କନ୍ଧମାଳ ଜିଲାପାଳଙ୍କ ଶ୍ରାନିକେତା ଗସ୍ତବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟର ସ୍ଥିତି ପରଖିଲେ

ଦାରିଙ୍ଗବାଡ଼ି,୨।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଅଞ୍ଚଳକୁ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଅଚାନକ ଗସ୍ତ କରିଛନ୍ତି। ସେ ପ୍ରଥମେ ଶ୍ରାନିକେତା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେଠାରେ କେହି କର୍ମଚାରୀ ନଥିବା ଜାଣି ଉଦ୍‌ବେଗ ପ୍ରକାଶ କରିବା ସହ ଚାଲିଥିବା ଏମ୍‌ଜିଏନ୍‌ଇଆର୍‌ଇଜିଏସ୍‌ କାର୍ଯ୍ୟ କିଭଳି ଚାଲିଛି ତାହା ଉପସ୍ଥିତି ଲୋକଙ୍କ ପଚାରିବୁଝିଥିଲେ। ପରେ ସେ ଉକ୍ତ ପଞ୍ଚାୟତର ସୁଲୁମାହା ବିଦ୍ୟାଳୟକୁ ଯାଇ ସେଠାକାର ମଧ୍ୟାହ୍ନଭୋଜନ ରୋଷେଇ ଏବଂ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ସେହିପରି ଛାତ୍ରୀଛାତ୍ରଙ୍କ ପାଠପଢା ସମ୍ପର୍କରେ ଆଲୋଚନା କରିବା ସହ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ସେ ବିଦ୍ୟାଳୟ ସମ୍ମୁଖରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଖଲି ସିଲେଇ କେନ୍ଦ୍ର ବୁଲି ଦେଖିବା ସହ ମହିଳା ମାନଙ୍କଦ୍ୱାରା ସଂଗ୍ରହ ଏବଂ ପ୍ରସ୍ତୁତ କରାଯାଉଥିବା ଅଁଳା, ହରିଡ଼ା, ବାହାଡ଼ାର ପ୍ରସ୍ତୁତୀ ଦେଖିବା ସହ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଫୁଲବାଣୀ ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଫୁଟ ବ୍ରିଜ୍‌ ତଳକୁ ଖସିଲା ରୋଲର ବୋଝେଇ ଟ୍ରେଲର: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଦାରିଙ୍ଗବାଡ଼ି,୭।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗାଠାରେ ୫୦ ଫୁଟ ପୋଲ ତଳକୁ ସୋମବାର ଏକ ରୋଲର ବୋଝେଇ ଟ୍ରେଲର ଖସି ପଡିଛି ା ଏଥିରେ...

ମିିନିବସ୍‌ ଓଲଟି ୧୩ ଆହତ

ଶଙ୍କରାଖୋଲ,୧୧ା୮(ଡି.ଏନ.ଏ.)-ଟିକାବାଲି ନିକଟ କୋଚିଲା ଗଡନାଳ ଡାଇଭର୍ସନ ରୋଡରେ ଶନିବାର ଏକ ମିନିବସ୍‌ ଓଲଟି ପଡିବାରୁ ୧୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଜିଉଦୟଗିରିର ଫିରଜା...

ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ଦୋଷୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

ବାଲିଗୁଡ଼ା,୧୪।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ପାତ୍ରସାହି ନିକଟରେ ଗତ ୧୦ ତାରିଖରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁପଣ୍ଡାଙ୍କୁ ଦୁଇ ଦୁର୍ବୃତ୍ତ ଘରୁଡାକି ଗୁଳି କରି ହତ୍ୟା...

ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ଧମାଳ ପ୍ରଥମ

ଫୁଲବାଣୀ ଅଫିସ, ୧୬ା୧-କୋଚିନ୍‌ଠାରେ ଚାଲିଥିବା ୧୨ତମ ଜାତୀୟସ୍ତରୀୟ ଆଦିବାସୀଙ୍କ ଭାବ ଆଦାନପ୍ରଦାନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାକୁ ସଫଳତା ମିଳିଛି ା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ...

ଧରିତ୍ରୀ ପ୍ରଭାବ: ତାରରେ ନଦୀ ପାର ହେବା ଘଟଣା; ଗଦାପୁର ନଦୀ କୂଳରେ ପହଞ୍ଚିଲେ ବିଡିଓ, ସହକାରୀ ଯନ୍ତ୍ରୀ

ଚନ୍ଦ୍ରଗିରି,୧୯ା୯(ଡି.ଏନ.ଏ.)-ମୋହନା ବ୍ଲକର ଅତି ଦୁର୍ଗମ ଇଲାକାରେ ଅବସ୍ଥିତ ଗରଡମା ପଞ୍ଚାୟତର ରାଜଖମା ଗ୍ରାମ ନିକଟସ୍ଥ ଗଦାପୁର ନଦୀ। ଏହି ନଦୀରେ ପୋଲ ନାହିଁ। ଖରାଦିନେ ଏହା...

ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକି ନେଲେ ବ୍ୟବସାୟୀ: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସନ୍ଦେହ

ଫୁଲବାଣୀ ଅଫିସ, ୨୫ା୧୨- ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଦିଲ୍ଲୀ ଏମ୍‌ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ...

ଚକା ପମ୍ପଚର ଅଛି କହି ଅଧା ରାସ୍ତାରେ ଶ୍ରମିକଙ୍କୁ ଛାଡି ଚାଲିଗଲା ବସ୍‌

ଜି.ଉଦୟଗିରି,୧୦।୬(ଡି.ଏନ.ଏ.)-ପଞ୍ଜାବ ଲୁଧିୟନାରୁ ରାୟଗଡା କାଶୀପୁରକୁ ୨୦ଜଣ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ୍‌ ବୁଧବାର କାଳିଙ୍ଗା ଜି. ଉଦୟଗିରି ମଝି ରାସ୍ତାରେ ଛାଡି ପଳାଇଛି। ଚକା...

ଜେଲ ପରିଦର୍ଶନ କଲେ ବିଭାଗୀୟ ଡିଜି

ଫୁଲବାଣୀ ଅଫିସ, ୨୩ ।୨-କନ୍ଧମାଳ ଜିଲା ଗସ୍ତରେ ଜେଲ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆସି ଶନିବାର ଅପରାହ୍ନରେ ଫୁଲବାଣୀସ୍ଥିତ କାରାଗାର ପରିଦର୍ଶନ କରିଛନ୍ତି।...

Coronavirus Update


Archives

Model This Week

Why Dharitri