କମିଶନରେଟ୍‌ ପୋଲିସରେ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଡ୍ରଗ୍ସ ମାଫିଆ, ଜମି ମାଫିଆ, ବନ୍ଧୁକ ବେପାରୀ ଓ ସଂଗଠିତ ଅପରାଧୀ ସାବାଡ଼ ହେବେ। ବଡ଼ ଅପରାଧ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୋଲିସରେ ଗଠନ ହେବ ‘ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌’। କର୍ମଚାରୀ ହେଉ ଅବା ସମୟର ଅଭାବ ଯୋଗୁ ଥାନାଗୁଡିକରେ ବଡ଼ ଅପରାଧଗୁଡିକୁ ତଦନ୍ତ କରିବା ସମ୍ଭବ ହେଉ ନ ଥିବାରୁ କମିଶନରେଟ ପୋଲିସ ସ୍ତରରେ ଏଭଳି ଏକ ନୂଆ ପ୍ରସ୍ତୁତି ଚାଲିଛି। ମାମଲାର ଗୁରୁତ୍ୱକୁ ଦେଖି ପୋଲିସ କମିଶନର ତଦନ୍ତ ପାଇଁ ଏହି ଟିମ୍‌କୁ ନିର୍ଦ୍ଦେଶ ଦେବେ। ୨୫ରୁ ୩୦ଜଣ ଦକ୍ଷ ପୋଲିସ ଅଫିସରଙ୍କୁ ନେଇ ଟିମ୍‌ ଗଠନ ହେବ ଓ ମୁଖ୍ୟଭାବେ ଡିଆଇଜି ର଼୍ୟାଙ୍କ୍‌ର ଜଣେ ଅଫିସର ରହିବେ। ଗୋଇନ୍ଦା ସୂଚନା ଦେବାକୁ ସ୍ବତନ୍ତ୍ର ଅଫିସର ନିୟୋଜିତ ରହିବେ। ଏଭଳି ଏକ ପ୍ରସ୍ତାବର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ଏହାକୁ ଗୃହ ବିଭାଗ ନିକଟକୁ ପଠାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ମଙ୍ଗଳବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ପୂର୍ବତନ ଗୃହ ସଚିବ, ପୂର୍ବତନ ଡିଜିପିଙ୍କ ସମେତ କେତେଜଣ ବରିଷ୍ଠ ନାଗରିକ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଥିଲେ। ବଡ଼ ତଥା ସମ୍ବେଦନଶୀଳ ମାମଲାର ତଦନ୍ତ ସାରିବାକୁ ଥାନାକୁ ଅଧିକ ସମୟ ଲାଗୁଛି। ଥାନା କର୍ମଚାରୀମାନେ ତୃଣମୂଳସ୍ତରରୁ ତଦନ୍ତ କରୁ ନ ଥିବାରୁ ଲୋକଙ୍କୁ ନ୍ୟାୟ ମିଳିପାରୁ ନାହିଁ। ଏଣୁ କମିଶନରେଟ ପୋଲିସ ଏଥିପାାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରୁ ବୋଲି ମତ ପ୍ରକାଶ ପାଇଥିଲା। ପୋଲିସ କମିଶନର ଷଡ଼ଙ୍ଗୀ କହିଛନ୍ତି, ଗୃହ ବିଭାଗର ଅନୁମତି ମିଳିବା ପରେ ହିଁ ‘ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌’ ଗଠନ କରାଯିବ। ଏଥିପାଇଁ ସହରର ବିଭିନ୍ନବର୍ଗର ପ୍ରସ୍ତାବ ଓ ମତାମତକୁ ସ୍ବାଗତ କରାଯିବ। ଏହି ବ୍ୟବସ୍ଥା ମୁମ୍ବାଇ, କଲିକତା, ଦିଲ୍ଲୀ ଓ ହାଇଦ୍ରାବାଦ ଭଳି ସହରରେ କରାଯାଇଛି। ତେଣୁ ଭୁବନେଶ୍ୱରରେ ଏହା ସଫଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି କମିଶନର। ସୂଚନାଯୋଗ୍ୟ, ପୂର୍ବରୁ ଲ’ ଆଣ୍ଡ୍‌ ଅର୍ଡର ଏବଂ ତଦନ୍ତକୁ ଅଲଗା କରିବା ପାଇଁ ଯୋଜନା ହୋଇଥିଲା। ପୂର୍ବତନ ପୋଲିସ ଡିଜି ଆର୍‌.ପି ଶର୍ମା ଗୃହବିଭାଗକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରି ନ ଥିବାବେଳେ ନୂଆ ପ୍ରସ୍ତାବକୁ ତୁରନ୍ତ ତର୍ଜମା କରାଯିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀ ହତ୍ୟା ମାମଲାର ତଦନ୍ତ କରିବେ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ବା

