Posted inଜାତୀୟ

କମ୍ପାନୀ ଅଧିକାରୀ ଏବେ ସରକାରୀ ବାବୁ

ନୂଆଦିଲ୍ଲୀ,୧ା୯: ସାଧାରଣତଃ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଏବଂ ଆଇଆର୍‌ଏସ୍‌ ଅଫିସରମାନଙ୍କୁ କେନ୍ଦ୍ରରେ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଥାଏ। ଏହା ବ୍ୟତୀତ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ତିନିପର୍ଯ୍ୟାୟ ଚୟନ ପ୍ରକ୍ରିୟା ମାଧ୍ୟମରେ ମଧ୍ୟ କେତେଜଣଙ୍କୁ ଏହି ପଦବୀ ପାଇଁ ବଛାଯାଇଥାଏ। ତେବେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଶୁକ୍ରବାର ଘରୋଇ କମ୍ପାନୀର ୯ ଜଣ ବିଶେଷଜ୍ଞଙ୍କୁ ବିଭିନ୍ନ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ସେମାନଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି। ସେମାନେ ୩ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଉକ୍ତ ପଦବୀରେ ରହିବେ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ସପ୍ତମ ବେତନ କମିଶନଙ୍କ ପେ’ ମାଟ୍ରିକ୍ସର ସ୍ତର ୧୪ରେ ସେମାନେ ରହିବେ।
ଘରୋଇ କମ୍ପାନୀରୁ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ନିଯୁକ୍ତି ପାଇଥିବା ଅଧିକାରୀମାନେ ହେଲେ କାକୋଲି ଘୋଷ(କୃଷି ମନ୍ତ୍ରଣାଳୟ), ଅମ୍ବର ଦୁବେ (ବେସାମରିକ ବିମାନ ଚଳାଚଳ), ଅରୁଣ ଗୋଏଲ (ବାଣିଜ୍ୟ), ରାଜୀବ ସାକ୍‌ସେନା (ଆର୍ଥତ୍କ ବ୍ୟାପାର), ସୁଜିତ କୁମାର ବାଜପେୟୀ (ପରିବେଶ ଓ ଜଙ୍ଗଲ), ସୌରଭ ମିଶ୍ର (ଆର୍ଥତ୍କ ସେବା), ଦିନେଶ ଦୟାନନ୍ଦ ଜଗ୍‌ଦଲେ (ଅକ୍ଷୟ ଶକ୍ତି), ସୁମନ ପ୍ରସାଦ ସିଂ (ସଡକ ପରିବହନ ଓ ଜାତୀୟ ରାଜପଥ) ଏବଂ ଭୂଷଣ କୁମାର (ଜାହାଜ ଚଳାଚଳ)। ଲାଟେରାଲ ଏଣ୍ଟ୍ରି ପଦ୍ଧତି ବା ଘରୋଇ କମ୍ପାନୀରୁ ବିଶେଷଜ୍ଞମାନଙ୍କୁ ଯୁଗ୍ମ ସଚିବ ପଦବୀରେ ନିଯୁକ୍ତି ପାଇଁ ଗତବର୍ଷ ଜୁନ୍‌ରେ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ପ୍ରଶାସନିକ ବ୍ୟବସ୍ଥା ମଧ୍ୟକୁ ନୂଆ ମେଧାବୀମାନଙ୍କୁ ଆଣିବା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କର ଏହା ଅଭିନବ ପଦକ୍ଷେପ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶକୁ ମିଳିବ ନୂଆ ସେନାଧ୍ୟକ୍ଷ: ଦୌଡ଼ରେ ନରାଓ୍ବନେ-ରଣବୀର-ସୈନି

ନୂଆଦିଲ୍ଲୀ,୨୬।୯: ଆଉ ୩ ମାସ ମଧ୍ୟରେ ଦେଶରେ ନୂଆ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ୍‌ ରାଓ୍ବତ୍‌ ଡିସେମ୍ବର ୩୧ରେ ଅବସର ଗ୍ରହଣ...

ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨ର ସଫଳ ଉତ୍‌କ୍ଷେପଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ...

ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଜରୁରୀ ଅବତରଣ କଲା ବିମାନ…

ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶରେ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଏକ ବିମାନର ଜରୁରୀ କାଳୀନ ଅବତରଣ କରାଯାଇଛି। ଦୁଇ ସିଟ୍‌ ବିଶିଷ୍ଟ ଏହି ବିମାନର ଦୁଇ ପାଇଲଟ ସୁରକ୍ଷିତ ରହିଛନ୍ତି।...

ପଞ୍ଜାବ ବିଧାନସଭା ନିର୍ବାଚନ: କଂଗ୍ରେସ ଜିତିଲେ ସିଦ୍ଧୁ ହେବେ ସୁପର ସିଏମ୍‌

ଚଣ୍ଡିଗଡ଼,୧୨ ।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ବିଧାନସଭା ନିର୍ବାଚନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି ।...

ମୋଦି ପୁଣିଥରେ ଚୌକିଦାର

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏନଡିଏ ମେଣ୍ଟକୁ ମିଳିଥିବା ବହୁମତ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ତେଜ ପ୍ରତାପଙ୍କୁ ହତ୍ୟା ଧମକ!

ପାଟନା,୧୪ ।୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ପାଟନା ସ୍ଥିତ ଘର ନିକଟରେ ରବିବାର ରାତି ପ୍ରାୟ...

ପରମବୀର ହେଲେ ମୁମ୍ବାଇର ନୂଆ ପୋଲିସ କମିଶନର

ମୁମ୍ବାଇ,୨୯।୨: ମହାରାଷ୍ଟ୍ରର ଆଣ୍ଟି କରପଶନ୍‌ ବ୍ୟୁରୋ (ଏସିବି)ର ମୁଖ୍ୟ ପରମବୀର ସିଂହଙ୍କୁ ମହାରାଷ୍ଟ୍ର ସରକାର ମୁମ୍ବାଇର ନୂଆ ପୋଲିସ କମିଶନର ଭାବେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନର...

ତୃଣମୂଳସ୍ତରରେ ନ୍ୟାୟିକ ସୁବିଧା ଉପଲବ୍ଧ କରାଇବା ଅପରିହାର୍ଯ୍ୟ…

ଚେନ୍ନାଇ,୧୪ା୨: ସମାଜର ତୃଣମୂଳସ୍ତରରେ ନ୍ୟାୟିକ ବ୍ୟବସ୍ଥା ଉପଲବ୍ଧ କରାଇବା ଅପରିହାର୍ଯ୍ୟ। ଏହା ଦ୍ୱାରା ସାଧାରଣ ବ୍ୟକ୍ତି ଉପକୃତ ହେବା ସହିତ ନ୍ୟାୟପାଳିକାର ଲକ୍ଷ୍ୟ ପୂରଣ ହୋଇପାରିଥାଏ।...

Advertisement
Archives

Model This Week