କଟକ ଯିବାକୁ ଆଠମଲ୍ଲିକବାସୀ ହନ୍ତସନ୍ତ: ୩ ଦିନ ହେଲା ଆସୁନି ‘କୃଷ୍ଣପ୍ରିୟା’

ଆଠମଲ୍ଲିକ,୧।୯(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସହରଠାରୁ କଟକ ଯିବାକୁ ୩ ଦିନ ହେଲା ଅସୁବିଧା ଭୋଗୁଛନ୍ତି ଲୋକେ। ଦୀର୍ଘଦିନରୁ ଆଠମଲ୍ଲିକ ଉପାନ୍ତ ଅଞ୍ଚଳରୁ ଯାତାୟାତ କରୁଥିବା ‘କୃଷ୍ଣପ୍ରିୟା’ ନାମକ ଏକ ଘରୋଇ ବସ୍‌ ଆଠମଲ୍ଲିକକୁ ଆସୁ ନ ଥିବାରୁ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଏହାକୁ ନେଇ ଅସନ୍ତୁଷ୍ଟ ଆଠମଲ୍ଲିକବାସୀ ଶନିବାର ସ୍ଥାନୀୟ ବସ୍‌ଷ୍ଟାଣ୍ଡରେ ବିକ୍ଷୋଭ କରିବା ସହ ଆଠମଲ୍ଲିକରୁ ଅନୁଗୋଳ ଯାତାୟାତ କରୁଥିବା ସମସ୍ତ ବସ ସେବାକୁ ବନ୍ଦ କରିଥିଲେ। ଏଥିସହ ଏ ସଂକ୍ରାନ୍ତରେ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି।
ପ୍ରକାଶ ଯେ, ଆଠମଲ୍ଲିକ ସଦର ମହକୁମାରୁ ପ୍ରାୟ ୨୫ଟି ବସ୍‌ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବାବେଳେ ସେଠାରୁ କଟକ ଯିବା ପାଇଁ ମାତ୍ର ୨ଟି ବସ୍‌ ଚାଲୁଛି। ସେହି ଦୁଇଟି ବସ୍‌ ମଧ୍ୟରୁ ‘କୃଷ୍ଣପ୍ରିୟା’ ବସ୍‌ ଦୀର୍ଘ ୪୦ ବର୍ଷ ହେଲା କଟକ ଯାଉଥିବାରୁ ବହୁ ଲୋକଙ୍କ ସହ ସିଧାସଳଖ ଭାବେ ପରିଚିତ ରହିଛି। ଏହି ବସ୍‌ ସକାଳ ୬ଟାରୁ ଆଠମଲ୍ଲିକରୁ କଟକ ଯାଇଥାଏ। ଫଳରେ କଟକ ଡାକ୍ତରଖାନା ସହ ହାଇକୋର୍ଟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଲୋକେ ଏହି ବସ୍‌କୁ ବାଛିଥାନ୍ତି। ଏଥିସହ ଅନେକ ଲୋକ ଏହି ବସ୍‌ ଯୋଗେ ବିଭିନ୍ନ ଜରୁରୀ ତଥା ମୂଲ୍ୟବାନ ସାମଗ୍ରୀ ମଧ୍ୟ ବିଶ୍ୱାସର ସହ କଟକ ଓ ଆଠମଲ୍ଲିକରୁ ପଠାଇଥାନ୍ତି। କିନ୍ତୁ ଏହି ବସ୍‌ ୩ ଦିନ ହେଲା ଆଠମଲ୍ଲିକ ନ ଆସି ଅନୁଗୋଳରେ ହିଁ ରହିଯାଉଛି। ଫଳରେ କଟକରୁ ଆସୁଥିବା ଲୋକେ ଅନ୍ୟ ବସ୍‌ରେ ଅନୁଗୋଳରୁ ଆଠମଲ୍ଲିକ ଫେରୁଛନ୍ତି। ଏଥିସହ ଆଠମଲ୍ଲିକରୁ କଟକ ଯିବାପାଇଁ ଓ ବିଭିନ୍ନ ସାମଗ୍ରୀ ନେବାଆଣିବା ପାଇଁ ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆଠମଲ୍ଲିକରୁ ଅନୁଗୋଳକୁ ଯାତାୟାତ କରୁଥିବା ସମସ୍ତ ବସ୍‌ ଚଳାଚଳକୁ ବନ୍ଦ କରିଦେଇଥିଲେ। ତେବେ ଅପରାହ୍ନରେ ବସ୍‌ ସେବା ସ୍ବାଭାବିକ ହୋଇଥିବା ଜଣାପଡିଛି। ଅନୁଗୋଳ ବସ୍‌ଷ୍ଟାଣ୍ଡରୁ ଆଠମଲ୍ଲିକକୁ ଆସିବାକୁ ଯାତ୍ରୀ ହେଉ ନ ଥିବାରୁ ‘କୃଷ୍ଣପ୍ରିୟା’ ଅନୁଗୋଳରେ ରହିଯାଉଥିବା ବସ୍‌ ମାଲିକଙ୍କ ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା ଆଠମଲ୍ଲିକ ବାସୀ କଟକ ଯିବା ପାଇଁ ଅସୁବିଧା ଭୋଗୁଥିବା ଆଠମଲ୍ଲିକ ଓକିଲ ସଂଘ ପ୍ରକାଶ କରିଛି। ପୂର୍ବରୁ କଟକ ଯାଉଥିବା ୪ଟି ବସ୍‌କୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏ ଦିଗରେ ପରିବହନ ବିଭାଗ, ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବାକୁ ଓକିଲ ସଂଘ ସଭାପତି ଦିନେଶ କୁମାର ସିଂ, ଉପସଭାପତି ଜିତେନ୍ଦ୍ର ମୁଖି ପ୍ରମୁଖ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଆଠମଲ୍ଲିକ ବସ୍‌ ସଂଘ ସଭାପତି ସଦାଶିବ ପ୍ରଧାନ କୁହନ୍ତି, କିଛି ଅସୁବିଧା ଯୋଗୁ ସାମୟିକ ଭାବେ କୃଷ୍ଣପ୍ରିୟା ବସ୍‌ ଚଳାଚଳ ବନ୍ଦ ରହିଥିଲା। ରବିବାରଠାରୁ ଏହା ସ୍ବାଭାବିକ ହେବ। ତେବେ ଆଠମଲ୍ଲିକରୁ କଟକ ଯାତାୟାତ ପାଇଁ ରାଜ୍ୟ ସରକାର ବସ୍‌ ଚଳାଚଳର ସୁବିଧା କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଆରଟିଓ ଧନଞ୍ଜୟ ସେନାପତିଙ୍କୁ ପଚାରିବାରେ କହିଛନ୍ତି, ବସ୍‌ ଚଳାଚଳ ବନ୍ଦ ହେବା ଘଟଣା ବିଷୟରେ ଖବର ନାହିଁ। ଯଦି ଏହା ହୋଇଥାଏ ତେବେ ପରମିଟ୍‌ କାରଣ କିମ୍ବା ଅନ୍ୟ କେଉଁ ସମସ୍ୟା ଯୋଗୁ ଏପରି ଅସୁବିଧା ହୋଇଛି ତାହାର ଅନୁଧ୍ୟାନ କରିବି। ଏ ନେଇ ଟ୍ରାନ୍ସପୋର୍ଟ କମିଶନଙ୍କ ସହ ଆଲୋଚନା କରିବି। ସମାଧାନ ହୋଇ ନ ପାରିଲେ ବିକଳ୍ପ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡ୍‌ ହସ୍ପିଟାଲ

