କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ

ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ୨ ବର୍ଷରେ ଏହା ଶେଷ କରିବାକୁ ଚୁକ୍ତି କରିଥିଲେ ବି ଗତ ୧୫ ମାସ ମଧ୍ୟରେ କେବଳ ୧୦ ପ୍ରତିଶତ କାର୍ଯ୍ୟ କରିପାରିଛି। ତେଣୁ ସେତୁ କେବେ ସମ୍ପୂର୍ଣ୍ଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
କଣିହଁା ବ୍ଲକର ଦଲକ, ତାଳପଦା, ହନୁମାନପୁର, ପୋଇପାଳ, କଣ୍ଟପାଳ, କିଆଝାର, ଦୁର୍ଗାପୁର, ନାଲମ, ଟିଟିରିମା, ବୁରୁବାହାଳ, ରଞ୍ଜନାମୁଣ୍ଡୁରୀ ଆଦି ପଞ୍ଚାୟତବାସୀ ଦୈନିକ ଟିକିରା ନଦୀ ପାର ହୋଇ ବ୍ଲକ, ତହସିଲ ଅଫିସ ସହ ଡାକ୍ତରଖାନା, ଏନ୍‌ଟିପିସି ପ୍ଲାଣ୍ଟ, ମାର୍କେଟକୁ ଯାତାୟାତ କରୁଛନ୍ତି। ଏପରି କି ଛାତ୍ରୀଛାତ୍ରମାନେ ଏପରି ବିପଦସଙ୍କୁଳ ଅବସ୍ଥାରେ ଶିକ୍ଷାନୁଷ୍ଠାନକୁ ଆସିବାକୁ ବାଧ୍ୟ ହେଉଛନ୍ତି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜିଗୋଳ-କରଡେଇ ରାସ୍ତାର ୨ କିମି ଠାରେ ଏହି ବହୁ ପ୍ରତୀକ୍ଷିତ ଟିକିରା ସେତୁ ନିର୍ମାଣ କାର୍ଯ୍ୟ ପାଇଁ ଠିକା ଦିଆଯାଇଥିଲା। ୨୪ ମାସ ମଧ୍ୟରେ ନିର୍ମାଣ ଶେଷ ହେବ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ ବ୍ୟୟ ଅଟକଳ ରଖାଯାଇଥିଲା ୮ କୋଟି ୮୭ ଲକ୍ଷ ୬୪ ହଜାର ଟଙ୍କା। ତତ୍‌କାଳୀନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏହାର ଶୁଭ ଦେଇଥିଲେ। ଚୁକ୍ତି ଅନୁଯାୟୀ ୩୧ ମାର୍ଚ୍ଚ ୨୦୧୮ରେ ଏହାର କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ ମାର୍ଚ୍ଚ ୩୦ରେ ଶେଷ ହେବା କଥା। ହେଲେ ୧୫ମାସ ମାସ ବିତି ଯାଇଥିଲେ ମଧ୍ୟ କାମରେ ସେପରି ଅଗ୍ରଗତି ଦେଖିବାକୁ ମିଳିନାହିଁ। କାମ ବିଳମ୍ବ ହେଲେ ପ୍ରକଳ୍ପର ବ୍ୟୟ ଭାର ବୃଦ୍ଧିପାଇବ। କିନ୍ତୁ ଯେପରି ଭାବେ କାମ ଚାଲିଛି ଏହା କେବେ ଶେଷ ହେବ କହିହେବ ନାହିଁ। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଦାୟିତ୍ୱହୀନତା ଯୋଗୁ ସେତୁ କାମରେ ମନ୍ଥରତା ଦେଖାଦେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଜେଇ ନିରଞ୍ଜନ ବେହେରା କହିଛନ୍ତି, ଏ ପର୍ଯ୍ୟନ୍ତ ଗୋଟିଏ ଆବୁଟମେଣ୍ଟ, ଗୋଟିଏ ପିଅର କାଷ୍ଟିଙ୍ଗ କାମ ଶେଷ ହୋଇଛି ଓ ଆଉ ଗୋଟିଏ ଆବୁଟମେଣ୍ଟର ରଡ ବନ୍ଧା କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧୦ରୁ ୧୨ ପ୍ରତିଶତ କାମ ହୋଇଛି। କୌଣସି ବ୍ରିଜ୍‌ ସମୟ ମଧ୍ୟରେ ଶେଷ ହୁଏନାହିଁ। ଏହା କିଛି ନୂଆ କଥା ନୁହେଁ ବୋଲି ଯନ୍ତ୍ରୀ ମତ ରଖିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଏପରି ମନ୍ତବ୍ୟରୁ ଠିକଣା ସମୟରେ ସେତୁ ନିର୍ମାଣ ଶେଷ ପାଇଁ ତାଙ୍କ ଆନ୍ତରିକତା କେତେ ତାହା ଜଳ ଜଳ ଦିଶୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଫଳତା ଲୁଚାଇବାକୁ ବାହାନା

