Posted inଫୁରସତ

କମ୍ପ୍ୟୁଟର ଗର୍ଲ

ହିସାର: କମ୍ପ୍ୟୁଟର ଠାରୁ ବି ଶୀଘ୍ର ଉତ୍ତର ଦେଇପାରୁଛନ୍ତି ଦୁଇ ବର୍ଷର ବାଳିକା । ସେଥିପାଇଁ ଏବେ ଏହି ବାଳିକାଙ୍କୁ କମ୍ପ୍ୟୁଟର ଗର୍ଲ କୁହାଯାଉଛି। ଏଭଳି ବିଚକ୍ଷଣ ସ୍ମରଣ ଶକ୍ତି ଥିବା ବାଳିକା ଜଣକ ହେଉଛନ୍ତି ସନାୟା ହୁଡା। ତାଙ୍କ ଘର ହରିୟାଣାର ରୋହତକ ଜିଲ୍ଲାରେ। ସନାୟାଙ୍କର ଏଭଳି ଅଦ୍ଭୁତ ପ୍ରତିଭା ସମ୍ପର୍କରେ ଜାଣିବା ପରେ ଏବେ ସବୁ ଅଞ୍ଚଳରେ ତାଙ୍କୁ ନେଇ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । କୁହାଯାଏ ପ୍ରତିଭା ଲୋକଲୋଚନକୁ ଆସିବାକୁ ବେଶୀ ସମୟ ଲାଗେନି । ଏହାର ଏକ ବଡ଼ ପ୍ରମାଣ ହେଉଛନ୍ତି ସନାୟା । ମାତ୍ର ଦୁଇ ବର୍ଷ ବୟସରେ ସେ ଦେଶ ବିଦେଶର ନାଁ ସହ ସବୁ ଦେଶର ରାଜଧାନୀ ତଥା ଇତିହାସର ବିଭିନ୍ନ ତଥ୍ୟ ଏବଂ ରାଜନେତାଙ୍କ ସମ୍ପର୍କରେ ବହୁ ତଥ୍ୟ ଦେଇପାରୁଛନ୍ତି। ଖାଲି ସେତିକି ନୁହେଁ ବିଭିନ୍ନ ଦେଶର ରାଷ୍ଟ୍ରଧ୍ୱଜକୁ ମଧ୍ୟ ସେ ଦେଖିବା ମାତ୍ରେ କହିପାରନ୍ତି। ଏହା ସହିତ ଭାରତର ସବୁ ରାଜ୍ୟର ରାଜଧାନୀର ନାଁ ବି କେଇ କ୍ଷଣରେ କହିପାରନ୍ତି।
ସନାୟାଙ୍କର ଏଇ ପ୍ରତିଭା ଜଣା ପଡ଼ିଥିଲା ମାତ୍ର ୬ ମାସରୁ ଯେତେବେଳେ ସେ କଥା କହିବା ଆରମ୍ଭ କରିଥିଲେ। ଏହା ପରଠାରୁ ସେ ଯାହା ଶୁଣିଥିଲେ ଖୁବଶୀଘ୍ର ସବୁ ମନେ ରଖି ଦେଉଥିଲେ। ଏବେ ସେ ଭାରତ ସମେତ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ନାଁ ସହିତ କେଉଁ ଜିନିଷକୁ କିଏ ଆବିଷ୍କାର କରିଛନ୍ତି, ବିଭିନ୍ନ ରାଜ୍ୟର ବିଧାନସଭା ସିଟ୍‌ ଆଦି ସମ୍ପର୍କରେ ଖୁବ୍‌ ସହଜରେ କହିପାରୁଛନ୍ତି। ସେଥିପାଇଁ ତାଙ୍କୁ ଲୋକେ କମ୍ପ୍ୟୁଟର ଗାର୍ଲ ବୋଲି କହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେଶ କାଟିବାକୁ ଯାଇ ବଦଳିଗଲା ଜୀବନ: ୧୦ ବର୍ଷ ତଳେ ହଜିଯାଇଥିବା ପୁଅକୁ ଫେରି ପାଇଲା ମା’

କେଶ କାଟିବାରୁ ପରିବାରକୁ ଫେରି ପାଇଲେ ବ୍ୟକ୍ତି। ଆପଣ ଭାବୁଥିବେ କେଶ କାଟି କିପରି ଜଣେ ତାଙ୍କ ପରିବାରକୁ ଫେରି ପାଇବ। ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ...

