Posted inଜାତୀୟ

କମୁନି ଅନ୍ନଦାତାଙ୍କ ଋଣବୋଝ: ଦୋହଲି ଯାଇଛି ଆର୍ଥିକ ମେରୁଦଣ୍ଡ

ନୂଆଦିଲ୍ଲୀ,୨୩।୧୨: ସୋମବାର ଦେଶରେ ପାଳିତ ହେଉଛି କିଷାନ ଦିବସ। ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମତିଥିରେ ଏହା ପାଳିତ ହୋଇଆସୁଛି। ଚୌଧୁରୀ ଚରଣ ସିଂ ୧୯୦୨ ଡିସେମ୍ବର ୨୩ରେ ଉତ୍ତରପ୍ରଦେଶ ନୁର୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୭ ମେ ୨୯ରେ ନୂଆଦିଲ୍ଲୀଠାରେ ଦେହତ୍ୟାଗ କରିଥିଲେ। ଦେଶରେ ଚାଷୀଙ୍କ ବିକାଶ ପାଇଁ ତାଙ୍କ ଜନ୍ମ ଦିନରେ ବିଭିନ୍ନ ଯୋଜନା ପ୍ରଣୟନର ସୁପରିଚାଳନା ସମ୍ପର୍କରେ ସରକାର ଚିନ୍ତା କରିଥାନ୍ତି। କିନ୍ତୁ ଦେଶର ଶହେ ୩୦କୋଟିରୁ ଅଧିକ ଜନସଂଖ୍ୟାକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତାଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ସେମାନଙ୍କର ଋଣବୋଝ ହଟାଇବା ସରକାରୀ ଯୋଜନା ସକ୍ଷମ ହୋଇପାରୁନି। ରାଜନୈତିକ ପଶାପାଲିଲେ କୃଷକମାନେ ଉପେକ୍ଷିତ ହେଉଥିବା କୁହାଯାଉଛି। ସମ୍ପ୍ରତି ମଧ୍ୟପ୍ରଦେଶ, ରାଜସ୍ଥାନ ତଥା ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ହେବା ପରେ କୃଷକଙ୍କ ଋଣଛାଡ଼ ଘୋଷଣା କରାଯାଇଛି। ସେହିଭଳି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଆସାମରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଏବେ ଦେଶର ବୁଦ୍ଧିଜୀବୀମାନେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ୨୦୧୪ରେ ଆନ୍ଧ୍ରପ୍ରଦେଶରେ ୨୪ ହଜାର କୋଟି ଏବଂ ତେଲେଙ୍ଗାନାରେ ୧୭ ହଜାର କୋଟି ଟଙ୍କା ଋଣ ଛାଡ଼ କରାଯାଇଥିବାବେଳେ ୨୦୧୬ରେ ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବରେ ଯଥାକ୍ରମେ ୬ ହଜାର, ୩୪ ହଜାର, ୩୬ ହଜାର ଏବଂ ୧୦ ହଜାର କୋଟି ଟଙ୍କାର କୃଷି ଋଣଛାଡ଼ କରାଯାଇଥିଲା। ସେହିପରି ୨୦୧୮ରେ ରାଜସ୍ଥାନରେ ୮ ହଜାର କୋଟି ତଥା ରାଜସ୍ଥାନରେ ୩୨ ହଜାର କୋଟି ଟଙ୍କାର ଋଣଛାଡ଼ କରାଯାଇଛି। ସମ୍ପ୍ରତି କୃଷକମାନେ ୮.୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର କୃଷି ଋଣ ନେଇଥିବାବେଳେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଅନ୍ୟ ଋଣ ନେଇଛନ୍ତି। ୨୦୦୮ରେ କେନ୍ଦ୍ର ସରକାର ୩.୭ ଛୋଟ ଚାଷୀ ତଥା ୬୦ ଲକ୍ଷ ଅନ୍ୟ ଚାଷୀଙ୍କ ଋଣ ଛାଡ଼ କରିଥିଲେ। ଏବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ କେତେକ ନୂଆ ଯୋଜନା ଆରମ୍ଭ କରାଯାଇଛି। ଅନ୍ନଦାତାଙ୍କ ବିକାଶ ହେଲେ ହିଁ ଦେଶର ଆର୍ଥିକ ଅଭିବୃଦ୍ଧି ହାର ସମ୍ଭବ ହୋଇପାରିବ ବୋଲି ସରକାର ଜାଣିଥିଲେ ମଧ୍ୟ ଏନେଇ ବିଭିନ୍ନ ରାଜ୍ୟ ସରକାର ତଥା କେନ୍ଦ୍ର ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?