ବଇଣ୍ଡା,୨୯ା୯ (ପରିକ୍ଷିତ ସାହୁ) ବିପଦସଙ୍କୁଳ ଅବସ୍ଥାରେ ଅତି ତଳକୁ ଝୁଲିରହିଛି ବିଦ୍ୟୁତ୍‌ ତାର। ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱ। ଅନେକ ସ୍ଥାନରେ କାଠ, ବାଉଁଶ ଖୁଣ୍ଟିରେ...

ଶିକ୍ଷକ ଅଭାବ, ଶିକ୍ଷାଦାନରେ ଅବ୍ୟବସ୍ଥା; ଗୋଟିଏ ଶ୍ରେଣୀଗୃହରେ ୩ ଗୁଣା ପିଲା

ଅନୁଗୋଳ ଅଫିସ, ୨୯।୭: ଅନୁଗୋଳ ଜିଲାରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ବର୍ଷ ବର୍ଷ ଧରି ଶିକ୍ଷକ ନିଯୁକ୍ତି ଦିଆଯାଉ...

ମାସିକ ୨ ଶହ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଦିଆଯାଉ

ଅନୁଗୋଳ ଅଫିସ୍‌/ଅନୁଗୋଳ ସହର, ୨୫ା୧ ଶିଳ୍ପ ଓ କୋଇଲା ଖଣି ଦ୍ୱାରା ପ୍ରଦୂଷିତ ଅନୁଗୋଳ ଜିଲାବାସୀଙ୍କୁ ସର୍ବନିମ୍ନ ମାସକୁ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା...

ଅଗ୍ରଗତି ପୂର୍ବରୁ ଫାଟି ଆଁ

ବଇଣ୍ଡା,୨୮ା୫ (ପରିକ୍ଷିତ ସାହୁ) କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ୍‌ କାର୍ଯ୍ୟ ଅନୁଗୋଳ ଜିଲାରେ ଠିକ୍‌ଠାକ୍‌ ଚାଲିନି। ୩ ବର୍ଷ ତଳୁ କିଶୋରନଗର...

ବିଳମ୍ବିତ ହେଉଛି ବଇଣ୍ଡା ବିକାଶ

ବଇଣ୍ଡା,୮ା୯(ଡି.ଏନ.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ବଜାର ଭଙ୍ଗାଗଲା। ଶତାଧିକ ଦୋକାନୀ, ଉଠାଦୋକାନୀଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇ ଦିଆଗଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ...

ଅନୁଗୋଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,ବାଣ୍ଟିବେ ସ୍ମାର୍ଟ ହେଲ୍‌ଥ କାର୍ଡ

ଅନୁଗୋଳ ଅଫିସ,୧୯।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୋଳ ଜିଲା ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀ ସକାଳ ୧୧ ଟାରେ ଅନୁଗୋଳ ଷ୍ଟାଡିୟମରେ ଥିବା ହେଲିପ୍ୟାଡରେ...

ପରିତ୍ୟକ୍ତ କୂଅରୁ ଜଙ୍ଗଲି ବାର୍‌ହା ଉଦ୍ଧାର

ଛେଣ୍ଡିପଦା,୨୪।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ବାହାଳସାହି ଗାଁ ନିକଟ ପରିତ୍ୟକ୍ତ କୂଅରୁ ଶୁକ୍ରବାର ଏକ ବାର୍‌ହା ଉଦ୍ଧାର ହୋଇଛି। କୂଅରେ ବାର୍‌ହା ପଡିଥିବା ନେଇ...

ବ୍ୟବସ୍ଥା ଥାଇ ହୀନସ୍ତା

ଅନୁଗୋଳ ଅଫିସ, ୧୧ା୮ ଶାରୀରିକ ଭିନ୍ନକ୍ଷମଙ୍କ ଭଳି ମାନସିକ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସରକାରୀ ଯୋଜନା ରହିଛି। ସେମାନଙ୍କୁ ଚିକିତ୍ସା କରାଇ ଆବଶ୍ୟକ ଥଇଥାନ ନିମନ୍ତେ...

Advertisement
Archives

Model This Week