇସୋଲେଶନରେ ରହିବେ। ସେହିପରି ଯେଉଁମାନଙ୍କଠାରେ କରୋନାର ଅଧିକ ଲକ୍ଷଣ ଦେଖାଯାଉଥିବ ସେମାନଙ୍କୁ ସିଧା କୋଭିଡ ହସ୍ପିଟାଲରେ ଅକ୍ସିଜେନ ବେଡ୍‌ରେ ରଖାଯିବ। ୩ ଦିନ ପରେ ଯଦି ଜ୍ୱର କମିଯିବ କିନ୍ତୁ ଅକ୍ସିଜେନ ସାଚ୍ୟୁରେଶନ ଲେବଲ ୯୫ ପ୍ରତିଶତରୁ ଅଧିକ ଥିବ ତେବେ ରୋଗୀଙ୍କୁ ୧୦ ଦିନ ମଧ୍ୟରେ ଡିସଚାର୍ଜ କରାଯାଇପାରେ। ଯଦି ରୋଗୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବ ଅବା ଜ୍ୱର ଲାଗି ରହୁଥିବ ତେବେ ତାଙ୍କ ଚିକିତ୍ସା ଜାରି ରହିବ ବୋଲି ଉଲ୍ଲେଖ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ପୁଣି ପିଟିଶନ

ଭୁବନେଶ୍ୱର, ୧୬।୬(ବ୍ୟୁରୋ)/ ନୂଆଦିଲ୍ଲୀ(ସ୍ବ.ପ୍ର.): ପୁରୀ ରଥଯାତ୍ରା ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କରାଯାଇଛି।...

ଶିତଳାପଲିରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ଗଞ୍ଜାମ ପ୍ରଶାସନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି। ଗତ ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏ ନେଇ...

ଘରେ ରହି କାମ କଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୧।୭: କରୋନା ସ୍ଥିତି ବେଳକୁ ବେଳ ଖରାପ ହୋଇ ଚାଲିଥିବା ବେଳେ ଏବେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଘରେ ହି ଁକାମ କରିବେ ବୋଲି...

ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ: ଚାଲିଗଲା ୫ କର୍ମଚାରୀଙ୍କ ଜୀବନ

ମାଙ୍ଗାଲୋର,୧୮।୪: କର୍ନାଟକର ଏକ ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ ଘଟିଛି। ଅଣନିଃଶ୍ୱାସୀ ହୋଇ ୫ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।...

ଗାଈ ଗୋବରରୁ ସାବୁନ ତିଆରି: ଦାମ୍‌ ୧୨୫ ଟଙ୍କା

ନୂଆଦିଲ୍ଲୀ,୨।୧୦: ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗ ପକ୍ଷରୁ ଗାଈ ଗୋବରରୁ ସାବୁନ ତିଆରି କରାଯାଇଛି। ଆୟୋଜିତ ଏକ ଉତ୍ସବରେ ସଡ଼କ ପରିବହନ ମନ୍ତ୍ରୀ...

ନୂଆ ସଚିବାଳୟ ଲୋକାର୍ପଣ କଲେ କେସିଆର୍‌

ହାଇଦ୍ରାବାଦ,୧ା୫: ସମ୍ବିଧାନ ପ୍ରଣେତା ବାବା ଭୀମରାଓ ଆମ୍ବେଡ୍‌କରଙ୍କ ନାମାନୁସାରେ ତେଲଙ୍ଗାନାର ନୂଆ ସଚିବାଳୟର ନାମକରଣ କରାଯାଇଛି। ଜନ ପ୍ରତିନିଧିମାନେ ଓ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ଭାରତୀୟ...

‘ଯୋଗୀ ଆଦିତ୍ୟନାଥଙ୍କଠାରୁ ଟ୍ରେନିଂ ନିଅନ୍ତୁ ନୀତୀଶ’

ପାଟନା,୨।୪: ବିହାର ରୋହତସର ସାସାରାମ ସହରରେ ସାମ୍ପ୍ରଦାୟିକ ହିଂସା ଘଟିଛି। ଏଠାରେ ଅନେକ ଯାନବାହନ, ଘର ଏବଂ ଦୋକାନରେ ନିଆଁ ଲାଗି ନଷ୍ଟ ହେବା ସହ...

କଂଗ୍ରେସର ଅବସ୍ଥା ଦେଖି କେନ୍ଦ୍ରମନ୍ତ୍ରୀଙ୍କ ତରଳିଲା ହୃଦୟ: କହିଲେ, ହୃଦୟରୁ ଚାହୁଁଛି କଂଗ୍ରେସ ମଜଭୁତ ହେଉ

ମୁମ୍ବାଇ,୨୮।୩: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ହୃଦୟ...

Advertisement
Archives

Model This Week