Posted inଖେଳ

କରୋନା ଆକ୍ରାନ୍ତ ବିଶ୍ୱକପ୍‌ ଚାମ୍ପିୟନ ଖେଳାଳି

ରୋମ,୧୮।୩- ଜୁଭେଣ୍ଟସ ପକ୍ଷରୁ ଖେଳୁଥିବା ବିଶ୍ୱକପ ଚାମ୍ପିୟନ ଫ୍ରାନ୍ସ ଦଳର ସଦସ୍ୟ ବ୍ଲାଇସେ ମାଟୁଡି ଓ ହେଲାସ ଭେରୋନା ଖେଳାଳି ମାଟି ଜାକାଗନି ଘାତକ ଭାଇରସ କରୋନାରେ ଆକ୍ରାନ୍ତ। ଉଭୟଙ୍କ ସ୍ବାବ ରିପୋର୍ଟ ପଜେଟିଭ ଆସିଥିବା ସେମାନଙ୍କ ସିରି ଏ’ କ୍ଲବ ସ୍ପଷ୍ଟ କରିଛନ୍ତି। ଇଟାଲିଆନ ଚାମ୍ପିୟନ ଜୁଭେଣ୍ଟସ ପକ୍ଷରୁ କୁହାଯାଇଛି, ୩୨ ବର୍ଷୀୟ ମାଟୁଡିଙ୍କୁ ଏବେ ଘରେ ପର୍ଯ୍ୟବେକ୍ଷଣରେ ରହିଛନ୍ତି। ୨୦୧୮ ଫିଫା ବିଶ୍ୱକପ୍‌ ଚାମ୍ପିୟନ ମିଡ୍‌ଫିଲ୍ଡର ମାଟୁଡିଙ୍କ ଦଳର ସଦସ୍ୟ ଡାନିଏଲ ରୁଗାନି ପ୍ରଥମେ କରୋନାରେ ପୀଡ଼ିତ ହୋଇଥିଲେ। ଏହାପରେ ଦଳର ସମସ୍ତ ସଦସ୍ୟଙ୍କ ସ୍ବାବ ଟେଷ୍ଟ କରାଯିବା ସହ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ମୋଟ ୧୩ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ଅଫିସିଆଲ ରିପୋର୍ଟରେ କୁହାଯାଇଛି। ୨୪ ବର୍ଷୀୟ ଜାକାଗନିଙ୍କ ନିକଟରେ ଲକ୍ଷଣ ଦେଖାଦେବା ପରେ ନିଜ ଆଡ଼ୁ ରୁଦ୍ଦ ରୁମରେ ରହିଛନ୍ତି। ତାଙ୍କୁ ସମସ୍ତ ମେଡିକାଲ ସୁବିଧା ଯୋଗାଇ ଦିଆଯାଉଛି। ତାଙ୍କ ସମେତ ସିରି ଏ’ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ଥିବା ଭେରୋନା କ୍ଲବର ସମସ୍ତ ଖେଳାଳି ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରହିବେ। ଇଟାଲିରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨.୫ ହଜାର ଥିଲାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାରେ ପହଞ୍ଚତ୍ଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭାଇରସ ଦେଶରେ ୩୫୦ ଲୋକଙ୍କ ଜୀବନ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?