କଦଳୀ ଚାଷ ଉଜାଡ଼ିଲେ ହାତୀ

ପାଲଲହଡ଼ା, ୨ା୭(ଡି.ଏନ.ଏ.)ପାଲଲହଡ଼ା ବ୍ଲକ ଖମାର ବନାଞ୍ଚଳ ବଡସଡା ପଞ୍ଚାୟତ ଖଣତାପଶି ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ଗ୍ରାମର ସୁରେଶ କୁମାର ସାହୁଙ୍କ କଦଳୀ ବାଡ଼ିରେ ୧୦ରୁ ୧୫ ହାତୀ ପଶି ୨ ଶହରୁ ଊର୍ଦ୍ଧ୍ୱ କଦଳୀ ଗଛ ଓପାଡି ଖାଇବା ସହ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ସୁରେଶ ହାତୀ ସ୍କ୍ବାଡ୍‌କୁ ଖବର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ପରେ ଗ୍ରାମବାସୀଙ୍କ ସହଯୋଗରେ ସେଠାରୁ ହାତୀ ଘଉଡା ଯାଇଥିଲା। ଏଥିରେ ସୁରେଶଙ୍କ କଦଳୀ ଫସଲ ବ୍ୟାପକ କ୍ଷତି ହୋଇଥିବା ବନ ବିଭାଗଠାରେ ସେ ଅଭିଯୋଗ କରିଛନ୍ତି I ଖବରପାଇ ବିଭାଗ ଜଣେ ଗାର୍ଡଙ୍କୁ ଉକ୍ତ ଗ୍ରାମକୁ ପଠାଇଥିବା ଜଣାପଡିଛି। ବ୍ୟାଙ୍କ ଓ ବିଭିନ୍ନ ସୂତ୍ରରୁ ଟଙ୍କା ଋଣ କରି ଚାଷ କରିଥିବାରୁ ଏବେ କିପରି ଟଙ୍କା ପରିଶୋଧ କରିବେ ସେ ନେଇ ସୁରେଶ ଚିନ୍ତାରେ ପଡିଛନ୍ତି। ବାରମ୍ବାର ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିଲେ ହେଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ତୁରନ୍ତ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଖମାର ରେଞ୍ଜର ରମାକାନ୍ତ ସେଠୀଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ଜଙ୍ଗଲ ପାଖ ଗ୍ରାମକୁ ହାତୀ ଆସିବେ ଆମେ କିଛି କରିପାରିବୁ ନାହିଁ। ଯାହାର କ୍ଷତି ହୋଇଛି ସେ ଅଭିଯୋଗ କଲେ କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି I


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନତୀକରଣ ଦିଗରେ ଉଷ୍ଣ ପ୍ରସ୍ରବଣ

ଖମାର,୧୮ା୩:  ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ପର୍ଯ୍ୟଟନର ଭରପୂର ଭିତ୍ତିଭୂମି ରହିଛି। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅନେକ ଦର୍ଶନୀୟ ସ୍ଥାନ ଏବେ...

ସୁରଟରେ ଅଟକିଛନ୍ତି ଶତାଧିକ ଓଡ଼ିଆ

ଆଠମଲ୍ଲିକ/ଛେଣ୍ଡିପଦା,  ୨୯।୩(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ଓ ଛେଣ୍ତିପଦା ବ୍ଲକର ଶତାଧିକ ଦାଦନ ସୁରଟରେ ଫସି ରହିଛନ୍ତି। ଟଙ୍କା ଅଭାବରୁ ସେମାନେ...

ପାଣି କାଦୁଅ ଯୋଗୁ ଜମୁନି ବେପାର

ବଅଁରପାଳ,୧୭ା୬(ଡି.ଏନ.ଏ.) କରୋନା କଟକଣା ଯୋଗୁ ବଅଁରପାଳ ସାପ୍ତାହିକ ହାଟକୁ ଦୁଇଭାଗ କରିଦିଆଯାଇଛି। ଗୋଟିଏ ହାଟ ପୁରୁଣା ସ୍ଥାନରେ ବସୁଥିବା ବେଳେ ଅନ୍ୟଟି ବଅଁରପାଳ ହାଇସ୍କୁଲ ପଡିଆରେ...

ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମ ଯାତ୍ରାପଡ଼ିଆରୁ ଉଚ୍ଛେଦ ଦାବିରେ ଶନିବାର ଗ୍ରାମବାସୀଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।...

ଯୋଗ୍ୟତା ଥାଇ ମିଳୁନି ଆବାସ

ମାଧପୁର, ୧୧।୫ – ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ନୀଳକଣ୍ଠପଡ଼ା ଗ୍ରାମର ୧୨ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ନ ଥିବା...

ଅନୁଗୋଳ ବଜାରରେ କେଟିଏମ୍‌ ଆର୍‌ସି ୧୨୫

ଅନୁଗୋଳ ଅଫିସ, ୧୮।୭ – କେଟିଏମ୍‌ ପକ୍ଷରୁ ନୂଆ ଆର୍‌ସି ୧୨୫ ମଡେଲ ଅନୁଗୋଳ ବଜାର ପ୍ରବେଶ କରିଛି। ଏହି ମଡେଲ ଆର୍‌ସି ୧୬ କେଟିଏମ୍‌...

ଆୟ କମାଇଛି ଆଖୁ

ଛେଣ୍ଡିପଦା,୨୧ା୨ : ଆଖୁ ହେଉଛି ଅର୍ଥକରୀ ଫସଲ। ସେଥିପାଇଁ ଧାନ ଅପେକ୍ଷା ଏହି ଚାଷକୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି ଚାଷୀ। କିନ୍ତୁ ଆଖୁଚାଷ ଓ ଚାଷୀଙ୍କ ପ୍ରତି...

ସମିତି ବଢ଼ାଉଛି ବିହନ ସମସ୍ୟା

ପାଲଲହଡ଼ା,୩ା୭ ଚାଷ ପାଇଁ ସଜବାଜ ହେଉଥିବା ଚାଷୀ ପାଇବେ ଧାନ ବିହନ। ଚଳିତବର୍ଷ ଏଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଇଛି। ଗୋଟିଏ ପରିବର୍ତ୍ତେ ଦୁଇଟି ଗୋଦାମରୁ ଯୋଗାଣ...

Advertisement
Archives

Model This Week