କନ୍ୟାକୁମାରୀରୁ କଟକ: ଏକତାର ମନ୍ତ୍ର ନେଇ ଥଙ୍ଗାରାଜାଙ୍କ ଦେଶ ପରିକ୍ରମା

କଟକ ଅଫିସ, ୩୦ା୧୧: ପଙ୍ଗୁ ଲଙ୍ଘୟତେ ଗିରି। ସଂସ୍କୃତରେ ଥିବା ଏହି ଶ୍ଳୋକକୁ ପ୍ରମାଣିତ କରିଛନ୍ତି କନ୍ୟାକୁମାରୀର ଆର୍‌. ଥଙ୍ଗାରାଜା(୪୦)। ଦୁଇଟି ଗୋଡ଼ ଅକର୍ମଣ୍ୟ ହୋଇଥିଲେ ମଧ୍ୟ ଏକ ସ୍ବତନ୍ତ୍ର ସ୍କୁଟରରେ ଦେଶ ପରିକ୍ରମାରେ ସେ ବାହାରିଛନ୍ତି। ରାଜଧାନୀ ଦିଲ୍ଲୀ ହେଉକି ଦୁର୍ଗମ ଜମ୍ମୁ-କଶ୍ମୀର। ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଦେଶ ସାରା ଏକତାର ମନ୍ତ୍ର ବାଣ୍ଟୁଛନ୍ତି। ଏହି ସାହସୀ ଯୁବକ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ କଟକରେ ପହଞ୍ଚିଥିଲେ। ଯୋବ୍ରା ରୋଡ୍‌ସ୍ଥିତ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଶାଖା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇଥିବା ବେଳେ ଥଙ୍ଗାରାଜା ଉପସ୍ଥିତ ରହି ନିଜ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।
‘ଏକ ଭାରତ, ବିଜୟୀ ଭାରତ। ଦେଶବାସୀଙ୍କ ସାମୂହିକ ଅବଦାନର ସମୟ ଆସିଛି। ରାଷ୍ଟ୍ରବାସୀ ଏକ ହେଲେ ଦେଶର ନବନିର୍ମାଣ ହୋଇ ପାରିବ।’ ଏହା ହେଉଛି ଥଙ୍ଗାରାଜାଙ୍କ ବାର୍ତ୍ତା। ଇତି ମଧ୍ୟରେ ସେ ଅନେକ ରାଜ୍ୟ ଅତିକ୍ରମ କରି ସାରିଲେଣି। କଟକ ପରେ ସେ ଭୁବନେଶ୍ୱର, ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ। ଏହାପରେ ସେ ଛତିଶଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି। କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ରର ସୂଚନା କେନ୍ଦ୍ରରେ ଥଙ୍ଗାରାଜା କାର୍ଯ୍ୟ କରନ୍ତି। ଗତ ସେପ୍ଟେମ୍ବର ୧୧ରେ ସେ ଯାତ୍ରା ଆରମ୍ଭ କରିଥିଲେ। କନ୍ୟାକୁମାରୀଠାରେ ୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ବିଶାଳ ରାଷ୍ଟ୍ରୀୟ ସ୍ମାରକୀର ୫୦ତମ ପ୍ରତିଷ୍ଠା ବର୍ଷ ଅବସରରେ ତାଙ୍କର ଏହି ଯାତ୍ରା ବୋଲି ସେ କହିଥିଲେ। ଶ୍ରୀନଗର, ଲେହ୍‌, କାର୍ଗିଲ ଆଦି ସ୍ଥାନ ଯାତ୍ରା କରିବାର ଅନୁଭୂତି ନିଆରା ବୋଲି ଥଙ୍ଗାରାଜା କହିଛନ୍ତି। ଖବରଦାତା ସମ୍ମିଳନୀରେ କେନ୍ଦ୍ରର କଟକ ନଗର ସଙ୍ଗଠକ ରଶ୍ମିତା ନାୟକ, ପ୍ରାନ୍ତ ସଞ୍ଚାଳକ ସୁରସେନ ଜେନା, ‘ଏକ ଭାରତ ବିଜୟୀ ଭାରତ’ର ସଂଯୋଜକ ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି ପୁଣି ବଢ଼ିଲା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ପୁଣି ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି। ଆଉ ମାସେ ଅର୍ଥାତ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇବାକୁ ରାଜ୍ୟ ପରିବହନ...

ସହରାଞ୍ଚଳ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଉଦ୍‌ବେଗ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସହରାଞ୍ଚଳ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କଠୋର ହୋଇଛନ୍ତି। ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବା ଲାଗି...

ଅସିତ୍‌ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଅସିତ୍‌ ତ୍ରିପାଠୀ ରାଜ୍ୟର ନୂଆ ମୁଖ୍ୟ ଶାସନ...

ଲକଡାଉନ ନ ମାନି ୩ ଗିରଫ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଉଲ୍ଲଂଘନ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଠାକୁରଗଡ ଅଞ୍ଚଳରେ...

ଘରେ ଥାଇ ବି ବୟସ୍କ ହୋଇଛନ୍ତି ସଂକ୍ରମିତ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଶିଶୁଠାରୁ ବୁଢ଼ା, କାହାକୁ ଛାଡ଼ୁନି କରୋନା। ତେବେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ଆସିପାରେ, ସେ ବିଷୟରେ କରୋନା ଭୂତାଣୁ...

ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ନେଲେ ସଞ୍ଜୟ ସିଂ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସୋମବାର ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ)...

୭ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି...

ଆଦିବାସୀଙ୍କୁ ମିଳୁନି ପିଡିଏସ୍‌ ସାମଗ୍ରୀ

ଯୋଡ଼ା, ୧୪।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଗରିବ ଲୋକମାନେ ସରକାରଙ୍କ ଖାଦ୍ୟ ଯୋଜନାରେ ବାଦ୍‌ପଡି ଅଭାବ ଅନାଟନରେ ଦିନ ବିତାଉଥିବା ଦେଖିବାକୁ...

Advertisement
Archives

Model This Week