କରୋନା ଆତଙ୍କ: ଗଞ୍ଜାମର ବିଭିନ୍ନ ବଜାର ବନ୍ଦ

ଗଞ୍ଜାମ,୧୭।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି। ଏହାକୁ ନେଇ ସରକାରଙ୍କ ତତ୍ପରତା ବୃଦ୍ଧି ପାଉଛି। ଗଞ୍ଜାମ ଜିଲାପାଳଙ୍କ ୧୪୪ ଧାରା ଜାରି କରିବା ପରେ ତହସିଲ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ଦୋକାନ ବଜାର ବନ୍ଦ କରି ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ଯଥା ପନିପରିବା, ଫଳ ଓ ମେଡିସିନ ଷ୍ଟୋର ଖୋଲା ଯାଇଥିବା ଦେଖିବାକୁ ମିଳିଛି । ବଜାର ଶୂନସାନ ହୋଇପଡିଛି । ମଙ୍ଗଳବାର ତହସିଲଦାର ଅବନୀ କୁମାର ସାହୁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ, କର୍ମଚାରୀ ହରି ବିଶ୍ୱାଳି ପ୍ରମୁଖ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳାଠାରେ ଥିବା ଚା ପାନ ଦୋକାନ ସବୁ ବନ୍ଦ କରିଛନ୍ତ । ଅନ୍ୟ ପଟେ ଗଞ୍ଜାମ ସହରର ନିତ୍ୟ ବ୍ୟବହାର୍ଯ୍ୟ ଆଳୁ ଦର ଗତକାଲି ସାରୁ ୧୬ରୁ ୨୦ ବଢ଼ି ଯାଇଛି । ଏହାକୁ ପ୍ରଶାସନ ପକ୍ଷରୁ ଶୀଘ୍ର ନିୟନ୍ତ୍ରଣ କରା ନ ଗଲେ ଅନ୍ୟାନ୍ୟ ଜିନିଷ ମଧ୍ୟ କଳାବଜାର ହେବାର ସମ୍ଭାବନା ରହିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲ୍‌ ହେଲା ୨ ସିନେମା ହଲ୍‌

ରାୟଗଡ଼ା ଅଫିସ,୯ା୪: କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ସିନେମା ହଲ୍‌ ପରିସରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଯୋଗୁ ରାୟଗଡ଼ାସ୍ଥିତ ଅଶୋକ ସିନେମା ହଲ୍‌ ଏବଂ ଉଦୟ ପ୍ଲାଜାକୁ...

ଖୁସି ଖବର: ମାସ୍କ୍‌ ପିନ୍ଧିବାକୁ ମନା କଲେ ସରକାର…

ଜେରୁଜେଲମ୍‌,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷା ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି । ମାସ୍କ୍‌...

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫ଲକ୍ଷ ଦେଲା ଅରୁନ୍ଧତୀ ଗ୍ରୁପ୍‌

ବଲାଙ୍ଗୀର ଅଫିସ, ୨୯ା୩- ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ମୁକାବିଲା ପାଇଁ ଏବେ ସରକାରୀ ଓ ବେସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।...

ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ମୟୂର ଭଳି ବିରଳ ମାଛ

ରାଜନଗର,୧।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର ମତ୍ସଜୀବୀ ମଦନ ଦେବନାଥ ଟ୍ରଲର ଯୋଗେ ସମୁଦ୍ରରେ ମାଛ ଧରୁଥିବା ବେଳେ ଶୁକ୍ରବାର ଏକ ବିରଳ...

ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ: ‘ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁ’

ଜଗତ୍‌ସିଂହପୁର ଅଫିସ୍‌,୬ା୨: ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଯୋଜନାଗୁଡିକ ଲୋକଙ୍କ ନିକଟରେ ପହଞ୍ଚିବା ଦରକାର। ଏଥିରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ...

ଏନ୍‌ଜେନ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ: ଉପଭୋକ୍ତାଙ୍କ ଉପରେ ବଢ଼ୁଛି ବିଦ୍ୟୁତ୍‌ ବୋଝ

ତାଳଚେର, ୨୬ା୬ – କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଓ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକୁ ନେଇ ତାଳଚେର ବିଦ୍ୟୁତ୍‌ ସେବାରେ ସୃଷ୍ଟି ହୋଇଛି...

୧୧ ଦିନ ପରେ ନାଲ୍‌କୋ ବିଶ୍ୱକର୍ମା ପୂଜା: ଝଲସିବ ଆଲୁମିନିୟମ ନଗରୀ

ବଅଁରପାଳ, ୬।୯ (ଡି.ଏନ୍‌.ଏ) – ନାଲ୍‌କୋ ପ୍ରସିଦ୍ଧ ଗଣପର୍ବ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆସନ୍ତା ୧୭ ତାରିଖ ଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ...

୨ ଦୋକାନରୁ ଚୋରି

ବନ୍ତ,୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡା ଥାନା କଳାପାହାଡ ଛକରୁ ବୁଧବାର ବିଳମ୍ବିତ ରାତିରେ ୨ଟି ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି। ଉକ୍ତ ଗାଁର ନିଲୁ ରଞ୍ଜନ...

Advertisement


Archives

Model This Week