କଂଗ୍ରେସ ପଦଯାତ୍ରାରେ ଭକ୍ତ ଦାସଙ୍କ ଘୋଷଣା: ଆଉ ନିର୍ବାଚନ ଲଢ଼ିବିନି

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଆଉ ନିର୍ବାଚନ ଲଢ଼ିବେ ନାହିଁ କଂଗ୍ରେସ ନେତା ଭକ୍ତ ଦାସ। ବୁଧବାର କଂଗ୍ରେସର ପଦଯାତ୍ରା ଅବସରରେ ସେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ଆଉ ଲୋକସଭା ନିର୍ବାଚନ ଲଢ଼ିବି ନାହିଁ। ୩ ଥର ଏମ୍‌ପି ହୋଇଥିବା ବେଳେ ୬ ଥର ହାରିଛି। ଲୋକଙ୍କ ଉପରେ ବୋଝ କାହିଁକି ହେବି। ଏଥର ନୂଆ ପିଲାଙ୍କୁ ସୁଯୋଗ ଦେବା। ତେବେ ମୁଁ କଂଗ୍ରେସରେ ଅଛି, ଲୋକଙ୍କ ପାଇଁ ଏବଂ ଦଳ ପାଇଁ ସଂଗ୍ରାମ କରିବି ବୋଲି ଭକ୍ତ କହିଛନ୍ତି।

ସେ କୋଶଳ ରାଜ୍ୟ ଗଠନକୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ଛୋଟ ଛୋଟ ରାଜ୍ୟ କରି ଲୋକଙ୍କୁ ନ୍ୟାୟ ଦେବାର ଆବଶ୍ୟକତା ରହିଛି। ପଶ୍ଚିମ ଓଡ଼ିଶାରେ ମିନି ରାଜଧାନୀ ହେଉ। ଓଡ଼ିଶାକୁ ବିଭାଜନରୁ ରକ୍ଷା କରିବାକୁ ହେଲେ ମିନି ରାଜଧାନୀର ଆବଶ୍ୟକତା ରହିଛି। ମିନି ରାଜଧାନରେ ବର୍ଷକରେ ଥରେ ବିଧାନସଭା ଅଧିବେଶନ ହେଉ। ହାଇକୋର୍ଟ ପ୍ରତିଷ୍ଠା ହେଉ। ଓଡ଼ିଶାକୁ ଏକ ରଖିବାକୁ ହେଲେ ଆଞ୍ଚଳିକ ବୈଷମ୍ୟ ଦୂର ହେଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନ କରୁଛି ବାଇକର୍ସ କ୍ଲବ

ଢେଙ୍କାନାଳ ଅଫିସ, ୩ା୮ ସଡ଼କ ସୁରକ୍ଷା ସହ ଦୁର୍ଘଟଣା ରୋକିବା ଦିଗରେ କାର୍ଯ୍ୟ କରୁଛି ଢେଙ୍କାନାଳ ବାଇକର୍ସ କ୍ଲବ। କ୍ଲବର ମୋଟ୍‌ ୧୨ଜଣ ସଦସ୍ୟ ବର୍ଷକ...

ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ମୃତ

ଭବାନୀପାଟଣା/ଫୁଲବାଣୀ,୨୩।୪: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲୁବେନଗଡ଼ ଅଞ୍ଚଳରେ ଶୁକ୍ରବାର ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା...

ବରମୁଣ୍ଡାରୁ ପଳାଶୁଣୀ ନୋ ଓଭରଟେକିଂ ଜୋନ

ଭୁବନେଶ୍ୱର,୩।୯(ବ୍ୟୁରୋ): ବାଇକ ଓ କାର ଚାଳକଙ୍କ ପରେ କମିଶନରେଟ ପୋଲିସର ନଜର ଏବେ ବସ୍‌ ଉପରେ। ବସ୍‌ ପାଇଁ କଡାକଡି କଟକଣା ଲାଗୁ ହୋଇଛି। ବରମୁଣ୍ଡାରୁ...

ଶ୍ରୀମନ୍ଦିର ଅଣସର ଘରେ ପଟିଦିଅଁ ପୂଜା ଆରମ୍ଭ

ପୁରୀ ଅଫିସ, ୬।୫: ସ୍ନାନ ମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁ ଦାରୁବ୍ରହ୍ମ। ଅସୁସ୍ଥ ହୋଇପଡିଛନ୍ତି। ଶ୍ରୀମନ୍ଦିର ଅଣସର ଘରେ ପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ ହୋଇଛି।...

ନିର୍ବାଚନରେ ପରାଜୟର କାରଣ ଖୋଜିବ କଂଗ୍ରେସ, ଗଠନ ହେଲା ନୂତନ କମିଟି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। କଂଗ୍ରେସକୁ ଓଡ଼ିଶାବାସୀ ଭରସା ନ କରିବାରୁ ଦଳ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ...

ଅମାନିଆ ହେଉଛନ୍ତି ଫୁଡ୍‌ ଡେଲିଭରି ବୟ

ବ୍ରହ୍ମପୁର ଅଫିସ୍‌,୨୫ା୪: କରୋନା ମହାମାରୀର ଦ୍ୱିତୀୟ ଲହରକୁ ରୋକିବାକୁ ନେଇ ସହରାଞ୍ଚଳରେ ହୋଇଥିବା ସପ୍ତାହାନ୍ତ ଶଟ୍‌ଡାଉନ ରବିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିନରେ ମହାନଗରରେ...

ହାଓ୍ବଡାକୁ ସ୍ବାଭାବିକ ହେଉଛି ଟ୍ରେନ୍‌ ସେବା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶରେ ଆନ୍ଦୋଳନ ଓ ହିଂସା ଜାରି ରହିଥିବାରୁ ଟ୍ରେନ୍‌ ସେବା ଗୁରୁତର ପ୍ରଭାବିତ ହୋଇଛି। ତେବେ ଆସାମ...

କୁସୁମୀ ବଦଳରେ ମହାନଦୀ ଜଳ ପାଇଁ ଦାବି :ସମସ୍ୟା ସମାଧନ ନ ହେଲେ ଆନ୍ଦୋଳନ

ଖଣ୍ଡପଡା,୨୪।୮(ସ୍ବ.ପ୍ର.)-ମହାନଦୀ ଜଳକୁ ବିଶୋଧନ କରାଯାଇ ନୟାଗଡ ଅଞ୍ଚଳକୁ ଯୋଗାଣ ହେଉଥିବା ବେଳେ ଖଣ୍ଡପଡାବାସୀଙ୍କୁ କୁସୁମୀ ନଦୀର ଗୋଳିଆ ଦୂଷିତପାଣି ଯୋଗାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।...

Advertisement
Archives

Model This Week