କଟକଣା ନ ମାନି ଆଖଣ୍ଡଳମଣିଙ୍କ ପୀଠକୁ ଆସିଥିଲେ ଭକ୍ତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ

ଆରଡ଼ି,୧୩ା୪(ଡି.ଏନ୍‌.ଏ.): ଲକ୍‌ଡାଉନ ଯୋଗୁ ଭଦ୍ରକ ଜିଲା ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୨୦ ଦିନ ହେଲା ବନ୍ଦ ରହିଛି। ଫଳରେ ଭକ୍ତମାନେ ଦର୍ଶନ ପାଇ ପାରୁନାହାନ୍ତି। ସୋମବାର ସକାଳେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ପୀଠକୁ ଆସିଥିଲେ। ମାତ୍ର ପୀଠ ଭିଡ଼ ହେବା ସହ ସାମାଜିକ ଦୂରତା ରକ୍ଷାରେ ପ୍ରତିବନ୍ଧକ ସୃଷ୍ଟି ହେବା ଲକ୍ଷ୍ୟକରି ଆରଡ଼ି ଫାଣ୍ଡି ପୋଲିସ ଓ ଧୂଷୁରୀ ଥାନା ପୋଲିସ ପୀଠରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥିଲେ। ଭକ୍ତମାନଙ୍କୁ ପୀଠରୁ ବିତାଡ଼ିତ କରିବା ସହ ସେବାୟତମାନଙ୍କୁ ପୂଜା ସାମଗ୍ରୀ ନ ନେବାକୁ ତାଗିଦ୍‌ କରିଥିଲା। ଆରଡ଼ି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ, ଧୂଷୁରୀ ଥାନା ଏଏସ୍‌ଆଇ ଧୃତରାଷ୍ଟ୍ର ମଲ୍ଲିକ ଭକ୍ତମାନଙ୍କୁ କରୋନା ପାଇଁ ଘରୁ ନ ବାହାରିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ; ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା...

ପିଇଓଙ୍କ ନିଲମ୍ବନ ଦାବିରେ ଗଣଧାରଣା

ତିହିଡ଼ି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଭାଜପା ପକ୍ଷରୁ ସୋମବାର ପୂର୍ବାହ୍ନରେ ତିହିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ...

ଖଲ୍ଲିକୋଟ କଲେଜର ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା: ବହୁ ଅଣଶିକ୍ଷକ ପଦବୀ ଖାଲି

ବ୍ରହ୍ମପୁର ଅଫିସ୍‌,୨୯ା୫-ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କିଭଳି ଭାବେ କାର୍ଯ୍ୟ କରୁଛି, ତାହା ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ଦେଖିଲେ ହଦୟଙ୍ଗମ...

ରାତି ଅଧରେ ଚୋରକୁ ଧରିଲେ ଗ୍ରାମବାସୀ, ନିର୍ଧୂମ ଛେଚିଲା ପରେ କଲେ ଏମିତି

ବାହାନଗା,୩୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଅଟାସପୁର ଗ୍ରାମରେ ଜଣେ ଚୋରକୁ ଧରି ଗ୍ରାମବାସୀ ଶୁକ୍ରବାର ପୋଲିସ ଜିମା ଦେଇଛନ୍ତି। ଅଟାସପୁର ସ୍ଥିତ...

ଜିଲା ପ୍ରଶାସନ ପକ୍ଷରୁ ମେଡିକାଲ ଉପରେ ଅଚାନକ ଚଢାଉ

ଯାଜପୁର,୨୯।୧୧(ନି.ପ୍ର.): ଯାଜପୁର ରୋଡ଼ ମେଡିକାଲରେ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଅଚାନକ ଚଢାଉ ହୋଇଛି। ୫-ଟିକୁ ତ୍ୱରାନ୍ବିତ କରିବାପାଇଁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ...

ଭଦ୍ରକ ସହରରେ ଲକ୍‌ଡାଉନ୍‌: ନିୟମ ଉଲ୍ଲଂଘନ କରି ୩, ଗୁଜବ ପ୍ରଚାର କରି ୧ ଗିରଫ

ଭଦ୍ରକ ଅଫିସ, ୨୫।୩: ଭଦ୍ରକ ସହରରେ ଲକ୍‌ଡାଉନ୍‌ ନିୟମ ନ ମାନି ପୋଲିସ ଦ୍ୱାରା ତିନି ଜଣ ଗିରଫ ହୋଇଛନ୍ତି। ଟାଉନ ପୋଲିସ ପଇଁତରା ମାରୁଥିବା...

ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା

ବାଲେଶ୍ୱର ଅଫିସ,୨୦।୨-ବାଲେଶ୍ୱର ସହର ବାଲିଆ ବୃନ୍ଦାବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ବିଶ୍ୱ ମାତୃଭାଷା ଦିବସ’ ଗୁରୁବାର ପାଳିତ ହୋଇଯାଇଛି। ପ୍ରତିବର୍ଷ...

ସବ୍‌ଡିଭିଜନ ଦାବି ତେଜିଲା

ବଡ଼ସାହି,୧୫।୧୨(ସ୍ବ.ପ୍ର.)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ବେତନଟୀ ଓ ବଡସାହି ବ୍ଲକୁ ମିଶାଇ ସବ୍‌ଡିଭିଜନ ଗଠନ କରିବା ଦାବି ତେଜିବାରେ ଲାଗିଛି। ଶନିବାର ପାଉଁଶିଆବନ୍ଧ ଠାରେ ଅନୁଷ୍ଠିତ...

Coronavirus Update

Archives

Model This Week

Why Dharitri