Posted inଜାତୀୟ

କପି ରୋକିବାକୁ ବିହାରରେ ଜୋତା, ମୋଜା ଉପରେ ଲାଗିଲା କଟକଣା

ପାଟନା,୩।୨: ରାଜ୍ୟରେ ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାରେ କୌଣସି ପ୍ରକାର ତ୍ରୁଟି ଏବଂ ଭ୍ରଷ୍ଟାଚାରକୁ ରୋକିବା ପାଇଁ ବିହାର ସ୍କୁଲ ଏକ୍ସାମିନେଶନ୍‌ ବୋର୍ଡ (ବିଏସ୍‌ଇବି) ନୂଆ ପଦକ୍ଷେପ ଗ୍ରହଣ କରିବା ସହ କିଛି ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏଥିସହ ପରୀକ୍ଷାର୍ଥିଙ୍କ କିଛି ଜିନିଷ ଉପରେ କଟକଣା ମଧ୍ୟ ଜାରି କରାଯାଇଛି। ଚଳିତ ଥର ବିହାର ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ଜୋତା ଓ ମୋଜା ପିନ୍ଧି ପରୀକ୍ଷା ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ପରୀକ୍ଷାର୍ଥୀ ନିଜ ସାଙ୍ଗରେ କୌଣସି ପ୍ରକାରର ଇଲୋକ୍‌ଟ୍ରୋନିକ୍ସ ଜିନିଷ ମଧ୍ୟ ଆଣିପାରିବେ ନାହିଁ। ଏଥିସହ ଉତ୍ତର ଖାତା ଓ ଓଏମ୍‌ଆର ଶିଟ୍‌ରେ ପରୀକ୍ଷାର୍ଥୀଙ୍କ ଫଟୋ ରହିବ। ସେହିପରି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଭଲଭାବେ ଯାଞ୍ଚ କରାଯିବ ବୋଲି ବିହାର ରାଜ୍ୟ ପରୀକ୍ଷା ସମିତିର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଗତ କିଛି ବର୍ଷ ଧରି ବିହାର ପରୀକ୍ଷାରେ କପି ଘଟଣା ସାମ୍ନାକୁ ଆସୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ଘଣ୍ଟାର ପରିଶ୍ରମ ବେକାର: ୩୦୦ ଫୁଟ ବୋରଓ୍ବେଲ୍‌ରୁ ଉଦ୍ଧାର ଶିଶୁର ଚାଲିଗଲା ଜୀବନ

ଅମୃତସର,୨୨ା୫: ପଞ୍ଜାବର ହୋଶିଆରପୁର ଜିଲା ଗାଡ଼ିୱାଲା ଅଞ୍ଚଳର ବାଇରାମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୩୦୦ ଫୁଟ ଗଭୀର ବୋରୱେଲ୍‌ରେ ପଡ଼ି ଜଣେ ୬...

ସୋପୋରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୨୦।୪: ଜମ୍ମୁ-କଶ୍ମୀର ସୋପୋରରେ ଶନିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁ ବୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ବାଟରଗାମ୍‌ରେ...

କଠୁଆ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଦୋଷୀ ସାବ୍ୟସ୍ତ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ୭ ଜଣଙ୍କ ମଧ୍ୟରୁ ପଠାନକୋଟ କୋର୍ଟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।...

ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ୧୩ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୨।୬: ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ କରୋନା ତା’ର ଉପସ୍ଥିତି ଜାହିର କରିଛି। ଏଠାରେ ଏକାଥରକେ ୧୩ ଜଣ କରୋନାରେ ପୀଡ଼ିତ ଥିବା...

ଅଯୋଧ୍ୟା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୨।୧୧: ଅଯୋଧ୍ୟା ଜମି ବିବାଦ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି କରିବା ପରେ ମଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କୁ ଦର୍ଶନ କରିବେ। ଏଥିପାଇଁ ସେ...

ମଝି ଆକାଶରେ ଦୁଇଖଣ୍ଡ ହେଲା ବାୟୁସେନା ମିରାଜ ବିମାନ…

ଭୋପାଳ,୨୧।୧୦: ମଝି ଆକାଶରେ ବାୟୁସେନାର ମିରାଜ ଯୁଦ୍ଧ ବିମାନ ଦୁଇଖଣ୍ଡ ହୋଇଯାଇଛି। ତେବେ ପାଇଲଟ ସୁରକ୍ଷିତ ରହିଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶ ଭିଣ୍ଡ...

ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ମାଡ଼: ୬ ଯବାନ ଆହତ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଏଥିରେ ୬ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ...

ସଭାମଞ୍ଚରୁ ଖସିପଡିଲେ କଂଗ୍ରେସ ନେତା

ପାଟନା,୩୦।୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। ଜଲେ ବିଧାନସଭା ଆସନରୁ...

Advertisement
Archives

Model This Week