କଟକରେ କଡ଼ା କଟକଣା: ଗ୍ରୀନ କରିଡରରେ ଆସିଲେ ଗର୍ଭବତୀ

କଟକ ଅଫିସ୍‌, ୪ା୪- ସଟ୍ ଡାଉନରେ ଫସିଥିବା ଜଣେ ଗର୍ଭବତୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପୋଲିସ ପ୍ରସ୍ତୁତ କରିଥିଲା ଗ୍ରୀନ କରିଡର । ରାସ୍ତା ଉପରୁ ହଟିଗଲା ସମସ୍ତ ବ୍ୟାରିକେଡ୍ । ଗର୍ଭବତୀ ଜଣଙ୍କ କିପରି ତୁରନ୍ତ ମେଡ଼ିକାଲରେ ପହଚିଂବେ ସେଥି ନିମନ୍ତେ ପୋଲିସ ଯୁଦ୍ଧକାଳୀନ ପରସ୍ଥିତିରେ ସମସ୍ତ ବ୍ୟବସ୍ଥା କରିଥିଲା । ଶନିବାର ଅପରାହ୍ନରେ କଟକରେ ଏହି ଘଟଣା ଘଟିଥିବା ବେଳେ ଏଥିରେ ନେତୃତ୍ୱ ନେଇଥିବା ଏସିପି ସେଖ ସରିଫୁଦ୍ଦିନଙ୍କୁ ଡିସିପି ଅଖିଳେଶ୍ୱର ସିଂ ପ୍ରଶଂସା କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଗର୍ଭବତୀ ମହିଳା ଓ ତାଙ୍କ ସମ୍ପର୍କୀୟମାନେ ଏକ କାର ଯୋଗେ ସିଡ଼ିଏ ପାଶ୍ୱର୍ରୁ ବକ୍ସିବଜାରର ଏକ ନର୍ସିଂହୋମକୁ ଯାଉଥିଲେ । ଅପରାହ୍ନରେ ହଠାତ୍ ଗର୍ଭବତୀ ଜଣଙ୍କ ଅସହ୍ୟ ଯନ୍ତ୍ରଣା ପାଇଥିଲେ । ଫଳରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି କାର ଯୋଗେ ଏକ ଘରୋଇ ମେଡ଼ିକାଲକୁ ଆଣିବା ପାଇଁ ଯୋଜନା କରିଥିଲେ । ବାଲୁବଜାର ଛକ ଅତିକ୍ରମ କରିବା ପରେ କାର୍‌ଟିକୁ ପୋଲିସ ନୟାସଡ଼କ ନିକଟରେ ଅଟକାଇଥିଲା । ସେଠାରେ ଉପସ୍ଥିତ ଥିବା ଏସିପି ସରିଫୁଦ୍ଦିନ ଘଟଣା ସମ୍ପର୍କରେ ଜାଣିବା ପରେ ଡିସିିପିଙ୍କ ଅଖିଳେଶ୍ୱର ସିଂଙ୍କ ସହ ଆଲୋଚନା କରି ଏକ ଗ୍ରୀନ କରିଡର ବ୍ୟବସ୍ଥା କରିବାକୁ କହିଥିଲେ । ପରେ ବକ୍ସିବଜାର ପର୍ଯ୍ୟନ୍ତ ରାସ୍ତାରୁ ବ୍ୟାରିକେଡକୁ ହଟାଇ ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳଙ୍କୁ କରୋନା

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରାଜ୍ୟପାଳ ନିଜେ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ପିଆଜ, ପନିପରିବା ଦର ଆକାଶଛୁଆଁ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଆକାଶ ଛୁଆଁ ପିଆଜ ଦର ଖାଉଟିଙ୍କୁ କନ୍ଦାଇଲାଣି। ଗୋଦାମରେ ହୋଲସେଲ ଦର ୬୦ ଟଙ୍କା ହୋଇଥିବା ବେଳେ ଖୁଚୁରା ବଜାରରେ ୬୫କୁ ଟପିଲାଣି। ଏହି ଦର...

ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ, ୩୦ ଫୁଟର ଘାଇ

ଭବାନୀପାଟଣା,୨୨ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇଟି ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି।...

ନାବାଳିକାଙ୍କୁ ଅପହରଣ, ବଳାତ୍କାର ମାମଲା : ହାଇଦ୍ରାବାଦରୁ ଅଭିଯୁକ୍ତ ଗିରଫ

ଛତ୍ରପୁର,୧୨ା୭(ଡି.ଏନ.ଏ): ନାବାଳିକାଙ୍କୁ ଅପହରଣ ଓ ପରେ ବଳାତ୍କାର କରିବା ମାମଲାର ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ବାବୁଲି ସେଠୀ।...

ରାସ୍ତାପାର୍ଶ୍ୱରୁ ଗଛକଟା, ଭେଣ୍ଡିଂ ଜୋନ୍‌କୁ ନେଇ ପ୍ରଶାସନ-ଅଞ୍ଚଳବାସୀ ମୁହାଁମୁହିଁ

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ସହରାଞ୍ଚଳର ସାନବଜାର ମାଛ ମର୍କେଟଠାରେ ଚାଲିଥିବା ବେଳେ ସହରବାସୀ...

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବସ୍‌ ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତେଲ ଦର ବୃଦ୍ଧି ପାଇଥିବାରୁ ବସ୍‌ ଭଡ଼ାକୁ ବଢ଼ାଯାଇଛି। ସାଧାରଣ ବସ୍‌ ଭଡା କିମି ପିଛା...

ନିଆଁ କରିଦେଲା ନିଃସ୍ବ

ପରଜଙ୍ଗ,୧୭।୨(ଡି.ଏନ୍‌.ଏ.): ମାତ୍ର ଘଣ୍ଟାଏ ଭିତରେ ସବୁ କିଛି ଶେଷ ହୋଇଯାଇଛି। ନିଆଁ ଧ୍ୱଂସ କରିଦେଇଛି ସାଇତା ସମ୍ପତ୍ତି। ପିନ୍ଧା ଲୁଗା ଛଡ଼ା ପାଖରେ କିଛି ନାହିଁ।...

କ୍ରାଇମ୍‌ ସ୍ପଟରୁ ଡେମୋ ଦେଖାଇଲେ ଗୋପାଳ

ବ୍ରଜରାଜନଗର,୭।୨(ଡି.ଏନ୍‌.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମଙ୍ଗଳବାର ସିନ୍‌ ରିକ୍ରିଏଶନ୍‌ କରିଛି। ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମ୍‌ ସ୍ପଟକୁ ନିଆଯାଇ ସେଠାରେ...

Advertisement
Archives

Model This Week