ଓୟେ ଗୀଟାର

ଗୀତ ଗାଇ ସୁନାମ ଅର୍ଜନ କରିବାକୁ ଅନେକେ ନିଜ ମନରେ ଆଶା ରଖିଥାଆନ୍ତି। ନିଜ ଆଶାକୁ ପୂରଣ କରିବା ପାଇଁ ସେମାନେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାହାକୁ ସାହସର ସହ ସାମ୍‌ନା କରିଥାଆନ୍ତି। ଠିକ୍‌ ସେହିପରି ଦିନେ ଗାୟିକା ହେବାର ସ୍ବପ୍ନ ଦେଖିଥିଲା ସଙ୍ଗୀତା। ନିଜ ସ୍ବପ୍ନକୁ ସାକାର କରିବାକୁ ସେ ଧୃପଦର ସହାୟତା ନେଇଛି। ସେପଟେ ଧୃପଦ ମଧ୍ୟ ସ୍ବର ସଂଯୋଯକ ହେବାର ଆଶା ପୂରଣ ହୋଇଛି। ହେଲେ ଏହା ଭିତରେ ଦୁହେଁ ପ୍ରେମରେ ପଡ଼ିଯାଇଛନ୍ତି ଆଉ ସେହି ପ୍ରେମ ସଫଳ ହେଉଛି ତ ? ଏପରି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଓୟେ ଗୀଟାର’। ଏଥିରେ ସଙ୍ଗୀତା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଆହାନା। ତାଙ୍କ ସହ ନାୟକ ଭାବରେ ସ୍କ୍ରିନ୍‌ ଶେୟାର କରିଛନ୍ତି ଅମନ୍‌। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଆପୁ କାନୁନଗୋ। ଏ ସମ୍ପର୍କରେ ଆହାନା କହନ୍ତି, ‘ଏଥିରେ ମୋତେ ଏକ ଚୁଲ୍‌ବୁଲି କ୍ୟାରେକ୍ଟର ମିଳିଛି। ହେଲେ ହଠାତ୍‌ ସେ ବଦଳି ଯାଉଛି ଆଉ ତା’ ପଛରେ କାରଣ କ’ଣ ରହିଛି ତାହା ଫିଲ୍ମଟି ଦେଖିଲେ ଜାଣିପାରିବେ।’ ମ୍ୟୁଜିକକୁ ନେଇ ନିିର୍ମିତ ଏହି ସସ୍‌ପେନ୍ସ ଥ୍ରୀଲର ସିନେମାର ପ୍ରଯୋଜନା କରିଛନ୍ତି ନବାଗତ ପ୍ରଯୋଜକ ଚନ୍ଦ୍ରପ୍ରିୟ ସୁବୁଦ୍ଧି ଏବଂ ସଂଯୋଜିତ ଦୁଇଟି ଗୀତକୁ ସ୍ବର ଦେଇଛନ୍ତି ନିଜେ ନିର୍ଦ୍ଦେଶକ ଆପୁ କାନୁନ୍‌ଗୋ। ଫିଲ୍ମଟିର ଶୁଟିଂ ଶେଷ ହୋଇଛି ଏବଂ ରିଲିଜ ଡେଟ୍‌ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ବିଶ୍ୱସୁନ୍ଦରୀଙ୍କ କବାଟ ପିଟୁଥିଲେ ସଲମାନ, ହାତରୁ ବୋହୁଥିଲା ରକ୍ତ

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମନ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ଜାଣନ୍ତି...

୨୦୦କୋଟି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ନିକଟରେ ବଲିଉଡ୍‌ର ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହିଙ୍କୁ ଇଡି ସମନ ଜାରି କରିଥିଲେ।...

ନେହାଙ୍କୁ ବିବାହ କରିବା ପୂର୍ବରୁ ଦୁଇଟି ବିବାହ କରିଛନ୍ତି ଶାର୍ଦ୍ଦୂଳ

ବମ୍ବେ: ଅଭିନେତ୍ରୀ ନେହା ପେଡ୍‌ନସେ ହଠାତ୍‌ ବିବାହ କରିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ପ୍ରେମ ବିବାହ କରିବା ନେଇ ସ୍ପଷ୍ଟ ହେବା...

ସଞ୍ଜୟଙ୍କ ଜନ୍ମଦିନରେ ରିଲିଜ ହେଲା ‘କେଜିଏଫ ଚ୍ୟାପ୍ଟର ୨’ ପୋଷ୍ଟର

ବଲିଉଡର ଖ୍ୟାତନାମା ଅଭିନେତା ସଞ୍ଜୟ ଦତ୍ତଙ୍କ ଆଜି ଜନ୍ମଦିନ। ସେ ୬୧ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ଆଗାମୀ ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୨’ରେ...

ବିମାବନ୍ଦରରେ ସଲମାନଙ୍କୁ ଅଟକାଇଦେଲେ ସିଆଇଏସ୍‌ଏଫ୍‌ ଅଧିକାରୀ; କହିଲେ…

ବମ୍ବେ: ବିମାନବନ୍ଦରରେ ଦବଙ୍ଗ ଖାନ୍‌ ସଲମାନଙ୍କୁ ରୋକିଲେ ସିଆଇଏସ୍‌ଏଫ୍‌ ଅଧିକାରୀ। ଏପରି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ‘ଟାଇଗର...

ପରିଣିତିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଏବେ ଚର୍ଚ୍ଚାରେ । ସେ ତାଙ୍କର ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ...

‘ପୁଷ୍ପା-୨’ରେ ଏହି ସାଉଥ ଅଭିନେତ୍ରୀ ଆସିବେ ନଜର

ମୁମ୍ବାଇ: ସାଉଥ ଫିଲ୍ମର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ‘ପୁଷ୍ପା’ରୁ ଏହି ଅଭିନେତା...

ସୋସିଆଲ ମିଡିଆରେ କାମ ମାଗିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ତଥା ଅଭିନେତା ସିକନ୍ଦର ଖେର ସୋସିଆଲ ମିଡିଆ ମାଧ୍ୟମରେ କାମ ମାଗୁଛନ୍ତି। ସିକନ୍ଦର ସୋସିଆଲ ମିଡିଆରେ ନିଜର ଏକ...

Advertisement
Archives

Model This Week