କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି ଚାଲିଥିଲେ ମଧ୍ୟ ଚୂଡ଼ାନ୍ତ ଫଳାଫଳ ବାହାରିପାରି ନ ଥିଲା । ତେବେ ଶୁକ୍ରବାର ସକାଳେ ଫଳାଫଳକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି । ବିଗତ ୩୦ ବର୍ଷ ଧରି ଜନତା ଦଳ ଓ ବିଜେଡି କବ୍‌ଜାରେ ଥିବା ବସ୍ତା ବିଧାନସଭା ଆସନରେ ବିଜେଡି ବିଧାୟକ ନିତ୍ୟାନନ୍ଦ ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବିଜନ ନାୟକଙ୍କୁ ପରାଜିତକରି ଦ୍ୱିତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଛନ୍ତି । ପୂର୍ବରୁ ବସ୍ତା ଆସନ କଂଗ୍ରେସର ଗଡ଼ ଭାବେ ପରିଚିତ ଥିବାବେଳେ ୧୯୯୦ ମସିହାରେ ଏହି ଆସନକୁ ଜନତା ଦଳ ନିଜ ଅକ୍ତିଆରକୁ ନେଇଥିଲା । ସେହି ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏଠି ବିଜେଡି ତା’ର ପତିଆରା ସାବ୍ୟସ୍ତ କରିଆସୁଛି । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ୫ ଥର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବିଜୟ ଲାଭ କରିଥିବା ବେଳେ ୨୦୧୪ ରୁ ୨୦୧୯ ନିତ୍ୟାନନ୍ଦ ସାହୁ ବିଧାୟକ ଥିଲେ । ପୁଣି ତାଙ୍କୁ ବସ୍ତାରେ ସମର୍ଥନ ମିଳିବା ସହ ସେ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ଶପଥ ପାଠ କରିବେ।
ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଏହି ଆସନରୁ ବିଜେଡି ,କଂଗ୍ରେସ, ଭାଜପା ସମେତ ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ୧୦ ଜଣ ନିର୍ବାଚନ ମଇଦାନରେ ଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ , ଭାଜପା ଓ ବିଜେଡି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୫୫ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ବାଲେଶ୍ୱର ଅଫିସ, ୩୦ା୧: ବାଲେଶ୍ୱର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ମେମ୍ବର ପ୍ରାର୍ଥୀ ପାଇଁ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀଙ୍କ...

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ସରପଞ୍ଚ

ଖଇରା, ୨୧ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ପଞ୍ଚାୟତରେ ବିଭିନ୍ନ ଯୋଜନାକୁ ନେଇ ପ୍ରାକ୍ତନ ଲୋକ ପ୍ରତିନିଧି ଓ ବର୍ତ୍ତମାନର ଲୋକ ପ୍ରତିନିଧିଙ୍କ...

ଘାତ ପ୍ରତିଘାତରେ ଝଲସିଛି ପ୍ରତିଭା

ବନ୍ତ, ୨୮।୫ (ଡି.ଏନ.ଏ.) – ପିଲାଟି ବେଳୁ ବହୁ ଘାତପ୍ରତିଘାତ ମଧ୍ୟରେ ସଂଗ୍ରାମ କରି ନିଜ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି ଜଳଧର। ହାରମୋନିୟମ...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ: ଧାରଣାରେ ବସିଲେ ୪ ପଞ୍ଚାୟତର ଗ୍ରାମବାସୀ

ବାହାନଗା,୧୫।୯(ଡି.ଏନ୍‌.ଏ.): ବାଲେଶ୍ବର ଜଲା ବାହାନଗା ବ୍ଲକ ଅଞ୍ଜି ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ରବିବାର ୪ ଟି ପଞ୍ଚାୟତର ଗ୍ରାମବାସୀ...

ଦୂଷିତ ପାଣି ପିଉଛନ୍ତି ଲୋକେ

ତେଲକୋଇ, ୧୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ହାଲପୋଡି ଗ୍ରାମରେ ଉକତ୍ଟ ଜଳ ସମସ୍ୟା ଦେଖାଦେଇଛି । ଗଭୀର କୂପ ଓ ପୋଖରୀ ଶୁଖି ଯାଇଥିବା...

ଅନଶନରେ ପାଣିପମ୍ପ ଡ୍ରାଇଭର

ସିମୁଳିଆ, ୨୦।୧୨(ଡି.ଏନ.ଏ.)  ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ(ଆରଡବ୍ଲ୍ୟୁଏସ୍‌ଏସ୍‌)ର ଜଳ ଯୋଗାଣ କର୍ମଚାରୀ(ପମ୍ପ ଡ୍ରାଇଭର)ମାନଙ୍କୁ ଗତ ୬ବର୍ଷ ହେଲା ଦରମା ମିଳିନାହିଁ।...

ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର

ହାଟଡ଼ିହୀ,୧୭l୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ହାଟଡ଼ିହୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ଭାଗୀରଥି...

ତୋରାଣିପଦାରୁ ଜବରଦଖଲ ଉଚ୍ଛେଦ

ଖଇରା, ୨୯।୬(ଡି.ଏନ.ଏ.)-ଖଇରା ତହସିଲ ଓ ପୋଲିସର ମିଳିତ ସହଯୋଗରେ ଖଇରା ବ୍ଲକ ତୋରାଣିପଦା ଗ୍ରାମରୁ ଶୁକ୍ରବାର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ...

Advertisement
Archives

Model This Week