କଦଳୀ ଚାଷ ଉଜାଡ଼ିଲେ ହାତୀ

ପାଲଲହଡ଼ା, ୨ା୭(ଡି.ଏନ.ଏ.)ପାଲଲହଡ଼ା ବ୍ଲକ ଖମାର ବନାଞ୍ଚଳ ବଡସଡା ପଞ୍ଚାୟତ ଖଣତାପଶି ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ଗ୍ରାମର ସୁରେଶ କୁମାର ସାହୁଙ୍କ କଦଳୀ ବାଡ଼ିରେ ୧୦ରୁ ୧୫ ହାତୀ ପଶି ୨ ଶହରୁ ଊର୍ଦ୍ଧ୍ୱ କଦଳୀ ଗଛ ଓପାଡି ଖାଇବା ସହ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ସୁରେଶ ହାତୀ ସ୍କ୍ବାଡ୍‌କୁ ଖବର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ପରେ ଗ୍ରାମବାସୀଙ୍କ ସହଯୋଗରେ ସେଠାରୁ ହାତୀ ଘଉଡା ଯାଇଥିଲା। ଏଥିରେ ସୁରେଶଙ୍କ କଦଳୀ ଫସଲ ବ୍ୟାପକ କ୍ଷତି ହୋଇଥିବା ବନ ବିଭାଗଠାରେ ସେ ଅଭିଯୋଗ କରିଛନ୍ତି I ଖବରପାଇ ବିଭାଗ ଜଣେ ଗାର୍ଡଙ୍କୁ ଉକ୍ତ ଗ୍ରାମକୁ ପଠାଇଥିବା ଜଣାପଡିଛି। ବ୍ୟାଙ୍କ ଓ ବିଭିନ୍ନ ସୂତ୍ରରୁ ଟଙ୍କା ଋଣ କରି ଚାଷ କରିଥିବାରୁ ଏବେ କିପରି ଟଙ୍କା ପରିଶୋଧ କରିବେ ସେ ନେଇ ସୁରେଶ ଚିନ୍ତାରେ ପଡିଛନ୍ତି। ବାରମ୍ବାର ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିଲେ ହେଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ତୁରନ୍ତ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଖମାର ରେଞ୍ଜର ରମାକାନ୍ତ ସେଠୀଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ଜଙ୍ଗଲ ପାଖ ଗ୍ରାମକୁ ହାତୀ ଆସିବେ ଆମେ କିଛି କରିପାରିବୁ ନାହିଁ। ଯାହାର କ୍ଷତି ହୋଇଛି ସେ ଅଭିଯୋଗ କଲେ କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି I


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri