ଔଷଧ ଖାଉଥିଲେ…

କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନ ନେଇ ମନଇଚ୍ଛା ଔଷଧ ଖାଇବା ଅଭ୍ୟାସ ଅନେକଙ୍କର ରହିଛି। ତେବେ ଏପରି କରିବା ଦ୍ୱାରା ଯଦିଓ କିଛି ସମୟ ପାଇଁ ଉକ୍ତ ସମସ୍ୟାରୁ ଉପଶମ ମିଳିଥାଏ ହେଲେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଆସନ୍ତୁ, ଜାଣିବା ଏ ସମ୍ପର୍କରେ…

ପେଟ ଯନ୍ତ୍ରଣା: ପେଟରେ ସାମାନ୍ୟ ଯନ୍ତ୍ରଣା ହେବା ମାତ୍ରେ ସାଧାରଣତଃ ଅନେକେ ଏସିଡିଟି କିମ୍ବା ଗ୍ୟାସ୍‌ ହୋଇଛି ଭାବି ଆଣ୍ଟାସିଡ୍‌ ଖାଇଦିଅନ୍ତି। କେବେ କେବେ ଆବଶ୍ୟକତା ଥିଲେ ଏହାକୁ ଖାଇବା ଲାଭଦାୟକ। ହେଲେ ପେଟ ଯନ୍ତ୍ରଣାର ଠିକ୍‌ କାରଣ ନ ଜାଣି ସବୁବେଳେ ଆଣ୍ଟାସିଡ୍‌ ଖାଇବା ଦ୍ୱାରା ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଫଳରେ ଖାଦ୍ୟ ଭଲ ଭାବେ ହଜମ ହୁଏ ନାହିଁ ଏବଂ ଶରୀରକୁ ଆବଶ୍ୟକ ମାତ୍ରାରେ ପୋଷକ ତତ୍ତ୍ୱ ମିଳିପାରେନାହିଁ। କେବଳ ଏତିକି ନୁହେଁ, ଏହା ମଧ୍ୟ କିଡ୍‌ନୀ ଷ୍ଟୋନ୍‌, ଅର୍ଶ, ପେପ୍ଟିକ୍‌ ଅଲ୍‌ସର ଆଦିର ଆଶଙ୍କା ବୃଦ୍ଧି କରିଥାଏ।
ମୁଣ୍ଡବିନ୍ଧା: ବିଭିନ୍ନ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ। ହେଲେ ଅନେକେ ଏହା ବୁଝିବାକୁ ଆଦୌ ପ୍ରସ୍ତୁତ ନୁହେଁ। ସେମାନେ ମୁଣ୍ଡ ବିନ୍ଧିବା ମାତ୍ରେ ପେନ୍‌କିଲର ଖାଇବାକୁ ପଛାଉନାହାନ୍ତି। ଡାକ୍ତରଙ୍କ ବିନା ପରାମର୍ଶରେ ବାରମ୍ବାର ଏହି ମେଡିସିନ ଖାଇବା ଦ୍ୱାରା ଅଧିକ ନିଦ ଲାଗିବା କିମ୍ବା ଆଦୌ ନିଦ ନ ହେବା, ଦୁର୍ବଳତା, ମତିଭ୍ରମ, ଓଜନବୃଦ୍ଧି, ଭୋକ ନ ଲାଗିବା, କୋଷ୍ଟକାଠିନ୍ୟ ଭଳି ଅନେକ ସମସ୍ୟା ଦେଖାଦେଇଥାଏ।
ଅନିଦ୍ରା: ବର୍ତ୍ତମାନର କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଅନେକଙ୍କଠାରେ ରାତିରେ ନିଦ ନ ଆସିବା କିମ୍ବା ଅଧିକ ରାତିରେ ନିଦ ଆସିବା ଭଳି ସମସ୍ୟା ଦେଖାଦେଉଛି। ଏହାକୁ ଦୂରକରିବା ଲାଗି କେହି କେହି ନିଦ ଔଷଧ ଖାଉଛନ୍ତି। ହେଲେ ଏହାକୁ ଅଧିକ ଖାଇବା ଦ୍ୱାରା ମଣିଷର ପ୍ରାକୃତିକ ଦିନଚର୍ଯ୍ୟା ବାଧାପ୍ରାପ୍ତ ହୋଇଥାଏ ଏବଂ ନିଦ ପାଇଁ ଔଷଧ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏମିତିକି ଏହାଦ୍ୱାରା ଡିପ୍ରେଶନ ରୋଗ ହେବା ଆଶଙ୍କା ବି ବଢ଼ିଥାଏ।
ଥଣ୍ଡା: ପାଣିପାଗ ପରିବର୍ତ୍ତନ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ପ୍ରାୟ ଅଧିକାଂଶଙ୍କୁ ଥଣ୍ଡା, କଫ, କାଶ ଭଳି ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ଯେଉଁଥିରୁ ରକ୍ଷା ପାଇବା ଲାଗି ସେମାନେ ଔଷଧ ଉପରେ ନିର୍ଭର କରିଥାନ୍ତି। ହେଲେ ଆପଣ ଜାଣନ୍ତି କି, ଡାକ୍ତରଙ୍କ ପରାମର୍ଶ ବିନା ଏଭଳି ମେଡିସିନ ଖାଇବା ଦ୍ୱାରା ବେଳେ ବେଳେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଆଶଙ୍କା ରହିଛି। ତା’ଛଡ଼ା ଠିକ୍‌ ରୋଗ ପାଇଁ ଠିକ୍‌ ଔଷଧ ନ ଖାଇବା କିମ୍ବା ଆବଶ୍ୟକତାରୁ ଅଧିକ ମେଡିସିନ ଖାଇବା ଦ୍ୱାରା ଦୁର୍ବଳତା, ନିଦ୍ରାହୀନତା, ମୁଣ୍ଡବିନ୍ଧା, ନାକ, ପାଟି ତଣ୍ଟି ଶୁଖିବା ଭଳି ସମସ୍ୟା ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri