କଂଗ୍ରେସ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

ହାଟଡିହୀ,୧୭।୪(ଡି.ଏନ.ଏ.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ର ସଡ଼ଙ୍ଗଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ କଂଗ୍ରେସର ବରିଷ୍ଠ ନେତା ଶିଳ୍ପପତି ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସମ୍ମିଳନୀରେ ବହୁ ସଂଖ୍ୟାରେ ଅନ୍ୟ ଦଳର କର୍ମୀ କଂଗ୍ରେସକୁ ସମର୍ଥନ ଦେବେ ବୋଲି ସାମିଲ ହୋଇ ସହ ସଂକଳ୍ପ ନେଇଛନ୍ତି; ଯାହା କି  ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ସମ୍ମିଳନୀରେ ୧୦ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ ହୋଇଥିଲା। ଅନ୍ୟପକ୍ଷରେ ଏହିଭଳି ଟୁକୁଣାଠାରେ ମଧ୍ୟ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମ୍ମିଳନୀରେ ୮ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ ହୋଇଥିଲା। ଆୟୋଜିତ ବୈଠକରେ ପୂର୍ବତନ ଏମ୍‌ପି ପ୍ରାର୍ଥୀ ସଂଗ୍ରାମ ଯେନା, ଚିତ୍ତରଞ୍ଜନ ପାତ୍ର, ବିଷ୍ଣୁପଦ ନାୟକ, ଭିକାରୀ ଚରଣ ବେହେରା, ଚିତ୍ତରଞ୍ଜନ  ସାହୁ, ଶ୍ରୀକାନ୍ତ ସାଇଁ, ବାସୁଦେବ ଜେନା, ଅନାଥ ଚରଣ ନାୟକ, ମୁରଲୀଧର ନାୟକ, ମାନସ ବେହେରା, ଲଲାଟେନ୍ଦୁ ନାୟକ, ଶିବଚରଣ ବେହେରା, ବାପି ନାୟକ, ଆଲୋକ ସା, କୀର୍ତ୍ତନ ମାଝି, ବିଦ୍ୟାଧର ବଳ, ସୁଦାମ କାଣ୍ଡି ପ୍ରମୁଖ ଉପସ୍ଥିତି ରହି କଂଗ୍ରେସକୁ  ଭୋଟ ଦେଇ ଜିତାଇବା ପାଇଁ କର୍ମୀଙ୍କୁ କହିଥିଲେ। ପ୍ରଦୀପ ବେହେରା, ବୈଲୋଚନ ନାୟକ, ପରେଶ ରାଉତ, ପୂର୍ଣ୍ଣଚନ୍ଦ୍ର ପାତ୍ର, ନିରାକର ରାଉତ, ରବୀନ୍ଦ୍ର ମହାପାତ୍ର, ଯୁବନେତା ଜଗନ୍ନାଥ ନାୟକ, ଲଲାଟେନ୍ଦୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ମାଲ ଅନଲୋଡ କରାଯାଉଥିବା ଅଘଟଣ

ବାଲିଆପାଳ,୨୩।୧(ଅମୁଲ୍ୟ ଦାସ): ମାଲବାହୀ ଟ୍ରେନ ଲାଇନଚ୍ୟୁତ। ବାଲେଶ୍ବର ଜିଲା ଦକ୍ଷିଣ ପୂର୍ବ ରେଳପଥର ରୁପସା ରେଳ ଷ୍ଟେଶନର ଚତୁର୍ଥ ଲାଇନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ। ଷ୍ଟେଶନରେ…

ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ: ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଲୋକେ

ବାଲିଆପାଳ,୨୨।୧(ଅମୁଲ୍ୟ ଦାସ): ଗ୍ରାହକମାନଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଷ୍ଟେଟ୍‌ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ରଞ୍ଜନ ରଣାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିର୍ଧୂମ ପିଟିଲେ ଲୋକେ।…

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ କରିବାକୁ…

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଭୀର…

ମିଳିଲା କନିଷ୍ଠ କିରାଣିଙ୍କ ଝୁଲନ୍ତା ମୃତଦେହ: ବେକରେ ଗାମୁଛା ଲଗାଇ….

ବାଲେଶ୍ୱର, ୨୦।୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କନିଷ୍ଠ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସଦର ଥାନା…

ଛୁଆକୁ ଧରି ଚୁଲି ପାଖରେ ବସିଥିଲେ ମା’, ଅସାବଧାନତା ଯୋଗୁ ଚୁଲିରେ ପଡି ୨ ମାସର ଶିଶୁ ଗୁରୁତର

ଜଳେଶ୍ୱର,୧୪।୧ (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଚାଲନ୍ତି ଗ୍ରାମରେ ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର। ସୂଚନା ଅନୁସାରେ ପ୍ରବଳ ଶୀତ ଦାଉରୁ…

ବ୍ୟାଙ୍କ ସଟର ତାଡି ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ: ମାଡ଼ିବସିଲେ ଗ୍ରାମବାସୀ

ଭୋଗରାଇ, ୧୨l ୧( ପ୍ରଦୀପ ଦାସ ): ବ୍ୟାଙ୍କ ସଟର ତାଡି ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଧରିପକାଇଲେ ଗ୍ରାମବାସୀ। ରବିବାର ବିଳମ୍ବିତ ରାତିରେ ୩ ଜଣ…

ଖାଇ ସାରି ବିଶ୍ରାମ ନେଉଥିବାବେଳେ ଟଳିପଡିଲେ ହୋମଗାର୍ଡ: ଆଉ ତା’ପରେ…

ବାଲେଶ୍ୱର,୧୨।୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡ଼ିଓରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି l ମୃତ ହୋମଗାର୍ଡ ହେଲେ ଅଲେଖ ଜେନା (୪୨)…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri