କପିଳାସ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ସୁଖଦ ବନ୍ଧନର କାହାଣୀ ‘ମାଟି ମା’

ଢେଙ୍କାନାଳ ଅଫିସ,୨୭ା୧୨-ଢେଙ୍କାନାଳ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଗୋଳର ନାଟ୍ୟମ୍‌ ଅନୁଷ୍ଠାନ ପକ୍ଷରୁ ନାଟକ ‘ମାଟି ମା’ ମଞ୍ଚସ୍ଥ ହୋଇଥିଲା। ନାଟ୍ୟକାର ସୁଧାଂଶୁ ମୋହନ ଦ୍ୱିବେଦୀ ଏହାର ନିର୍ଦ୍ଦେଶନା ଦେଇଥିଲେ। ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ଆଦର, ଭକ୍ତି, ଭାବନା ଓ ଦାୟିତ୍ୱପୂର୍ଣ୍ଣ କର୍ତ୍ତବ୍ୟବୋଧକୁ ନେଇ ୩ ପିଢିର ଏକ ସୁଖଦ ବନ୍ଧନର କାହାଣୀ ହେଉଛି ‘ମାଟି ମା’। ପ୍ରଥମ ପିଢିର ପ୍ରାଚୀର ଶିବନାରାୟଣ, ଯିଏକି ସ୍ନେହ, ମମତା, ଆଦର୍ଶବାଦ ଓ ପ୍ରାକ୍ତନ ଚିନ୍ତନର ଜ୍ୱଳନ୍ତ ଉଦାହରଣ। ଆପଣାର ଗାଁ, ପରମ୍ପରା ଓ ମାଟି ସତେଯେମିତି ତାଙ୍କ ଜୀବନର ଅବିଛେଦ୍ୟ ଅଙ୍ଗ। ଶିବନାରାୟଣଙ୍କ ପୁଅ ସନାତନ, ବୋହୂ ସୁମିତ୍ରା ଜୀବନ ସଂଗ୍ରାମର ଅନ୍ୟଏକ ନାମ। ନାତି ସ୍ବୟଂ ଓ ନାତୁଣୀ ଅଲିଭା ଆପଣାର ସ୍ବକୀୟ ଚିନ୍ତାଧାରାରେ ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ଏହି ୩ଟି ପିଢିର ମାନସିକ ଏକତ୍ରୀକରଣ କେବଳ ଆତ୍ମାନୁମିଳନ ଦ୍ୱାରା ହିଁ ସମ୍ଭବ। ଯାହାକି ନାଟକ ‘ମାଟି ମା’ର କାହାଣୀ। ଏଥିରେ ବିଭିନ୍ନ ଭୂମିକାରେ ସୁଧାଂଶୁ ମୋହନ ଦ୍ୱିବେଦୀ, ରବୀନ୍ଦ୍ର ନାଥ ସାହୁ, ବଟକୃଷ୍ଣ ତ୍ରିପାଠୀ, ଶତ୍ରୁଜିତ ପଟ୍ଟନାୟକ, ମନୋଜ କୁମାର ପ୍ରଧାନ, ବିପିନ ପଟ୍ଟନାୟକ, ମାନସ ରଞ୍ଜନ ନାୟକ, ଜୟଶ୍ରୀ ଶତପଥୀ, ସୁପ୍ରଭା ସାହୁ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶକ୍ତିପ୍ରସାଦ ମିଶ୍ର, ରବୀନ୍ଦ୍ର ସାହୁ, ଚିନ୍ତାମଣି ସାହୁ ଓ ବିପିନ ମଞ୍ଚସଜା କରିଥିଲେ। ପ୍ରାରମ୍ଭରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଭାରତୀୟ ଜନସଂଚାର ସଂସ୍ଥାନର ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ଯୋଗ ଦେଇଥିଲେ। ଅନୁଷ୍ଠାନ ସଭାପତି ଦିଲ୍ଲୀଶ୍ୱର ମହାରଣା ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସଦସ୍ୟ ଶତ୍ରୁଘ୍ନ ମାଟି ଧନ୍ୟବାଦ ପ୍ରଦାନ କରିଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶୁକ୍ରବାର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ପଞ୍ଚମବେଦ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ନାଟକ ପୁତ୍ରପୂଜା ମଞ୍ଚସ୍ଥ ହେବ ବୋଲି ଆୟୋଜକ ଅନୁଷ୍ଠାନର ସମ୍ପାଦକ ଜୟନ୍ତ ବର୍ମା ସୂଚନା ଦେଇଛନ୍ତି। ଅମ୍ବିକା ପଟ୍ଟନାୟକ, ବିନୋଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି...

ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ...

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି...

କଞ୍ଚା କଦଳୀରେ ମାଛର ସ୍ବାଦ

କେନ୍ଦ୍ରାପଡ଼ା, ୨୯।୧୧ (ଜଗନ୍ନାଥ ଧଳ): କଞ୍ଚା କଦଳୀରେ ମାଛ, ପନିରରେ ଅଣ୍ଡା, ସୋୟାବଢ଼ିରେ ମଟନ, ଚିକେନର ସ୍ବାଦକୁ କେନ୍ଦ୍ରାପଡ଼ା ସହରବାସୀ ମଙ୍ଗଳବାର ଚାଖିଛନ୍ତି। ଏପରି ନିରାମିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri