Posted inଜାତୀୟ

କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଲେ

ହାଇଦ୍ରାବାଦ,୧୨।୯: ହାଇଦ୍ରାବାଦ୍‌ର ଚାର୍‌ମିନାର୍‌ରେ ଜଣେ ପୋଲିସ୍‌ କନଷ୍ଟେବଳ ନିଜ ପାଇଁ କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଇଛନ୍ତି। କନଷ୍ଟେବଳ ଚାକିରି ଯୋଗୁ ତାଙ୍କୁ ଝିଅ ମିଳିବାରେ ବିଳମ୍ବ ହେଉଥିଲା। ଏଥିପାଇଁ ମୁଁ ଚାକିରି ଛାଡିଦେଲି ବୋଲି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି। ସୂଚନାଯୋଗ୍ୟ, ସିଦ୍ଦାନ୍ତି ପ୍ରତାପ ନାମକ ଜଣେ ଯୁବକ ୨୦୧୪ରେ କନଷ୍ଟେବଳ ଚାକିରି ପାଇଥିଲେ। ଏହାପରେ ବିବାହ ପାଇଁ ତାଙ୍କ ପରିବାର ଲୋକେ ଝିଅ ଖୋଜିବା ଆରମ୍ଭ କରିଥିଲେ। କନଷ୍ଟେବଳ ଚାକିରି ଦେଖି ତାଙ୍କୁ ବିବାହ କରିବାକୁ ଝିଅ ଘର ରାଜି ହେଉ ନ ଥିଲେ। ଏଥିରେ ବିରକ୍ତି ପ୍ରକାଶ କରି ପ୍ରତାପ ହାଇଦ୍ରାବାଦ ପୋଲିସ କମିଶନରଙ୍କୁ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି। ପିଲାଦିନେ ପୋଲିସ ଚାକିରି କରିବାକୁ ଇଚ୍ଛା ଥିବାରୁ ମୁଁ ଇଞ୍ଜିନୟରିଂ ପାସ୍‌ କରିଥିବା ସତ୍ତ୍ୱେ କନଷ୍ଟେବଳ ଚାକିରି କରିଥିଲି। କିନ୍ତୁ ଏବେ ଚାଡିବାକୁ ବାଧ୍ୟ ହେଲି ବୋଲି ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରେ ହେବ ପବନଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୮।୧: ନିର୍ଭୟା ଗଣବଳାତ୍କାରର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହାର ଶୁଣାଣି ଆସନ୍ତା...

ଅର୍ଜୁନ କପୁର କରୋନା ପଜିଟିଭ

ମୁମ୍ବାଇ,୬।୯: ବଲିଉଡ୍‌ ନାୟକ ଅର୍ଜୁନ କପୁର କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି ମୁଁ...

ସୁସ୍ଥ ଅଛନ୍ତି ଶାହା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରି ସୁସ୍ଥ ଥିବା ଦର୍ଶାଇଛନ୍ତି।...

ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି।...

ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ

ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ...

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା: ଏପ୍ରିଲ୍‌ ୧୩ରେ ଶୁଣାଣି; କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୨୭।୨: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା। ଏହାର ବିଚାର କରି ଦିଲ୍ଲୀ ହାଇକୋର୍ଟ...

କଠୁଆ ଗଣ ବଳାତ୍କାର ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇଛି। ଅଦାଲତ ବଳାତ୍କାର ଓ ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା...

ଭାଜପା ନେତାଙ୍କୁ ହତ୍ୟା

କୁଲଗାମ,୬।୮: ଜମ୍ମୁ-କଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ପୁଣିଥରେ ତାଣ୍ଡବ ରଚିଛନ୍ତି। ଗୁରୁବାର ସକାଳେ ଆତଙ୍କବାଦୀମାନେ ଗୁଳିକରି ସେଠାକାର ଭାରତୀୟ ଜନତା ପାର୍ଟି(ଭାଜପା) ସରପଞ୍ଚଙ୍କୁ ହତ୍ୟା କରିଥିବା ଜଣାପଡିଛି।...

Coronavirus Update


Archives

Model This Week

Why Dharitri