କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି ଚାଲିଥିଲେ ମଧ୍ୟ ଚୂଡ଼ାନ୍ତ ଫଳାଫଳ ବାହାରିପାରି ନ ଥିଲା । ତେବେ ଶୁକ୍ରବାର ସକାଳେ ଫଳାଫଳକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି । ବିଗତ ୩୦ ବର୍ଷ ଧରି ଜନତା ଦଳ ଓ ବିଜେଡି କବ୍‌ଜାରେ ଥିବା ବସ୍ତା ବିଧାନସଭା ଆସନରେ ବିଜେଡି ବିଧାୟକ ନିତ୍ୟାନନ୍ଦ ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବିଜନ ନାୟକଙ୍କୁ ପରାଜିତକରି ଦ୍ୱିତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଛନ୍ତି । ପୂର୍ବରୁ ବସ୍ତା ଆସନ କଂଗ୍ରେସର ଗଡ଼ ଭାବେ ପରିଚିତ ଥିବାବେଳେ ୧୯୯୦ ମସିହାରେ ଏହି ଆସନକୁ ଜନତା ଦଳ ନିଜ ଅକ୍ତିଆରକୁ ନେଇଥିଲା । ସେହି ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏଠି ବିଜେଡି ତା’ର ପତିଆରା ସାବ୍ୟସ୍ତ କରିଆସୁଛି । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ୫ ଥର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବିଜୟ ଲାଭ କରିଥିବା ବେଳେ ୨୦୧୪ ରୁ ୨୦୧୯ ନିତ୍ୟାନନ୍ଦ ସାହୁ ବିଧାୟକ ଥିଲେ । ପୁଣି ତାଙ୍କୁ ବସ୍ତାରେ ସମର୍ଥନ ମିଳିବା ସହ ସେ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ଶପଥ ପାଠ କରିବେ।
ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଏହି ଆସନରୁ ବିଜେଡି ,କଂଗ୍ରେସ, ଭାଜପା ସମେତ ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ୧୦ ଜଣ ନିର୍ବାଚନ ମଇଦାନରେ ଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ , ଭାଜପା ଓ ବିଜେଡି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri