କପା ଫସଲର ଅମଳ ପରବର୍ତ୍ତୀ ଯତ୍ନ ଉପରେ ତାଲିମ

କେସିଙ୍ଗା,୨୭।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମପଞ୍ଚାୟତ ସଉରାପଦର କାଜୁ ପଡିଆଠାରେ ଭବାନୀପାଟଣା କପା ବିଶେଷଜ୍ଞଙ୍କ ଆନୁକୂଲ୍ୟରେ ଦିନିକିଆ ସମନ୍ବିତ କପା ଉତ୍ପାଦନ ତାଲିମ ଶିବିର ଗୁରୁବାର ଅନୁଷ୍ଠିତ ହୋଇଥିଲା । କେସିଙ୍ଗା ବ୍ଲକରେ ୧୦ ହଜାର ୯୯୦ ହେକ୍ଟର ଜମିରେ ଚଳିତ ଖରିଫ ଋତୁରେ କପା ଚାଷ ହୋଇଛି । ଏଥିପାଇଁ କପା ବିଶେଷଜ୍ଞ ଭବାନୀପାଟଣା ପକ୍ଷରୁ ଚାଷୀମାନଙ୍କୁ କପା ଉତ୍ପାଦନ, ବିହନ ବିଶୋଧନ, ବିହନ ସଂଗ୍ରହ, ଜଳବାୟୁ ଓ ମୃତ୍ତିକା, ବିହନ କିସମ, ବିହନ ଲଗାଇବା ପ୍ରଣାଳୀ, ଜମି ପ୍ରସ୍ତୁତି, ସମନ୍ବିତ ଖାଦ୍ୟ ସାର ପରିଚାଳନା, ୮ ଧାଡି କପା ଫସଲରେ ୨ ଧାଡି, ହରଡ, ବିରି, ଝୁଡଙ୍ଗ, ସୋୟାବିନ ପ୍ରଭୃତି ଲଗାଇବା ସହିତ ଫସଲ ସଂରକ୍ଷଣ, ପୋକ ସୁରକ୍ଷା, କପା ଫସଲର ମୁଖ୍ୟ ରୋଗ ନିବାରଣ ଆଦି ବିଷୟରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ଚଳିତ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଭାରତ ସରକାରଙ୍କ ଦ୍ୱାରା ମଧ୍ୟମ ଲମ୍ବର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୫ ହଜାର ୧୫୦ରୁ ୫ ହଜାର ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତି ସଂସ୍ଥା ଭାରତ କପା ନିଗମ (ସିସିଆଇ) କପାର ଗୁଣ ନିର୍ଣ୍ଣୟ କରି ଉଚିତ ମୂଲ୍ୟରେ କ୍ରୟ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଚାଷୀମାନେ ତରବରିଆ ନ ହୋଇ କପା ଅମଳ ପରେ ଉଚିତ ମୂଲ୍ୟରେ ବିକ୍ରୟ କରିବା ପାଇଁ ଆଲୋକପାତ କରିଥିଲେ । ପରଲସିଙ୍ଗା ଗ୍ରାମ ପଞ୍ଚାୟତରେ କପା ୮ ଧାଡିରେ ହରଡ, ୨ ଧାଡି ଚାଷ , ୧୦୦ ହେକ୍ଟର ଜମିରେ ୪ଠି ଗ୍ରାମରେ କରାଯାଇଥିବା ଚାଷୀମାନଙ୍କୁ ଉନ୍ନତ ଧରଣ କପା ଚାଷ ବିଷୟରେ ବୁଝାଇଥିଲେ । ଏହି ତାଲିମ ଶିବିରରେ କପା ବିଶେଷଜ୍ଞ କଳାହାଣ୍ଡି ନାରାୟଣ ଉପାଧ୍ୟାୟ, ବିହନ ଉତ୍ପାଦନ ଅଧିକାରୀ ସୁବାଶ ଚନ୍ଦ୍ର ବେହେରା, କୃଷି ଅଧିଦର୍ଶକ ବାଲସି ତନୁଚରଣ ନାଏକ ପ୍ରମୁଖ ଏହି ତାଲିମ ଶିବିରରେ ତାଲିମ ପ୍ରଦାନ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri