Posted inଖେଳ

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌: ଧାଓ୍ବନଙ୍କ ସ୍ଥାନ ନେଲେ ମୟଙ୍କ

ନୂଆଦିଲ୍ଲୀ,୧୧।୧୨(ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଶିଖର ଧାଓ୍ବନଙ୍କ ବଦଳ ଖେଳାଳି ଭାବେ ଟେଷ୍ଟ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କୁ ବୁଧବାର ସାମିଲ କରାଯାଇଛି। ଧାଓ୍ବନ ଆଣ୍ଠୁ ସମସ୍ୟାରୁ ମୁକୁଳିବାରେ ସଫଳ ହୋଇନାହାନ୍ତି। ଚଳିତ ମାସରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲି ଟି୨୦ ପ୍ରତିଯୋଗିତା ବେଳେ ଧାଓ୍ବନଙ୍କ ଆଣ୍ଠୁରେ କ୍ଷତ ହୋଇଥିଲା। ଧାଓ୍ବନଙ୍କ ଷ୍ଟିଚ୍‌ ଖୋଲାଯାଇଛି ଓ ତାଙ୍କ କ୍ଷତ ଧୀରେ ଧୀରେ ଠିକ୍‌ ହେବାରେ ଲାଗିଛି। ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍‌ ହେବା ପାଇଁ ଆହୁରି ସମୟ ଦରକାର ବୋଲି ବିସିସିଆଇ ମେଡିକାଲ ଦଳ ଅନୁଭବ କରିଥିବା ବିସିସିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ତାଙ୍କ ବଦଳରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ସର୍ବଭାରତୀୟ ଚୟନ କମିଟି ଚୟନ କରିଥିବା ଏଥିରେ କୁହାଯାଇଛି। ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍‌ ଯଥାକ୍ରମେ ଚେନ୍ନାଇ (୧୫ ତାରିଖ), ବିଶାଖାପଟନମ(୧୮ରେ) ଓ କଟକ (୨୨ରେ)ଠାରେ ଖେଳାଯିବ। ରଣଜୀ ଟ୍ରଫିରେ ତାମିଲନାଡୁ ବିପକ୍ଷରେ ଖେଳୁଥିବା ଅଗ୍ରଓ୍ବାଲ ଚେନ୍ନାଇ ମ୍ୟାଚ୍‌ ପୂର୍ବରୁ ଦଳରେ ଯୋଗଦେବେ। ତେବେ ଦଳରେ ଓପନିଂ ପାଇଁ ଲୋକେଶ ରାହୁଲ ଓ ରୋହିତ ଶର୍ମା ଥିବାରୁ ଅଗ୍ରଓ୍ବାଲଙ୍କୁ ଦିନିକିଆ ପଦାର୍ପଣ ଲାଗି ଅପେକ୍ଷା କରିବାକୁ ପଡ଼ିପାରେ। ୨୮ ବର୍ଷୀୟ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ କ୍ୟାରିୟରରେ ୯ ଟେଷ୍ଟ ଖେଳି ୮୭୨ ରନ୍‌ କରିଛନ୍ତି। ଏଥିରେ ୩ ଶତକ ଓ ସମାନସଂଖ୍ୟକ ଅର୍ଦ୍ଧଶତକ ରହିଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟକିପର), ଶିଭମ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୁପ୍ଲାଣ୍ଟିସ୍‌ଙ୍କ ବିଶ୍ୱ ରେକର୍ଡ

ୟୁଜିନି (ୟୁଏସ୍‌ଏ), ୧୯ା୯:ପ୍ରିଫଣ୍ଟେନ କ୍ଲାସିକ୍‌ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ମିଟ୍‌ରେ ପୋଲ୍‌ଭଲ୍ଟରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ସ୍ବିଡେନ୍‌ର ପୋଲ୍‌ଭଲ୍ଟର ଆର୍ମାଣ୍ଡ ଡୁପ୍ଲାଣ୍ଟିସ୍‌। ଇଥିଓପିଆ ଡିଷ୍ଟାନ୍ସ...

ରାଗରେ ଜୋତା ଧରି ଏହି କ୍ରିକେଟର୍‌ଙ୍କୁ ମାରିବାକୁ ଗୋଡାଇ ଥିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୯: ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ନିକଟରେ ଏକ ପୁସ୍ତକ ‘ଷ୍ଟାରଗେଜିଂ-ଦ ପ୍ଲେୟାର୍ସ ଇନ୍‌ ମାଇ ଲାଇଫ୍‌’ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ...

ମହିଳା ଇଭେଣ୍ଟରେ ଟ୍ରାନ୍ସଜେଣ୍ଡରଙ୍କୁ ବାରଣ

ଏଗ୍ଲେ (ସୁଇଜରଲାଣ୍ଡ),୧୪ା୭ (ଏପି): ଏଣିକି ପୁରୁଷରୁ ମହିଳା ହୋଇଥିବା ଟ୍ରାନ୍ସଜେଣ୍ଡର ଆଥଲେଟମାନେ ମହିଳା ସୋଇକ୍ଲିଂ ରେସ୍‌ଗୁଡ଼ିକରେ ଅଂଶଗ୍ରହଣ କରିପାରିବେ ନାହିଁ। ବିଶ୍ୱ ସାଇକ୍ଲିଂ ପରିଚାଳନା ପରିଷଦ...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ, ୧୧।୧୦: ଚଳିତବର୍ଷ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଞ୍ଜାବର ତାରକା ଖେଳାଳି ଶେଲଡେନ କଟ୍ରେଲଙ୍କୁ...

ମହାନ କ୍ରିକେଟରଙ୍କ ଭବିଷ୍ୟବାଣୀ: ୪-୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଜିତିବ ବିରାଟବାହିନୀ

ନୂଆଦିଲ୍ଲୀ,୪।୬: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ସିରିଜରେ ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିବ। ଦଳ ଏହି ସିରିଜକୁ...

ବାରବାଟୀ ମ୍ୟାଚ: ଡାଏଟ୍‌ ପ୍ଲାନ୍‌ରେ ଚିକେନ୍‌କୁ ଗୁରୁତ୍ୱ

କଟକ ଅଫିସ,୧୨ା୧୨-  ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ଡାଏଟ୍‌ ପ୍ଲାନ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ରେ ପହଞ୍ଚିଛି। ଉଭୟ ଦଳର ଖେଳାଳିଙ୍କ ଖାଦ୍ୟ ତାଲିକାରେ ଚିକେନ୍‌ର...

ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଜାଡେଜା ନମ୍ବର ଓ୍ବାନ ଟେଷ୍ଟ ଅଲ୍‌ରାଉଣ୍ଡର

ଦୁବାଇ, ୨୪ା୬ (ପି.ଟି.)-ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍‌ଡରଙ୍କୁ ହଟାଇ ଭାରତର ରବୀନ୍ଦ୍ର ଜାଡେଜା ବିଶ୍ୱର ନମ୍ବର ଓ୍ବାନ ଅଲ୍‌ରାଉଣ୍ଡର ହୋଇଛନ୍ତି।...

ଇଂଲଣ୍ଡ ଫୁଟ୍‌ବଲରେ ପ୍ରଥମ ମହିଳା କୋଚ୍‌

ମାଞ୍ଚେଷ୍ଟର, ୬ା୭(ପି.ଟି.): ଇଂଲଣ୍ଡରେ ଦିନକୁ ଦିନ ମହିଳା ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ତେବେ ପୁରୁଷ ଟିମ୍‌ରେ ମହିଳା କୋଚ୍‌ ବା ସପୋର୍ଟ ଷ୍ଟାଫ୍‌ଙ୍କ...

Advertisement
Archives

Model This Week