ଅନୁଗୋଳ ଅଫିସ,୧୧।୧ ଅନୁଗୋଳ ଜିଲାରେ କୋଭିଡ୍‌ ସଂକ୍ରମଣ ବଢ଼ୁଛି। ତେଣୁ ଜିଲାରେ ଥିବା କୋଭିଡ୍‌ ହସ୍ପିଟାଲଗୁଡ଼ିକ ସୁରୁଖୁରୁରେ ଚାଲିବା ନିମନ୍ତେ ସୋମବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର...

କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ

ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ...

ମହିଳାଙ୍କୁ କଚାଡ଼ିଦେଲା ହାତୀ

ଛେଣ୍ଡିପଦା,୧୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ସକାଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ...

ଆବର୍ଜନାକୁ ନେଇ ବଢ଼ୁଛି ଆପତ୍ତି

ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା...

ଡ୍ୟୁଟି ସାରି ଫେରିବା ବେଳେ ଧକ୍କା ଦେଇ ଗାଡ଼ି ଫେରାର, ହୋମଗାର୍ଡଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ତାଳଚେର,୬।୫(ନି.ପ୍ର.): ଅନୁଗୋଳ ଜିଲା ରେଙ୍ଗାଳି ଦକ୍ଷିଣ କେନାଲ ରାସ୍ତାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତାଳଚେର...

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ରାସୋଳ, ୬ା୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜରେ ଶୁକ୍ରବାର ପୁଣି ମୁଣ୍ଡ ନେଇଛି ଗୋଠଛଡ଼ା ଦନ୍ତା। ମୃତକ ହେଲେ ରାସୋଳ ସେକ୍ସନ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ...

କାଷ୍ଟ ହାଉସ-ବି ବିଶ୍ୱକର୍ମା ପୂଜା ପ୍ରସ୍ତୁତି: ୭ ଦିନ ଚାଲିବ ଅନ୍ନପ୍ରସାଦ ବଣ୍ଟନ

ବଅଁରପାଳ, ୧୨।୯ (ଡି.ଏନ୍‌.ଏ) – ନାଲକୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆସନ୍ତା ୧୭ ତାରିଖଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ ସମସ୍ତ ପୂଜା କମିଟି...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଏମ୍‌ସିଏଲ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ

ତାଳଚେର,୨୯ା୭(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖ ରାତିରେ ଘଟିଥିବା ଦୁର୍ଘଟଣାରେ ଏଯାଏ ୩ଜଣଙ୍କ...

Advertisement
Archives

Model This Week