ହଠାତ୍‌ ୧୧ ବାଘଙ୍କ ସାମ୍ନାକୁ ଡେଇଁ ପଡ଼ିଲେ ଜଣେ ପର୍ଯ୍ୟଟକ, ଆଉ ତା’ ପରେ…

ଚାଇନାର ରାଜଧାନୀ ବେଜିଂର ଏକ ଚିଡ଼ିଆଖାନାରେ ଜଣେ ବ୍ୟକ୍ତି ଏମିତି କିଛି କାରନାମା କରିଥିଲେ ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିଡ଼ିଆଖାନା ବୁଲିବାକୁ...

୪ ମାସ ଲକ୍‌ଡାଉନ୍‌ ପରେ ଖୋଲିଲା ସ୍କୁଲ, ଛାତ୍ରଙ୍କୁ ହେଲାନାହିଁ ପୁରୁଣା ପୋଷାକ

ଚାଇନା‌ରେ ୪ ମାସର ଲକ୍‌ଡାଉନ୍‌ ପରେ ଏବେ ସ୍କୁଲ ଖୋଲିଛି। ଲକ୍‌ଡାଉନ୍‌ରେ ଘରେ ରହିବା ପରେ ଜଣେ ଛାତ୍ରଙ୍କ ଓଜନ ଏତେ ବଢ଼ିଯାଇଛି ଯେ ପରିବାରଲୋକଙ୍କୁ...

ଏମିତି ମନ୍ଦିର ଯେଉଁଠି ପ୍ରସାଦ ଲଗାଯାଏ ଗାଡ଼ି ପାର୍ଟସ୍‌, କାରଣ ଜାଣିଲେ..

ମନ୍ଦିରରେ ସମସ୍ତେ ଧୂପ, ଦୀପ ଜଳାଇ କଦଳୀ, ନଡିଆ, ମିଠା ଆଦି ପ୍ରସାଦ ଲଗାନ୍ତି। କିନ୍ତୁ ଆମେ ଏଠାରେ ଯେଉଁ ମନ୍ଦିର କଥା କହୁଛୁ ସେଠି...

ଏହା ବିଶ୍ୱର ସବୁଠାରୁ ବଡ଼ ସାପ: ଲମ୍ବ ୪୨ ଫୁଟ, କୁମ୍ଭୀରକୁ ଖାଇ ସହଜରେ ହଜମ କରିଦିଏ

ଦୁନିଆରେ ଅନେକ ପ୍ରକାରର ପଶୁ ରହିଛନ୍ତି। ସେଥିମଧ୍ୟରୁ ଆମେ କେତେକଙ୍କ ବିଷୟରେ ଜାଣିଥିବା ବେଳେ ଆଉ କେତେକକୁ ବହିରେ ପଢ଼ିଛୁ। ଅନେକ ପ୍ରଜାତିର ପଶୁଙ୍କ ଉପରେ...

ପୁଟିନଙ୍କ ରହସ୍ୟମୟୀ ପ୍ରେମିକାଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି..

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରୁ ଜଣେ ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସର୍ବଦା ବିବାଦରେ ରହିଥାନ୍ତି।...

କବାଟ ସନ୍ଧିରେ ଏଭଳି ଲୁଚି ରହିଥିଲା ଅହିରାଜ, ଫଣା ଟେକି…

ସୋସିଆଲ ମିଡିଆରେ ପ୍ରତ୍ୟେହ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ପ୍ରେରଣାଦାୟୀ ହୋଇଥିବା ବେଳେ କିଛି ଦେଖି ଲୋକେ ଚକିତ...

ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ୍‌

ତାମିଲନାଡ଼ୁର ମଦୁରାଇଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ୧୯୫୯ ମସିହାରେ ଗଢ଼ି ଉଠିଥିଲା, ଯାହାର ନାଁ ହେଉଛି ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ୍‌।...

Advertisement
Archives

Model This Week