କରତକଳରୁ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ

ଭୋଗରାଇ,୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୩ ବେଆଇନ କରତକଳ ଉପରେ ଗତ ଶନିବାର ବାଲେଶ୍ୱର ଟାସ୍କଫୋର୍ସ ଓ ପୋଲିସର ଚଢ଼ାଉ କରି ରବିବାର ବନବିଭାଗ ପକ୍ଷରୁ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଠ ଓ ବ୍ୟବହୃତ ଯନ୍ତ୍ରାଂଶ ଜବତ କରାଯାଇଛି। ବାଲେଶ୍ୱର ଜଙ୍ଗଲ ଓ ପରିବେଶ ବିଭାଗର ସହକାରୀ ବନସଂରକ୍ଷକ ଲକ୍ଷ୍ମଣ ପ୍ରଧାନ, ସମୀର ସାହୁ, ରେଞ୍ଜର ଦେବେନ୍ଦ୍ରନାଥ ପାତ୍ର, ଫରେଷ୍ଟର ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ବନ କର୍ମଚାରୀ ଓ ସ୍ଥାନୀୟ ପୋଲିସ ବେଲା, ଜଗନ୍ନାଥପୁର, ଚଣ୍ଡୀପୁରରେ ଥିବା କରତକଳରେ ବ୍ୟବହୃତ ଯନ୍ତ୍ରାଂଶ ଓ କାଠଗୁଣ୍ଡିକୁ ଗାଡ଼ି ଯୋଗେ ଉଦୟପୁର ଜଙ୍ଗଲ ବିଭାଗକୁ ନେଇଛନ୍ତି। ୩ କରତକଳକୁ ସିଲ୍‌ କରାଯାଇଛି। କରତକଳର ମାଲିକ ଓ କର୍ମଚାରୀଙ୍କୁ ଖବର ଲେଖା ପର୍ଯ୍ୟନ୍ତ ଭୋଗରାଇ ଥାନାରେ ଅଟକ ରଖାଯାଇଛି। ବାଲେଶ୍ୱର ଜଙ୍ଗଲ ଓ ପରିବେଶ ବିଭାଗରୁ ଆସିଥିବା କଟାଳୀ ମେଶିନ୍‌, ଯନ୍ତ୍ରାଂଶ ଓ କାଠଗଣ୍ଡିକୁ କାଟିବା ନିମନ୍ତେ ଘରୋଇ ସିଲିଣ୍ଡର ବ୍ୟବହାର ନେଇ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ। ଲୋକେ ଉତ୍ତେଜିତ ହୋଇ ବନବିଭାଗ ସରକାରୀ ଆଇନକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼

ବାଲିଗୁଡା,୨୯।୧୨:(ଡି.ଏନ.ଏ.): ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦ୍‌ଘାଟନ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାରେ ଯୋଗଦେଇ ଦର୍ଶକଙ୍କ ମନମୋହିଲେ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡାର କଳାକାର l...

ଛାତ୍ରୀଙ୍କ ଗଳା କାଟିଦେଲେ ଯୁବକ

ରାମନାଗୁଡ଼ା/ପଦ୍ମପୁର/ବିଷମକଟକ,୩ା୩(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଡ଼ାରୀ ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ଗୁମୁଡ଼ା ମୁଖ୍ୟ ବଜାରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଛୁରିରେ ଜଣେ...

‘ଅମ୍ଫନ’ ପ୍ରଭାବରେ ଗଛ ଉପୁଡି ରାସ୍ତା ଅବରୋଧ

ବନ୍ତ,୨୦।୫(ଡି.ଏନ୍‌.ଏ.)-ବୁଧବାର ବାତ୍ୟା ‘ଅମ୍ଫନ’ର ପ୍ରଭାବ ଭଦ୍ରକ ଜିଲା ବନ୍ତ ବ୍ଲକରେ ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ତମାମ କୋହଲା ପାଗ ରହିବା ପରେ ସନ୍ଧ୍ୟା ଠାରୁ...

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ

ବରଗଡ଼ ଅଫିସ୍‌,୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡ଼ ଜିଲା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ଟା ୧୫ ମିନିଟରେ ନବୀନ...

ଶୀତରେ ଥରୁଛି କନ୍ଧମାଳ

ଫୁଲବାଣୀ ଅଫିସ/ଜି.ଉଦୟଗିରି/ ଦାରିଙ୍ଗବାଡି(ଡି.ଏନ୍‌.ଏ.)୧୦ା୧୨: କନ୍ଧମାଳ ଜିଲା ଶୀତରେ ଥରୁଛି ା ଶୁକ୍ରବାର ଜି.ଉଦୟଗିରିରେ ପାରଦ ଖସି ୬ ଡିଗ୍ରୀରେ ପହଞ୍ଚିଥିବା ବେଳେ ଫୁଲବାଣୀରେ ୬.୬ ଡିଗ୍ରୀଓ...

ଦ୍ୱିତୀୟ ଗୁରୁପ୍ରିୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି

ଚିତ୍ରକୋଣ୍ଡା,୧୯ା୪(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ ଯନ୍ତ୍ରୀକୁ...

ମରାମତିରେ ଚାଲିଛି ୧୩୩ ବର୍ଷର ପୁରୁଣା ବିଦ୍ୟାଳୟ

ରାଇକିଆ,୨୧ା୧୨(ଡି.ଏନ୍‌.ଏ.): ଶିକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶିକ୍ଷାଦାନଠାରୁ ଆରମ୍ଭ କରି ଭିତ୍ତି ଭୂମି ପର୍ଯ୍ୟନ୍ତ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି।...

ଏନ୍‌ଟିପିସିର ଶତ ପ୍ରତିଶତ ପିଏଲଏଫ୍‌ ହାସଲ

ତାଳଚେର,୧୬ା୫(ନି.ପ୍ର.)- ଏନ୍‌ଟିପିସି କଣିହଁା ମେ ୧୪ରେ ଶତ ପ୍ରତିଶତ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟର(ପିଏଲଏଫ୍‌)ର ହାସଲ କରିପାରିଛି। ଚଳିତ ବର୍ଷ ମେ ମାସରେ ୩ୟ ଥର ପାଇଁ...

Advertisement
Archives

Model This Week