କରୋନା କଟକଣା: ଯୋଡ଼ାରେ ଅଡ୍‌-ଇଭିନ୍‌ ଲାଗୁ

ଯୋଡ଼ା,୨୧ା୩ (ଡି.ଏନ୍‌.ଏ.): କରୋନା ସଚେତନତା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଅଡ୍‌-ଇଭିନ୍‌ ଫର୍ମୁଲା ସମଗ୍ର ଜିଲାରେ ଜାରି କରାଯାଇଛି। ଯୋଡା ପୌରପାଳିକାରେ ଏହାର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଛି । ଶନିବାର ସକାଳୁ ଜନସାଧାରଣ ଏ ବାବଦରେ ଅଜ୍ଞ ଥିବାରୁ ସେମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସଚେତନ କରାଇଥିଲା। ଫଳରେ ଦିନ ୧୧ଟା ପରେ କେବଳ ଅଡ୍‌ ନମ୍ବର ଥିବା ଗାଡି ଚଳାଚଳ କରିଥିଲା। ଯାନବାହନର ସଂଖ୍ୟା ଯଥେଷ୍ଟ କମ୍‌ ଥିବା ଦେଖାଯାଇଥିଲା। ଏ ନେଇ ଯୋଡ଼ା ଥାନାଧିକାରୀ ରାଇସେନ୍‌ ମୁର୍ମୁ କହିଛନ୍ତି, ଅଡ୍‌-ଇଭିନ୍‌ ଲାଗୁ ହେଲେ ଭିଡ଼ ନିୟନ୍ତ୍ରଣ ହୋଇପାରିବ। ଯଦିଓ ଲୋକମାନେ ଏ ସଂକ୍ରାନ୍ତରେ ସଚେତନ ନାହାନ୍ତି, ତଥାପି ପୋଲିସ ବିଭିନ୍ନ ସ୍ଥାନରେ ଯାନବାହନ ଅଟକାଇ ସଚେତନ କରୁଛି। ଏନେଇ ବଡ଼ବିଲ୍‌ ଏଆର୍‌ଟିଓ ମାନସ ରଂଜନ ସାହୁ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ଯୋଡା ଓ ବଡବିଲ୍‌ ସହରରେ ବିଭାଗ ପକ୍ଷରୁ ଯାନବାହନ ନେଇ ଯାଉଥିବା ଲୋକମାନଙ୍କୁ ଅଡ୍‌-ଇଭିନ୍‌ ବିଷୟରେ ବୁଝାଯାଉଛି । ଏହାଦ୍ୱାରା ଭିଡ଼ କମିବ ବୋଲି ଆଶା କରାଯାଉଛି । ସେହିପରି ଯୋଡା ପୌରପାଳିକା ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ବିଭିନ୍ନ ଓ୍ବାର୍ଡର ମୁରବି ଶ୍ରେଣୀୟ ଲୋକମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନରେ ଧରାହେଲେଣି ୧୫୪ ଦଲାଲ: ହସ୍ପିଟାଲରୁ ୭୫ ଓ ଆର୍‌ଟିଓରୁ ୭୯

ଭୁବନେଶ୍ୱର,୨୯।୯(ବ୍ୟୁରୋ): ସ୍ବଚ୍ଛତା ଓ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦଲାଲ ଧରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ...

ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣା: ସନ୍ଧାନୀ କୁକୁରକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଗଞ୍ଜାମ,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି କଳାଯମୁନା ଗ୍ରାମ ନିକଟସ୍ଥ ଏକ କୁକୁଡ଼ା ଫାର୍ମ ସମ୍ମୁଖ ଏକ ପୋଖରୀରୁ ୧୭ ତାରିଖରେ ଜଣେ...

ରାଜଧାନୀରେ ମାଡି ଚାଲିଛି କରୋନା: ଆଜି ୩୭୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୯।୮(ବ୍ୟୁରୋ)-ରାଜଧାନୀରେ ମାଡି ଚାଲିଛି କରୋନା। ବୁଧବାର ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭୦ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୦୪ ଚିହ୍ନଟ ହୋଇଥିବାବେଳେ ୧୬୬...

ଚିନ୍ତାରେ କାକଟପୁର ବ୍ଲକ ଅଞ୍ଚଳର ଚାଷୀ: କରୋନାକୁ ନେଇ ତରଭୂଜକୁ ମୁହଁ ମୋଡୁଛନ୍ତି ଲୋକେ, ବିଲରେ ସଢୁଛି କଖାରୁ; ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୧୫।୪(ଡି.ଏନ୍‌.ଏ.): ପୁରୀ ଜିଲାର କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହଶହ ଏକର ଜମିରେ ପନିପରିବା ଚାଷ ହେଉଛି। କାକଟପୁର ବ୍ଲକର କାକଟପୁର, ଅନନ୍ତପୁର, ନରଣପୁର, ଓଥକା,...

ସୂଚନା ଅଧିକାର କର୍ମୀଙ୍କୁ ଗୁଳି ମାରି ହତ୍ୟା

ଫୁଲବାଣୀ ଅଫିସ୍‌, ୧୦।୧୨:କନ୍ଧମାଳ ଜିଲା ବାଲିଗୁଡାରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅଧିକାର(ଆରଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ମୃତକ ଜଣଙ୍କ ହେଲେ...

ଶୁଦ୍ଧପୂତ ଜୀବନଚର୍ଯ୍ୟା କାର୍ତ୍ତିକ ବ୍ରତର ପ୍ରେରଣା

ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): ପବିତ୍ର କାର୍ତ୍ତିକ ବ୍ରତ ତଥା ମାସର ମାହାମତ୍‌ୟ ଅବର୍ଣ୍ଣନୀୟ । ହିନ୍ଦୁ ଶାସ୍ତ୍ରରେ ଏହାର ଯଥେଷ୍ଟ ପ୍ରମାଣ ରହିଛି । ବର୍ଷକର ପୁଣ୍ୟ ଏହି...

ଭୁଶୁଡ଼ିବାକୁ ବସିଛି ମକରା ନଦୀବନ୍ଧ

କଣାସ,୧୨।୧୧(ସ୍ବ.ପ୍ର.): କଣାସ ବ୍ଲକକୁ ୧୭ରୁ ଊର୍ଦ୍ଧ୍ୱ ନଦୀନାଳ ଘେରି ରହିଛି। ନଦୀବନ୍ଧ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ପ୍ରତିବର୍ଷ ବନ୍ୟା ସମୟରେ...

୫୬୮ ଏକର ଜଙ୍ଗଲ ଜମି ଗାଏବ

କଟକ ଅଫିସ, ୮।୬: ରାଜଧାନୀ ଭୁବନେଶ୍ୱରର ୫୬୮ ଏକର ଜଙ୍ଗଲ ଜମି ଗାଏବ ହୋଇଯାଇଛି। ଏହାକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)ରେ ମାମଲା ରୁଜୁ...

Advertisement
Archives

Model This Week