Posted inଜାତୀୟ

କଂଗ୍ରେସ କୋର୍‌ କମିଟି ଭାଙ୍ଗିଲା

ନୂଆଦିଲ୍ଲୀ,୧୩ା୬(ଆଇଏଏନ୍‌ଏସ୍‌): ରାହୁଲ ଗାନ୍ଧୀ କଂଗ୍ରେସ ଦଳର ଅଧ୍ୟକ୍ଷ ରହିବେ ବୋଲି ଦଳ ପକ୍ଷରୁ ବୁଧବାର କୁହାଯାଇଛି। ଲୋକ ସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର କୋର୍‌ କମିଟିକୁ ଭାଙ୍ଗିଦିଆଯାଇଛି। ବୁଧବାର କୋର୍‌ କମିଟି ସଦସ୍ୟମାନଙ୍କ ବୈଠକରେ ଝାଡଖଣ୍ଡ, ମହାରାଷ୍ଟ୍ର, ହରିୟାଣା ଏବଂ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା। ରାହୁଲ ଦଳର ଅଧ୍ୟକ୍ଷ ଥିଲେ, ଅଛନ୍ତି ଓ ରହିବେ ବୋଲି ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତରରେ କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସିଂ ସୁର୍ଜଓ୍ବୋଲା କହିଛନ୍ତି। ସୂଚନାଯୋଗ୍ୟ ନିର୍ବାଚନରେ ଦଳର ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡିବା ପାଇଁ ରାହୁଲ ଇଚ୍ଛା ପ୍ରକାଶ କରିଥିଲେ। କୋର୍‌ କମିଟି ବୈଠକରେ ମଧ୍ୟ ସେ ଯୋଗ ଦେଇନାହାନ୍ତି। ଏପରିକି ତାଙ୍କ ମାଆ ତଥା ଉପା ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ନିର୍ବାଚନ ମଣ୍ଡଳୀ ରାଏବରେଲି ଗସ୍ତରେ ଯାଇଥିବାରୁ ସେ ମଧ୍ୟ କୋର୍‌ କମିଟି ବୈଠକରେ ଯୋଗଦେଇ ନ ଥିଲେ। ବୁଧବାରର ବୈଠକରେ ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏ.କେ. ଆଣ୍ଟୋନୀ ଅଧ୍ୟକ୍ଷତା କରିଥିଲେ।
ଲୋକ ସଭା ନିର୍ବାଚନରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ ହେଁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ଉକ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲା। ନିର୍ବାଚନ ପୂର୍ବରୁ ଗଠନ ହୋଇଥିବା ସମସ୍ତ କମିଟିର କାର୍ଯ୍ୟକାଳ ଫଳାଫଳ ବାହାରିବା ସହ ଶେଷ ହୋଇଯାଇଛି। ଏବେ ଦଳରେ କୌଣସି କୋର୍‌ ଗ୍ରୁପ୍‌ ନାହିଁ ବୋଲି ସୁର୍ଜଓ୍ବୋଲା କହିଛନ୍ତି। ପୂର୍ବ କୋର୍‌ ଗ୍ରୁପ୍‌ର ସଦସ୍ୟମାନେ ବୁଧବାର ଅଣଆନୁଷ୍ଠାନିକ ବୈଠକ କରି ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ-ଆଜମ

ଲକ୍ଷ୍ନୌ,୧୨।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ସହ ସଂଖ୍ୟାଗରିଷ୍ଠତାରେ ଭାଜପା ଐତିହାସିକ ବିଜୟ ଲାଭ କରିଛି। ପୁଣି ଥରେ ରାଜ୍ୟରେ ସରକାର ଗଢ଼ିବ...

୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେଲେବି ଭାଙ୍ଗିବନି ଶିନ୍ଦେ-ଫଡ୍‌ନବିସ ସରକାର: ଅଜିତ ପାଓ୍ବାର

ମୁମ୍ବାଇ,୧୫।୫: ମହାରାଷ୍ଟ୍ରର ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଯାଇଥିବା ରାୟ ପରେ ଏବେ ସମସ୍ତଙ୍କ ଅପେକ୍ଷା ମହାରାଷ୍ଟ୍ର ବିଧାନସଭାର ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଉପରେ। କାରଣ...

ଧାର୍ମିକ ସ୍ବତନ୍ତ୍ରତା ଆଇନ ହେଲା କଠୋର, ଉଲ୍ଳଂଘନ କଲେ ୫ ବର୍ଷ ଜେଲ୍‌-ଏକ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ଶିମଲା, ୧୩।୮ : ହିମାଚଳ ସରକାର ଧାର୍ମିକ ସ୍ବତନ୍ତ୍ରତା ଆଇନ ଅଧିନିୟମ -୨୦୧୯କୁ କଡାକଡି କରିବାକୁ ଯାଉଛନ୍ତି। ଫ୍ରିଡମ ଅଫ ରିଲିଜିୟନ ସଂଶୋଧନ ବିଲ -୨୦୨୨...

ବିଲାୱାଲ ଭୁଟ୍ଟୋଙ୍କ ସହ ହାତ ମିଳାଇଲେ ନାହିଁ ଜୟଶଙ୍କର

ନୂଆଦିଲ୍ଲୀ,୫।୫: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ସହ ହାତ ମିଳାଇନାହାଁନ୍ତି।...

ସତ କହି ନାହାନ୍ତି ରାହୁଲ: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୧।୩ : ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ଶନିବାର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରର ସମ୍ମାନ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବ...

ମୋଦିଙ୍କୁ ଡରୁ ନାହାନ୍ତି ରାହୁଲ: ଜବାବ ଦେଲେ ଶାହା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଙ୍ଗଳବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଦଳର ଜଣେ ନେତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସେ ଅଭିଯୋଗ...

ପରପାରିରେ ଶିଲା ଦୀକ୍ଷିତ

ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶିଲା ଦୀକ୍ଷିତଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।...

ଭାଜପାରେ ପାଦ ଦେଉ ଦେଉ ବଢିଲା ଦୁଷ୍ୟନ୍ତଙ୍କ ସୁରକ୍ଷା

ଚଣ୍ଡିଗଡ଼,୨୬।୧୦: ହରିୟାଣାରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଜନନାୟକ ଜନତା ପାର୍ଟି(ଜେଜେପି) ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି। କାରଣ ହରିୟାଣାର ବିଧାନସଭା...

Advertisement
Archives

Model This Week