ନୟାଗଡ ଅଫିସ,୨୬।୧୧: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଶୁକ୍ରବାର ନୟାଗଡ଼ରେ ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା ।...

ବିଭିନ୍ନ ଦାବିରେ ରେଳରୋକୋ

ପାରଳାଖେମୁଣ୍ଡି,୧୦ା୬(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଷ୍ଟେଶନରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ରେଳରୋକୋ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଷ୍ଟେଶନର ଦୋହରୀକରଣ,...

କଟକ ସହରରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୨।୧୦: କଟକ ସହରରୁ ସୋମବାର ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ...

ନାବାଳିକାଙ୍କୁ ବଳାତ୍କାର ଘଟଣା :ଫରେନ୍ସିକ୍‌ ଯାଞ୍ଚ ରିପୋର୍ଟକୁ ଅପେକ୍ଷା

ଅନୁଗୋଳ ଅଫିସ, ୨୩।୭ ଅନୁଗୋଳ ବସ୍‌ଷ୍ଟାଣ୍ଡସ୍ଥିତ ଆହାରକେନ୍ଦ୍ର ପଛପଟେ ଗତ ଶନିବାର ବିଳମ୍ବିତ ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି...

ଅଜନା ରୋଗ୍‌ରେ ପୀଡ଼ିତ ଅଯୋଧ୍ୟା: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

  ବିନିକା,୧୧।୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଖଇରମାଲ ଗଁା ଟିକ୍ରାପଡ଼ାର ମାଞ୍ଜୋ ସୁନାକଁର ମାଏକିନା ଅଯୋଧ୍ୟା ସୁନା(୪୮)। ସେ ଅନେକ...

ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ଜେଲରେ ଭର୍ତ୍ତି କରିବେ: ପ୍ରଣବ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ସଙ୍ଗଠନ ସମ୍ପାଦକ...

ମେୟର ପ୍ରାର୍ଥୀଙ୍କ ଜୋର୍‌ଦାର ପ୍ରଚାର

ଭୁବନେଶ୍ୱର, ୧୩।୩ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଉତ୍ସାହିତ ପ୍ରାର୍ଥୀ ଓ ସମର୍ଥକ। ହାତରେ ଆଉ ମାତ୍ର ଦିନ କେଇଟା। ତେଣୁ କିପରି ଭୋଟରମାନଙ୍କୁ ନିଜ...

ମଧୁବାବୁ ଓଡ଼ିଆ ଜାତିର ଇତିହାସରେ ସ୍ମରଣୀୟ ରହିବେ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ତତ୍‌କାଳୀନ ନେତୃବର୍ଗଙ୍କ ମଧ୍ୟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭାବନା ଆସି ନ ଥିବାବେଳେ ଉତ୍କଳ ଗୌରବ ମଧୁସୂଦନ ଭାଷାଭିତ୍ତିକ ରାଜ୍ୟ ଗଠନର...

Advertisement
Archives

Model This Week