କନ୍ତପଡା ୪୮ ଘଣ୍ଟା ଶଟ୍‌ଡାଉନ

ବଇଣ୍ଡା, ୧୧ା୫(ଡି.ଏନ.ଏ.)- ଅନୁଗୋଳରେ ୧୫ କରୋନା ରୋଗୀ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଆଠମଲ୍ଲିକ ବ୍ଲକ କନ୍ତପଡା ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ସୋମବାର କନ୍ତପଡାକୁ ୪୮ ଘଣ୍ଟା ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏ ନେଇ ସେ ଚିଠି (ନଂ. ୬୦୮/୧୧ା୦୫ା୨୦୨୦) ମାଧ୍ୟମରେ ପ୍ରଶାସନକୁ ଅବଗତ କରାଇଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଏହି ଅଞ୍ଚଳକୁ ବିଭିନ୍ନ ସ୍ଥାନରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି। ଏହି ରାସ୍ତା ଦେଇ ଅନୁଗୋଳ, ଆଠମଲ୍ଲିକ, ବଇଣ୍ଡା ଅଞ୍ଚଳକୁ ବହୁ ଯାନବାହନ ଯାତାୟାତ କରୁଛି। ସେଥିରୁ ଯାତ୍ରୀମାନେ କନ୍ତପଡା ଛକରେ ଓହ୍ଲାଇ ଜିନିଷ କିଣାକିଣି କରୁଛନ୍ତି। ତେଣୁ ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷା ପାଇଁ ବୁଧବାର ସକାଳ ୧୦ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଶଟ୍‌ଡାଉନ ଘୋଷଣା କରାଯାଇଛି। ନିୟମ ନ ମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ ଅଭିଯାନ: ଟିକାନେବେ ୩ ଲକ୍ଷ ୮୧୮ ଶିଶୁ

ଅନୁଗୋଳ ଅଫିସ, ୧୫।୧୧-ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଭଳି ମାରାତ୍ମକ ରୋଗର ଟିକାକରଣ ଅଭିଯାନ ଶୁକ୍ରବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହେଉଛି। ଏହି ଅଭିଯାନ ୩ ସପ୍ତାହ ଧରି...

ଆକର୍ଷଣ ସାଜିବ ଆସନ୍ତା ଋତୁ

ଅନୁଗୋଳ ଅଫିସ, ୨୭ା୯: ଖଣିଜରେ ଭରପୂର ଅନୁଗୋଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ମଧ୍ୟ ସମୃଦ୍ଧ। ସାତକୋଶିଆର ସବୁଜିମା ହେଉ କି ଟିକରପଡ଼ାର ମହାନଦୀ ଗଣ୍ଡ ଅବା ପାଲଲହଡ଼ାର ସାନଚିଲିକା,...

ଆଠମଲ୍ଲିକରେ ୫୦ ହଜାର ଲୋକ ପ୍ରଭାବିତ

ଆଠମଲ୍ଲିକ,୧୭।୮(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକରେ ବନ୍ୟା ସ୍ଥିତି ଗମ୍ଭୀର ହେଉଛି। ବ୍ଲକ ଅଞ୍ଚଳର ୧୩ଟି ପଞ୍ଚାୟତବାସୀ ୩ ଦିନ ହେଲା ମହାନଦୀ ଜଳ ଦ୍ୱାରା ପ୍ରଭାବିତ...

ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର

ମାଧପୁର,୨୪।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା।...

ଅନୁଗୋଳ ଜିଲାରେ ଖୋଲିଲା ୩ ମଣ୍ଡି

ଅନୁଗୋଳ ଅଫିସ/ତାଳଚେର/ପାଲଲହଡ଼ା/ବଇଣ୍ଡା, ୧୭।୧୨ ଅନୁଗୋଳ ଜିଲାର ୩ଟି ବ୍ଲକ ଅଞ୍ଚଳରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ପାଲଲହଡ଼ା ବ୍ଲକ ନିଜିଗଡ଼ରେ ଜିଲାପାଳ ମନୋଜ କୁମାର ମହାନ୍ତି...

ସେବାରେ ସନ୍ତୁଷ୍ଟ ନୁହନ୍ତି ସଂକ୍ରମିତ

ଅନୁଗୋଳ ଅଫିସ, ୧୨ା୫ – (ଅମିତ କୁମାର ସାମଲ) ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ତାଳଚେରଠାରେ ଖୋଲାଯାଇଛି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ। ଜିଲାର...

ଗଞ୍ଜାମ, ଯାଜପୁର ଫେରନ୍ତାଙ୍କୁ ଅନୁଗୋଳ ମନା: ଜିଲାପାଳ

ଅନୁଗୋଳ ଅଫିସ,୧୧।୭: ଅନୁଗୋଳ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଜିଲାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି।...

ମିଳିବ ନିଃଶୁଳ୍କ ପ୍ରଶିକ୍ଷଣ

ଅନୁଗୋଳ ଅଫିସ, ୭।୧୨ ରାଜ୍ୟର ଶିକ୍ଷିତ ଯୁବତୀଯୁବକଙ୍କୁ ନିଃଶୁଳ୍କ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ଇଲେକ୍ଟ୍ରିସିଆନ, ରାଜମିସ୍ତ୍ରି ଏବଂ ୱେଲ୍ଡର ଟ୍ରେଡ୍‌ରେ ଉଚ୍ଚମାନର ପ୍ରଶିକ୍ଷଣ ଦିଆଯିବା...

Advertisement
Archives

Model This Week