କପ୍ତିପଦା ତହସିଲ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୭ା୧(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ କିଷାନ୍‌ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍‌ଏସ୍‌) ପକ୍ଷରୁ କପ୍ତିପଦା ତହସିଲଦାରଙ୍କ ଅଫିସ୍‌ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା, ପୁରୁଷ, ଛୋଟଛୋଟ ପିଲାମାନେ ବିକ୍ଷୋଭରେ ସାମିଲ ହୋଇଥିଲେ। ବିକ୍ଷୋଭ ପୂର୍ବରୁ ସ୍ଥାନୀୟ ଗାନ୍ଧୀ ଛକଠାରୁ ହାତରେ ପ୍ଲାକାର୍ଡ଼, ବ୍ୟାନର୍‌ ଧରି ଦଖଲୀକୃତ ଜମିକୁ ପଟ୍ଟା ଦିଅ, ଏନ୍‌କ୍ରୋଚ୍‌ମେଣ୍ଟ୍‌ ଫାଇନ୍‌ ବନ୍ଦ କର ଆଦି ଦାବି ନେଇ କପ୍ତିପଦା ତହସିଲଦାରଙ୍କ ଅଫିସ୍‌ ସମ୍ମୁଖରେ ସମବେତ ହୋଇଥିଲେ। ଏଆଇକେକେଏମ୍‌ଏସ୍‌ର ମୟୂରଭଞ୍ଜ ଜିଲା କମିଟି-୨ର ସଭାପତି କମ୍ରେଡ ସାଦ ବଦ୍ରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ମୁଖ୍ୟବକ୍ତାଭାବେ ଅଲ୍‌ ଇଣ୍ଡିଆ କିଷାନ୍‌ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ଯୋଗଦେଇ ପୁରୁଷାନୁକ୍ରମେ ଦଖଲ କରିଆସୁଥିବା ଆଦିବାସୀମାନଙ୍କ ଜମି ସେମାନଙ୍କ ନାମରେ ପଟ୍ଟା ଦେବା ପରିବର୍ତ୍ତେ ବନୀକରଣ, ଶିଳ୍ପାୟନ ଆଦି ନାଁରେ କିଭଳି ଭାବେ ସେମାନଙ୍କ ଭିଟାମାଟିରୁ ଉଚ୍ଛେଦ କରାଯାଉଛି, ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ସେମାନଙ୍କ ଜମି ପଟ୍ଟା ଦେବା ଦାବିରେ ଦୀର୍ଘସ୍ଥାୟୀ ଗଣ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲା ସମ୍ପାଦକ କମ୍ରେଡ ବାଙ୍ଗରା ଉଗ୍ରସାଣ୍ଡି, ଏସ୍‌ୟୁସିଆଇ(କମ୍ୟୁନିଷ୍ଟ୍‌)ର କପ୍ତିପଦା ଆଞ୍ଚଳିକ କମିଟିର ସମ୍ପାଦକ ତଥା ବରିଷ୍ଠ କୃଷକ ନେତା କମ୍ରେଡ ଶ୍ୟାମ ବାନରା, ସୁବୁଦ୍ଧିଆ ହାଇବୁରୁ, ଯୁବରାଜ ସାମାଡ଼ ଓ ଉଦୟ ସାମାଡ଼ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ୬ଦଫା ଦାବି ସମ୍ବଳିିତ ଏକ ସ୍ମାରକପତ୍ର କପ୍ତିପଦା ତହସିଲଦାରଙ୍କୁ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରକାଳୀନ କର୍ଫ୍ୟୁରେ ହେବନି କୋହଳ: ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ବଳବତ୍ତର

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଜୁନ୍‌...

ଖାଦ୍ୟର ମାନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୨୩ା୭: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ଅନିଲ କୁମାର ସାମଲ ବୁଧବାର ପୁରୀ ଜିଲା କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଆୟୋଜିତ...

ବଢ଼ିପାରେ ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୪ା୨(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଯଦି ଏହାର ଉତ୍ପାଦନ ଓ ବଣ୍ଟନ...

ରାତି ୧୨ରୁ ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ

ଅନୁଗୋଳ ଅଫିସ, ୨।୧୧ ଅନୁଗୋଳ ଜିଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଏମ୍‌ପି...

୬ରେ କଳା ଦିବସ ପାଳିବ କୁଡୁମୀ ସେନା

ବାରିପଦା ଅଫିସ,୨ା୯- ୧୯୫୦ ସେପ୍ଟେମ୍ବର ୬ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁଡୁମୀ ଜାତିକୁ ଜନଜାତି ତାଲିକାରୁ ବାଦ ଦିଆଯାଇଥିଲା ା ଏହାର ପ୍ରତିବାଦରେ ବିଗତ...

ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ, ଲାଞ୍ଚ ନେଲା ବେଳେ…

ଭବାନୀପାଟଣା,୨୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଇଓ ଅଫିସର କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ ଅବସରପ୍ରାପ୍ତ...

ସିଙ୍ଗପୁରରେ କାଳବୈଶାଖୀର ତାଣ୍ଡବ: ସରକାରୀ ସହାୟତା ଦାବି

ନୂଆଗାଁ,୩୦।୫ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତସ୍ଥ ସିଙ୍ଗପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଲୀଳା ଘଟିଛି। ଏହା ଏକ ଆଦିବାସୀ...

୩ ବିଲେଇଙ୍କୁ ବିଷ ଦେଇ ହତ୍ୟା, ପଡ଼ୋଶୀଙ୍କ ନାଁରେ ମାମଲା

କଟକ ସଦର, ୨୧।୧(ଡି.ଏନ୍‌.ଏ):ପଶୁଙ୍କ ପ୍ରତି ନିଷ୍ଠୁରତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ମୁଗଭଙ୍ଗା ଅଞ୍ଚଳରେ। ୩ଟି ପୋଷା ବିଲେଇଙ୍କୁ...

Advertisement
Archives

Model This Week