କରିସ୍ମା କହିଲେ, ପିଲାଦିନେ ଏମିତି ଥିଲେ କରୀନା

ସେଲିବ୍ରିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ବିଚାରପତି ଭାବେ କରୀନା କପୁର, ବାସ୍କୋ ଏବଂ ରଫ୍‌ତାର ଉପସ୍ଥିତ ଥିଲେ। କିନ୍ତୁ ଏହି ସପ୍ତାହରେ କରୀନାଙ୍କ ସ୍ଥାନରେ ତାଙ୍କ ବଡ଼ ଭଉଣୀ କରିସ୍ମା କପୁର ବିଚାରପତି ଭୂମିକା ତୁଲାଇଥିଲେ। ଏହି ଶୋ’ର ଶୁଟିଂ ସମୟରେ କରିସ୍ମା ଭଉଣୀ କରୀନାଙ୍କ ବିଷୟରେ କିଛି କଥା କହିଛନ୍ତି ଯାହା ଆଗରୁ କେବେ ଶୁଣି ନ ଥିବେ। କରିସ୍ମା କହିଛନ୍ତି, ପିଲାଦିନେ ମୁଁ ବହୁତ ଧୀରସ୍ଥିର ଶାନ୍ତ ସ୍ବଭାବର ଥିଲି। କିନ୍ତୁ କରୀନା ଯାହାକୁ କୁହନ୍ତି ଫଟକା ମାନେ ପୂରା ରାଗି ଥିଲା। ମୁଁ ଯେତିକି ସାଦାସିଧା ଥିଲି କରୀନା ତା’ର ସମ୍ପୂର୍ଣ୍ଣ ଓଲଟା ଥିଲା। ବହୁତ ଦୁଷ୍ଟ ଥିଲା ସେ। ୧୦ ବର୍ଷର ପ୍ରତିଯୋଗୀ ରିତିକା କରିସ୍ମାଙ୍କୁ ଶୋ’ରେ ଯେତେବେଳେ ଏହି ପ୍ରଶ୍ନ ପଚାରିଥିଲେ କରିସ୍ମା ଏପରି ଉତ୍ତର ରଖିଥିଲେ। ରିତିକାଙ୍କ ପରଫରମାନ୍ସ କରିସ୍ମାଙ୍କୁ ଖୁବ୍‌ ଭଲ ଲାଗିଥିଲା। ଷ୍ଟେଜ୍‌ ଉପରେ ସେ ରିତିକାଙ୍କ ସହିଦ ପାଦ ମିଳାଇ ଡ୍ୟାନ୍ସ ମଧ୍ୟ କରିଥିଲେ। ଏହି ପ୍ରତିଯୋଗିତାରେ ୧୪ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ରିତିକା କରିସ୍ମାଙ୍କ ହୃଦୟ ଜିଣି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ସାମ୍ପୁ ଚୋରି କରନ୍ତି ଦୀପିକା

ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦ୍ୟୁକୋନ୍‌ ହୋଟେଲରୁ ସାମ୍ପୁ ଚୋରି କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ତାଙ୍କର ଜଣେ ନିକଟ ବନ୍ଧୁ ସ୍ନେହା...

‘ବଣ୍ଟି ଔର ବବଲି’ ସିକ୍ୱେଲରୁ ଅଭିଷେକ ଆଉଟ୍‌

୨୦୦୫ରେ ରିଲିଜ୍‌ ହୋଇଥିବା ରାନୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ବଣ୍ଟି ଔର ବବଲି’ ସିକ୍ୱେଲର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି।...

ବୁଲା କୁକୁର ସହ ଖେଳିଲେ ବିରୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ...

ହସ୍ପିଟାଲରେ ଋଷି କପୁର, ଦେଖିବାକୁ ଗଲେ ରଣବୀର-ଆଲିଆ

ବଲିଉଡ ଅଭିନେତା ଋଷି କପୁର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ହଠାତ୍‌ ତାଙ୍କ ସ୍ବାସ୍ଥବସ୍ଥା ଖରାପ ହେବାକୁ...

ଲୁଙ୍ଗି ପିନ୍ଧି ପରଦାକୁ ଆସିବେ ଖିଲାଡି କୁମାର

ବଲିଉଡରେ ଆଜିକାଲି ଅକ୍ଷୟ କୁମାରଙ୍କ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପର୍‌ହିଟ୍‌ ଫିଲ୍ମ ଦେଇଚାଲିଥିବା ଅକ୍ଷୟ ନିଜ ଆଗାମୀ ସିନେମା ‘ବଚନ୍‌ ପାଣ୍ଡେ’ରେ ଏକ...

୧୭ ବର୍ଷରେ ଏତେ ବଦଳିଗଲେଣି ରଶ୍ମୀ, ଚକିତ କରୁଛି ମେକ୍‌ଓଭର

ବମ୍ବେ: ପ୍ରଥମେ ଫିଲ୍ମ ‘କନ୍ୟାଦାନ’ରୁ ନିଜର ଡେବ୍ୟୁ କରିବା ପରେ ଲୋକପ୍ରିୟ ଟେଲି ଧାରାବାହିକ ‘ଉତରନ୍‌’ରୁ ଷ୍ଟାର ପାଲଟିଥିଲେ ଅଭିନେତ୍ରୀ ରଶ୍ମୀ ଦେଶାଇ। ଏବେ ରଶ୍ମୀ...

ଆଉ ୫ ବର୍ଷ ଆକ୍ସନ ଫିଲ୍ମ କରିବେ ଖୀଲାଡି ହିରୋ

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଏଥିରେ ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ଫିଲ୍ମରେ...

କରୋନାରୁ ରକ୍ଷା କରିବ ମାଗଣାରେ ମିଳୁଥିବା ଏହି ଔଷଧ: ସୁସ୍ମିତା

ବମ୍ବେ: ସାରା ବିଶ୍ୱ ଏବେ ଘାତକ କରୋନା ଭୂତାଣୁ କବଳରେ। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା...

Coronavirus Update


Archives

Model This Week

Why Dharitri